ସ୍ନେହୀ ସଲମାନþ

50

ବଲିଉଡ ସୁପରଷ୍ଟାର ସଲମାନþ ଖାନ୍ ଜଣେ ସ୍ନେହୀ ଓ ଶିଶୁ ପ୍ରେମୀ ଏକଥା ସମସ୍ତେ ଜାଣନ୍ତି । ଛୋଟ ଛୋଟ ପିଲାଙ୍କୁ ସେ ଖୁବ୍ ଭଲ ପାଆନ୍ତି । ସୁଟିଂର ବ୍ୟସ୍ତତା ଭିତରେ ବି ଛୋଟ ପିଲାଙ୍କ ସହ ସମୟ କଟାନ୍ତି । ସଲମାନ ଅନେକ ଥର କହିଛନ୍ତି ସେ ବିବାହ କେବଳ ପିଲାଟିଏ ପାଇଁ କରିବେ । ରୋମାଂନ୍ସ ପାଇଁ ନୁହେଁ । ବଲିଉଡର ଏହି ଭାଇଜାନ ଏ ପର୍ଯ୍ୟନ୍ତ ପିତା ହୋଇନାହାଁନ୍ତି ସତ ହେଲେ ଜଣେ ପ୍ରିୟ ମାମୁଁ ଓ ଦାଦା ହୋଇପାରିଛନ୍ତି ।

source -www.pinkvilla.com

ସଲମାନଙ୍କ ଖାନଙ୍କ ଭଣଜା-ଭାଣିଜୀ ନିଜର ଏହି ମାମୁଁଙ୍କୁ ଖୁବ୍ ଭଲ ପାଆନ୍ତି । ଏହି ଲିଷ୍ଟରେ ଏବେ ସଲମାନଙ୍କ ଭଉଣୀ ଅର୍ପିତାର  ପୁଅ ଅହିଲ ବି ସାମିଲ୍ ହୋଇଗଲାଣି । ଏହାଛଡା ସଲମାନ ନିଜର ଅନେକ ବନ୍ଧୁଙ୍କ ପିଲାଙ୍କୁ ବି ବହୁତ ଭଲ ପାଆନ୍ତି । ସଲମାନଙ୍କ ଫ୍ୟାନ୍ କ୍ଲବ୍ ଇନଷ୍ଟାଗ୍ରାମରେ ଏକ ଫଟୋ ଛାଡିଛନ୍ତି । ଯେଉଁଥିରେ ସଲମାନþ ଅଭିନେତା ନିଖିଲ୍ ଦ୍ୱିବେଦୀଙ୍କ ପୁଅକୁ ନିଜ ବାହୁରେ କୋଳେଇ ଧରିବାର ଏକ ମନୋଲୋଭା ଫଟୋ ରହିଛି ଏବଂ ଫଟୋରେ ସେହି ଛୋଟ ଶିଶୁଟି ମଧ୍ୟ ସଲମାନଙ୍କ ଟି-ସାର୍ଟକୁ ଭିଡି ଧରି ପାଟିରେ ଚୋବାଉ ଥିବାର କ୍ୟୁଟ୍ ଫଟୋଟିଏ ଦେଖିବାକୁ ମିଳିଛି । ଏହିଭଳି ଏକ କ୍ୟୁଟ୍ ଫଟୋକୁ ସଲମାନଙ୍କ ଫ୍ୟାନମାନେ ଖୁବ୍ ପସନ୍ଦ କରିଛନ୍ତି । କିଡ୍ସ ପ୍ରେମୀ ସଲମାନଙ୍କ ଏହି ଫଟୋଟି ସବୁଠୁ କ୍ୟୁଟ୍ ଫଟୋ କହିଲେ ଭୁଲ୍ ହେବ ନାହିଁ । ଏବେ ସଲମାନþ ନିଜର ଆଗାମୀ ଫିଲ୍ମ ‘ସୁଲତାନ୍’ର ସୁଟିଂରେ ବ୍ୟସ୍ତ ।