ଜ୍ୟାକଲିନଙ୍କ ହାତରେ ଲାଗିଲା ଜ୍ୟାକପଟ ! ପୁଣି ପରଦାରେ ଏକାଠି ହେବେ ‘କିକ୍’ ଯୋଡି, କିକ୍-୨ରେ ସଲମାନଙ୍କ ସହ ରୋମାନ୍ସ କରିବେ ସିଂହଳୀ ସୁନ୍ଦରୀ

42

ଦବଙ୍ଗ ଖାନଙ୍କ ସହ ରୋମାନ୍ସ କରିବାର ପୁଣି ଏକ ସୁଯୋଗ ମିଳିଗଲା ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ । ରେସ୍ – ଥ୍ରୀ ପରେ ଅଭିନେତ୍ରୀ ଜ୍ୟାକଲିନ୍ ପୁଣିଥରେ ନଜର ଆସିବେ ସଲମାନଙ୍କ ନାୟିକା ଭାବେ । ସୁପରହିଟ୍ ଫିଲ୍ମ କିକର ସିକ୍ୱେଲ୍ କିକ୍ – ୨ରେ ପୁଣିଥରେ ସଲମାନ୍ ଖାନଙ୍କ ବିପକ୍ଷରେ ନଜର ଆସିବେ ଏହି ଶ୍ରୀଲଙ୍କାନ୍ ସୁନ୍ଦରୀ । ଏହି କଥାକୁ ନେଇ ଅଭିନେତ୍ରୀ ଜ୍ୟାକଲିନ୍ ଯେତିକି ଖୁସି ଅଛନ୍ତି, ତାଙ୍କ ଫ୍ୟାନ ମାନେ ମଧ୍ୟ ଏହି ଖବର ଜାଣିବା ପରେ ସେତିକି ଏକ୍ସାଇଟେଡ୍ ହୋଇଯିବେ ।

ପରଦାରେ ପୁଣିଥରେ ରୋମାନ୍ସ କରୁଥିବାର ନଜର ଆସିବେ ସୁପରହିଟ୍ ଫିଲ୍ମ କିକର ଯୋଡି ସଲମାନ୍ ଖାନ୍ ଓ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ । ଯାହାକୁ ନେଇ ଜ୍ୟାକଲିନଙ୍କ ଖୁସି କହିଲେ ନସରେ । କାରଣ ସଲମାନଙ୍କ ସହ ପୁଣିଥରେ ପରଦାରେ ରୋମାନ୍ସ କରିବାର ମୌକା ମିଳି ଯାଇଛି ତାଙ୍କୁ । ତୃତୀୟ ଥର ପାଇଁ ଦବଙ୍ଗ ଖାନଙ୍କ ନାୟିକା ଭାବେ ନଜର ଆସିବେ ଜ୍ୟାକଲିନ୍ । ଲାଗୁଛି ଅଭିନେତ୍ରୀ ଜ୍ୟାକଲିନ୍ ହାତରେ ଲାଗି ଯାଇଛି ଜ୍ୟାକପଟ୍ ।

