ପୁଣି ରୋମାନ୍ସର ବର୍ଷା କରିବେ ସଲମାନ୍ – କ୍ୟାଟ୍ରିନା : ‘ଭାରତ୍’ ଫିଲ୍ମରେ ଏକାଠି କରିବେ ଅଭିନୟ

51

ଚର୍ଚ୍ଚାରେ ‘ଭାରତ୍’ ଫିଲ୍ମର ନୂଆ ନାୟିକା । ଆଉ ସେ ହେଲେ କ୍ୟାଟ୍ରିନା କୈଫ୍ । ବଲିଉଡ୍ ଦେଶୀ ଗର୍ଲ ଏହି ପ୍ରୋଜେକ୍ଟକୁ ଛାଡିବା ପରେ ଚର୍ଚ୍ଚା ହେଉଥିଲା କି କ୍ୟାଟ୍ରିନା ହିଁ ନେଇ ପାରନ୍ତି ସେହି ସ୍ଥାନ । ଆଉ ଏବେ ଏହି ଖବର ପକ୍କା ହୋଇଛି । ନିର୍ଦ୍ଦେଶକ ଅଲ୍ଲି ଅବାସ୍ ଜାଫର୍ ଟ୍ୱିଟ୍ କରି କହିଛନ୍ତି କ୍ୟାଟ୍ରିନା ହିଁ ଭାରତ୍ ଫିଲ୍ମରେ ନାୟିକା ଭାବେ ଆସିବେ ନଜର ।

ଭାରତ୍ – ଦ ଫିଲ୍ମ ପ୍ରୋଜେକ୍ଟରୁ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବାଦ୍ ପଡିବା ପରେ ଏବେ ଏହି ପ୍ରୋଜେକ୍ଟ ସହ ଯୋଡି ହୋଇଛନ୍ତି କ୍ୟାଟ୍ରିନା କୈଫ୍ । ନିର୍ଦ୍ଦେଶକ ଅଲ୍ଲି ଅବାସ୍ ଜାଫର୍ ଟ୍ୱିଟ୍ କରି କହିଛନ୍ତି ଯେ, କ୍ୟାଟ୍ରିନା ହିଁ ହେବେ ‘ଭାରତ୍’ ଫିଲ୍ମର ନାୟିକା । ପ୍ରିୟଙ୍କା ନିଜ ବୟଫ୍ରେଣ୍ଡ ନିକ୍ ଜୋନସଙ୍କ ସହ ବିବାହ କରିବା ପାଇଁ ଭାରତ୍ ଫିଲ୍ମକୁ କରିବା ପାଇଁ ଶେଷ ମୁହୂର୍ତ୍ତରେ ମନା କରିଦେଲେ । ଆଉ ଏହାପରେ ମେକରଙ୍କ ଉପରେ ଭାଳେଣି ପଡିଲା ନାୟିକା ହେବ କିଏ? ଗୋଟିଏ ପଟେ ସିନେମାର ସୁଟିଂ ଆରମ୍ଭ ହୋଇ ଯାଇଥିବାବେଳେ, ନାୟିକା ପାଇଁ ଚିନ୍ତାରେ ପଡି ଯାଇଥିଲେ ନିର୍ଦ୍ଦେଶକ ଅଲ୍ଲି ଅବାସ୍ ଜାଫର । ଠିକ୍ ଏହି ସମୟରେ ଫିଲ୍ମର ନାୟକ ସୁପରଷ୍ଟାର୍ ସଲମାନ୍ ଖାନ୍ ସଜେଷ୍ଟ କରିଥିଲେ କ୍ୟାଟ୍ରିନାଙ୍କ ନାମ । ଆଉ ମେକର୍ ବି ସଲମାନଙ୍କ କଥାରେ ହୋଇଛନ୍ତି ଏକମତ । ଏମାନଙ୍କ ପେୟାରିଂଙ୍କୁ ଅଡିଏନ୍ସ ସବୁବେଳେ କରିଥାନ୍ତି ପସନ୍ଦ । ଦୁହିଁଙ୍କୁ ଏକାଠି ଶେଷଥର ପାଇଁ ଚଳଚ୍ଚିତ୍ର ଟାଇଗର୍ ଜିନ୍ଦା ହୈ ରେ ଦେଖିବାକୁ ମିଳିଥିଲା । ଆଉ ଏହି ସିନେମାରେ ବେଶ ଜବରଦସ୍ତ ରୋମାନ୍ସ ଭେଟିଦେଇଥିଲେ ଏହି ଯୋଡି । ଇଏ ତ ଗଲା ଅନ୍ ସ୍କ୍ରିନ କଥା । ହେଲେ ଯଦି ଅଫ୍ ସ୍କ୍ରିନ୍ କଥା ହେବା, ସେଠି ବି ଦୁହିଁଙ୍କ କେମେଷ୍ଟ୍ରୀ କଏଦ ହୋଇଥାଏ କ୍ୟାମେରାରେ । ଦବଙ୍ଗ ଟୁର୍ ସମୟରେ ଏମାନଙ୍କ ମଧ୍ୟରେ ଅଫ୍ ସ୍କ୍ରିନ୍ କେମେଷ୍ଟ୍ରୀ ବେଶ ଦେଖିବାକୁ ମିଳିଛି । ଆଉ ଦୁହେଁ ପୁଣିଥରେ ଏବେ ପରଦାରେ ଏକାଠି ଅଭିନୟ କରିବାକୁ ଯାଉଛନ୍ତି ।