ଯାତ୍ରା ମଂଚରେ ଶକ୍ତି କପୁରୁ : ଶକ୍ତିଙ୍କ ଝଲକ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଗହଳି

45

vlcsnap-2016-08-31-10h35m49s720କନକ ବ୍ୟୁରୋ : ଯାତ୍ରା ମଂଚରେ ଶକ୍ତି କପୁରୁ । ବଲିଉଡର ଖତରନାକ ଖଳନାୟକଙ୍କୁ ପ୍ରଥମଥର ଲାଗି ଦେଖିବାକୁ ମିଳିଛି ଯାତ୍ରା ପେଣ୍ଡାଲରେ। ବାଲେଶ୍ୱରରେ ଗ୍ରେଟ ଇଷ୍ଟର୍ଣ୍ଣ ଅପେରା ପକ୍ଷରୁ ପ୍ରଦର୍ଶିତ ଯାତ୍ରାରେ ଏହି ବର୍ଷିଆନ ଅଭିନେତାଙ୍କ କଳା ଦେଖିବାକୁ ପାଇଛନ୍ତି ଦର୍ଶକ।

vlcsnap-2016-08-31-10h36m31s959ବାଲେଶ୍ୱର କୁରୁଡାରେ ଆୟୋଜିତ ନାଟକ ମଝି ରାତିରେ ସ୍ୱାମୀରେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି ବଲିଉଡର ଏହି ଭର୍ସାଟାଇଲ ଆକ୍ଟର। ଶକ୍ତିଙ୍କ ଟିକେ ଝଲକ ପାଇବାକୁ ଦର୍ଶକଙ୍କ ପ୍ରବଳ ଗହଳି ଲାଗିଥିଲା ଯାତ୍ରା ପଡିଆରେ। ଧମାଧମ ବିକ୍ରି ହୋଇଥିଲା ଟିକେଟ। ପ୍ରାୟ ୩ ହଜାର ଟିକେଟ ବିକ୍ରି ହୋଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଟିକେଟର ମୂଲ୍ୟ ୧୦୦ରୁ ଆରମ୍ଭ କରି ୩୦୦ ଟଙ୍କା ପର୍ଯ୍ୟନ୍ତ ରହିଥିଲା।

ଏହା ସହ ଦେଖନ୍ତୁ ଏହି ଭିଡିଓ –