ସୁପରଷ୍ଟାର୍ ସଲମାନଙ୍କ ସହ ବ୍ୟାକ୍ ଟୁ ବ୍ୟାକ୍ ୨ ଟି ସିନେମାରେ ଅଭିନୟ କରିବାର ବଡ ସୁଯୋଗ ମିଳି ଯାଇଛି ଜ୍ୟାକଲିନଙ୍କୁ । ଆଉ ଏହା ସହ ବଲିଉଡରେ ବି ତାଙ୍କ କ୍ୟାରିୟର ହୋଇ ଯାଇଛି ସେଟ୍ । ରେସ୍ – ଥ୍ରୀର ସୁଟିଂ ଶେଷ କରିବା ପରେ ସଲମାନଙ୍କ ଆରମ୍ଭ କରିବେ କିକ୍ – ଟୁ ସୁଟିଂ । ଗତ କିଛିଦିନ ତଳେ ଚର୍ଚ୍ଚା ହେଲା ଫିଲ୍ମ ମେକର୍ ସାଜିଦ୍ ନାଦିଆୱାଲା କିକର ସିକ୍ୱେଲ୍ ପାଇଁ ଚିନ୍ତା କରୁଛନ୍ତି । ସଲମାନ୍ ଖାନଙ୍କ ସହ ଫିଲ୍ମକୁ ନେଇ କନଫର୍ମେସନ୍ ଆସିବା ପରେ କିକ୍ – ୨ ଆସିବ ବୋଲି ଘୋଷଣା କଲେ ପ୍ରଯୋଜନା ସଂସ୍ଥା । ମାତ୍ର ଏଥିରେ ନାୟିକା କିଏ ହେବେ, ସେନେଇ ଚାଲିଲା ଅନେକ ଆଲୋଚନା । ଶେଷରେ ଫିଲ୍ମର ନାୟିକା ପାଇଁ ଶ୍ରୀଲଙ୍କାନ ସୁନ୍ଦରୀ ଜ୍ୟାକଲିନଙ୍କୁ ହିଁ ସ୍ଥିର କଲେ ପ୍ରଯୋଜକ ସାଜିଦ୍ ନାଦିଆୱାଲା । ଆଉ ଅଭିନେତ୍ରୀ ଜ୍ୟାକଲିନ୍ ମଧ୍ୟ ଏହି ଖବର ସତ ବୋଲି ସ୍ୱୀକାର୍ କଲେ ମିଡିଆରେ ।

ତେବେ କିକରେ ପ୍ରଥମଥର ସଲମାନଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଥିଲେ ଅଭିନେତ୍ରୀ ଜ୍ୟାକଲିନ୍ । ଫିଲ୍ମରେ ଦୁହିଁଙ୍କ ପେୟାରିଂକୁ ବି ବେଶ ପସନ୍ଦ କଲେ ଦର୍ଶକ । ପରଦାରେ ଦୁହିଁଙ୍କ କେମେଷ୍ଟ୍ରୀ ବି ଅଡିଏନ୍ସଙ୍କ ଠାରୁ ଆରମ୍ଭ କରି କ୍ରିଟିକ୍ସ ସଭିଁଙ୍କ ମନ ଜିଣିଲା । ଏହି ସିନେମା ୨୦୧୪ରେ ଆସିଥିଲା ପରଦାକୁ । ଆଉ ଏହି ଫିଲ୍ମ ସୁପର୍ ହିଟ୍ ହେବା ପରେ ବଲିଉଡରେ ସେଟ୍ ହୋଇଯାଇଥିଲା ଜ୍ୟାକଲିନଙ୍କ କ୍ୟାରିୟର୍ । ପରେ ରେମୋ ଡିସୁଜାଙ୍କ ଫିଲ୍ମ ରେସ୍ – ଥ୍ରୀରେ ପୁଣିଥରେ ସଲମାନଙ୍କ ସହ ଅଭିନୟ କରିବାର ଚ୍ୟାନ୍ସ ମିଳିଲା ଜ୍ୟାକଲନିଙ୍କୁ । ଆଉ ରେସ୍- ଥ୍ରୀର ସୁଟିଂ ଶେଷ ନହେଉଣୁ, କିକ୍ – ୨ ର ଅଫର୍ ଆସିଗଲାଣି ହାତକୁ । ଏହାକୁ ତ କୁହନ୍ତି ସୋନେ ପେ ସୁହାଗା । ଏବେ କେବଳ ଅପେକ୍ଷା ରହିଲା ସଲମାନ୍ ଓ ଜ୍ୟାକଲିନଙ୍କ ଏହି ସବୁ ଫିଲ୍ମ କେବେ ଆସିବ ପରଦାକୁ ।