ବଲିଉଡର ନୂଆ ଯୋଡି ! ସାହିଦ କପୁରଙ୍କ ଭାଇଙ୍କ ସହ ଡେଟ୍ କରୁଛନ୍ତି କରୀନାଙ୍କ ଝିଅ

19

ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ । ଏବେ ସାରାଙ୍କୁ ନେଇ ଆଉ ଏକ ଚାଂଚଲ୍ୟକର ଖବର ସାମ୍ନାକୁ ଆସିଛି । ସାହିଦ କପୁରଙ୍କ ଭାଇ ଇଶାନ ଖଟ୍ଟରଙ୍କ ସହ ଡେଟ୍ କରୁଛନ୍ତି ସାରା ଅଲ୍ଲୀ । ତେବେ କିଛିଦିନ ପୂର୍ବରୁ ଜଣେ ନେତାଙ୍କ ନାତି ବୀର ପାହାଡିଆସହ ସାରା ଡେଟ୍ କରୁଛନ୍ତି ବୋଲି ଖବର ଆସିଥିଲା । ହେଲେ ଏହି ଖବରରେ ଏବେ ପଡିଛି ପୂର୍ଣ୍ଣଚ୍ଛେଦ । କାରଣ ସାରା ଓ ଇଶାନ ଏବେ ପରସ୍ପର ସହ ଖୁବ ସମୟ ବିତାଉଥିବାର ଦେଖିବାକୁ ମିଳିଛି  ।

ସାରା ଓ ଇଶାନ କରଣ ଜୋହରଙ୍କ ସିନେମା ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ ଜରିଆରେ ଡେବ୍ୟୁ କରିଥାନ୍ତେ । କିନ୍ତୁ ପରେ ସାରା ହ୍ୟାଣ୍ଡସମ ହଙ୍କ ହ୍ରିତିକ ରୋଶନଙ୍କ ସହ ତାଙ୍କର ପ୍ରଥମ ସିନେମା କରିବେ । ଏବେ ଦେଖିବାକୁ ବାକି ରହିଲା ସାରା କେଉଁ ଅଭିନେତାଙ୍କ ବିପକ୍ଷରେ ବଲିଉଡରେ ପାଦ ଦେଉଛନ୍ତି । ଯେପର୍ଯ୍ୟନ୍ତ ସବୁକଥା ସ୍ପଷ୍ଟ ହୋଇ ନାହିଁ ସେ ଯାଏ ସାରା ଇଶାନଙ୍କ ସହ ସମୟ ବିତାଇବାରେ ମଶଗୁଲ ଅଛନ୍ତି ।