ହୁସିଆର୍ ! ହ୍ୱାଟସଆପରୁ ହ୍ୱାଟସଆପ ଘୂରି ବୁଲୁଛି ଏହି ରହସ୍ୟମୟୀ ମେସେଜ, କ୍ଲିକ୍ କରିବା କ୍ଷଣି କ୍ରାସ୍ ହେଉଛି ମୋବାଇଲ

50

କିଛିଦିନ ହେଲା ହ୍ୱାଟସଆପରେ ଏକ ମେସେଜ ପ୍ରବଳ ବେଗରେ ଭାଇରାଲ ହେବାରେ ଲାଗିଛି, ଯାହା ବାସ୍ତବରେ କୌଣସି ଟେକଷ୍ଟ ମେସେଜ ନୁହେଁ ବରଂ ଏକ ଭାଇରସ ଅଟେ । ଯାହାକି ଆପଣଙ୍କ ମୋବାଇଲରେ ପସି ତାକୁ ସଂପୂର୍ଣ୍ଣ ରୂପରେ ତଥା ସବୁଦିନ ପାଇଁ ଅଚଳ କରିଦେଇପାରେ ।

ଯଦି ଆପଣଙ୍କ ମଧ୍ୟରୁ କାହାକୁ ବି ଏହି ମେସେଜଟି ମିଳିଛି ତେବେ ଆପଣ ଭୁଲରେ ଏହା ଉପରେ କ୍ଲିକ୍ କରନ୍ତୁ ନାହିଁ । ଏହି ମେସେଜରେ ଲେଖା ଯାଇଛି କି, “ମୁଁ ଆପଣଙ୍କ ହ୍ୱାଟସଆପକୁ କିଛି ସମୟ ପାଇଁ ହ୍ୟାଙ୍ଗ କରି ରଖୁଛି” । ଏହାପରେ ଏହି ମେସେଜର ଠିକ୍ ତଳକୁ ଏକ ଲିଙ୍କ ମଧ୍ୟ ନଜର ଆସିବ । ଯେଉଁଥିରେ ଲେଖାଯାଇଥିବ କି, “ଡୋଂଟ ଚଟ ହିୟର” । ସେହିପରି ଏଭଳି ଅନେକ ମେସେଜରେ ଲେଖାଯାଇଥାଏ କି, “କିଏ କହୁଛି ଆପଣଙ୍କ ଫୋନ ହ୍ୟାଙ୍ଗ ହେବ ନାହିଁ” ।

ତେବେ ଆପଣମାନଙ୍କ ମଧ୍ୟରୁ ଯଦି କାହା ନିକଟକୁ ବି ଏଭଳି ଧରଣର କୌଣସି ବି ମେସେଜ ଆସେ ତେବେ ଦୟାକରି ତାକୁ ଫରୱାର୍ଡ କରନ୍ତୁ ନାହିଁ କିମ୍ବା ତା ଉପରେ କ୍ଲିକ୍ କରନ୍ତୁ ନାହିଁ । କାରଣ ଏପରି କରିବା ଦ୍ୱାରା ଆପଣଙ୍କର ଉଭୟ ଫୋନ ଏବଂ ଆପଗୁଡିକ କ୍ରାସ୍ ହୋଇପାରେ । ଏପରି ବି ହୋଇପାରେ କି, ଏହା କୌଣସି ଭାଇରସ ହୋଇପାରେ ଏବଂ ଏହା ଜରିଆରେ ଆପଣଙ୍କର ଫୋନକୁ କେହି ହ୍ୟାକ୍ କରିବାକୁ ଚେଷ୍ଟା ବି କରିପାରନ୍ତି ।