୧୮ ଲକ୍ଷ ଟଙ୍କାରେ ନିଲାମ୍ ହେଲେ ଆମେରିକା ରାଷ୍ଟ୍ରପତି !

32

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪ ରୁ ଗୋଟିଏ ନିବସ୍ତ୍ର ପ୍ରତିମୂର୍ତ୍ତି ୧୮ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି । ଏହି ପ୍ରତିମାକୁ ଏକ ସଂଗ୍ରହାଳୟରେ ପ୍ରତିମା ସ୍ୱରୁପ ରଖାଯିବ । ଜୁଲିୟସ୍ ଅକ୍ସସ୍ ହାଉସ୍ ତରଫରୁ ଏହା ବିଷୟରେ ସୁଚନା ଦିଆଯାଇଛି । ସୁଚନା ମୁତାବକ ଟ୍ରମ୍ପ ୨୦୧୬ ଅଗଷ୍ଟ ମାସରେ ଯେତେବେଳେ ରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ରାଲି ଚଲାଇଥିଲେ ସେତେବେଳେ ଏହି ଚାରୋଟି ପ୍ରତିମୂର୍ତ୍ତିକୁ ଚାରୋଟି ସ୍ଥାନରେ ରଖାଯାଇଥିଲା । ଲସ୍ ଏଞ୍ଜେଲସ୍, ସାନ୍ ଫ୍ରାନ୍ସିସ୍କୋ, ସିଏଟଲ, ନ୍ୟୁୟର୍କ ଭଳି ସ୍ଥାନମାନଙ୍କରେ ଏହି ପ୍ରତିମୂର୍ତ୍ତିକୁ ରଖାଯାଇଥିଲା । ଏହି ମୂର୍ତ୍ତିର ଓଜନ ୮୦ ପାଉଣ୍ଡ । ଏହି ମୂର୍ତ୍ତି ସବୁକୁ ପ୍ରସ୍ତୁତ କରୁଥିବା କଳାକାରଙ୍କ ନାଁ ଜିଞ୍ଜର । ସେ ଏହି ପ୍ରତିମୂର୍ତ୍ତିକୁ ପ୍ରସ୍ତୁତ କରିବା ପାଇଁ ମାଟି ଏବଂ ସିଲିକନକୁ ବ୍ୟବହାର କରିଥିଲେ । ଏହି ପ୍ରତିମୂର୍ତ୍ତିରେ ଟ୍ରମ୍ପଙ୍କ ପେଟ ବାହାରକୁ ଆସିବା ଭଳି ଦର୍ଶାଯାଇଛି । ଚାରୋଟି ମୂର୍ତ୍ତିରୁ ତିନୋଟି ଭାଙ୍ଗି ଦିଆଯାଇଥିବା ବେଳେ ଗୋଟିଏ ମୂର୍ତ୍ତିକୁ ନିଲାମ କରାଯାଇଛି । ଏହି ପ୍ରତିମୂର୍ତ୍ତିକୁ ଜେକ୍ ବେଗନ୍ସ ନାମକ ଜଣେ ବ୍ୟବସାୟୀ କିଣିଛନ୍ତି ।