ଇଦରେ ପ୍ରଥମ ଥର ପାଇଁ ଫ୍ଲପ୍ ହେଲେ ସଲମାନ୍ ଖାନ୍ ! ଜାଣନ୍ତୁୁ ‘ଟ୍ୟୁବଲାଇଟ’ର ୧୦ ଦିନର ଆୟ

17

ସଲମାନ ଖାନଙ୍କ ସିନେମା ‘ଟ୍ୟୁବଲାଇଟ’ ରିଲିଜ ହେବାର ପୁରା ୧୦ ଦିନ ହୋଇଯାଇଛି । ରିଲିଜ ହେବା ପରଠାରୁ ସିନେମା ୧୦୦ କୋଟି ଟଙ୍କାର ଆୟ କରିସାରିଛି କିନ୍ତୁ ଏଯାଏଁ କିଛି ରେକର୍ଡ଼ କରିପାରି ନାହିଁ । ରିଲିଜର ୧୦ ଦିନରେ ସିନେମା ପାଖାପାଖି ୧୧୬ କୋଟି ଟଙ୍କା ଆୟ କରିପାରିଛି । କିନ୍ତୁ ଯେତିକି ଆଶା କରାଯାଇଥିଲା ଏପର୍ଯ୍ୟନ୍ତ ସେପରି କିଛି ଆଖିଦୃଶିଆ ଆୟ କରିପାରିନି ସିନେମା ‘ଟ୍ୟୁବଲାଇଟ’ । ବକ୍ସଅଫିସ କଲେକ୍ସନରେ ଫ୍ୟୁଜ୍ ରହିଛି ଟ୍ୟୁଲାଇଟ୍ ।

ସିଧା ଶବ୍ଦରେ କହିବାକୁ ଗଲେ ଫ୍ଲପ ହୋଇଛି ସଲମାନଙ୍କ ସିନେମା ‘ଟ୍ୟୁବଲାଇଟ’ । କୁହାଯାଉଛି ସିନେମା ମାତ୍ର ୧୩୦ କୋଟି ପର୍ଯ୍ୟନ୍ତ ହିଁ ଆୟ କରିପାରିବ । ସୂଚନା ଅନୁସାରେ ସଲମାନଙ୍କ ପାରିଶ୍ରମିକ ଛାଡ଼ି ‘ଟ୍ୟୁବଲାଇଟ’ ସିନେମାର ବଜେଟ୍ ଥିଲା ୧୦୦ କୋଟି । ‘ଟ୍ୟୁବଲାଇଟ’ର ବକ୍ସ ଅଫିସ କଲେକ୍ସନ ଭଲ ହୋଇନଥିଲେ ମଧ୍ୟ ଏହା ଏହି ବର୍ଷର ଦ୍ୱିତୀୟ ସବୁଠାରୁ ବଡ଼ ଓପନର ସାବ୍ୟସ୍ତ ହୋଇଛି । କିନ୍ତୁ ପ୍ରଥମ ଦୁଇ ଦିନ ପରେ ଏହାର ଆୟ ଲଗାତାର ଭାବେ କମିଥିଲା ।

ଇଦରେ ସଲମାନ ଖାନଙ୍କ ସିନେମାର ରେକର୍ଡ଼ ଦେଖି ବିତରକମାନେ ସିନେମାର ଥିଏଟରିକାଲ ରାଇଟସ୍ ପାଖାପାଖିି ୧୩୨ କୋଟିରେ କିଣିଥିଲେ । ‘ଟ୍ୟୁବଲାଇଟ’ ସୁପରିହିଟ୍ ସାବ୍ୟସ୍ତ ହେବା ପାଇଁ ପାଖାପାଖି ୨୦୦ କୋଟି ଟଙ୍କା ଆୟ କରିବାର ଥିଲା । କିନ୍ତୁ ପ୍ରଥମ ଦୁଇ ଦିନ ପରେ ଯେତେବେବେଳ ସିନେମା ଭଲ ପ୍ରଦର୍ଶନ କରିପାରିନଥିଲା ବିତରକମାନେ ଡ଼ରି ଯାଇଥିଲେ । ଓଭରସିଜରେ ମଧ୍ୟ ‘ଟ୍ୟୁବଲାଇଟ’ ଏବେ ପର୍ଯ୍ୟନ୍ତ ମାତ୍ର ୩୯ କୋଟି ଟଙ୍କା ଆୟ କରିପାରିଛି ।