ମୋଦିଙ୍କ ବିରୋଧରେ ମୁହଁ ଖୋଲି ଭୂକଂପ ଆଣିଲେ ରାହୁଲ! କହିଲେ ସାହାରାଠାରୁ ପ୍ରଧାନମନ୍ତ୍ରୀ ନେଇଛନ୍ତି ୪୦ କୋଟିର ଲାଂଚ

25

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ଉପରେ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ । ୬ ମାସ ଭିତରେ ସାହାରା ପ୍ରଧାନମନ୍ତ୍ରୀଙ୍କୁ ୯ କିସ୍ତିରେ କୋଟି କୋଟି ଟଙ୍କା ଦେଇଛି । ୨୦୧୪ରେ ସାହାରା ଉପରେ ଚଢାଉ ସମୟରେ ଏହି ପ୍ରମାଣ ପାଇଥିଲା ଆୟକର ବିଭାଗ । କିନ୍ତୁ ପ୍ରଧାନମନ୍ତ୍ରୀ କାହିଁକି ତଦନ୍ତ ନିର୍ଦ୍ଦେଶ ଦେଉ ନାହାନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ରାହୁଲ ଗାନ୍ଧୀଙ୍କୁ ଜବାବ ଦେଇଛି ବିଜେପି । ସୁପ୍ରିମକୋର୍ଟ ଏହି ମାମଲାକୁ ତଥ୍ୟହୀନ କହିଥିବା ବେଳେ ରାହୁଲ ଏହି ପ୍ରସଙ୍ଗ ଉଠାଇ ସୁପ୍ରିମକୋର୍ଟଙ୍କ ଅବମାନନା କରୁଥିବା କହିଛି ବିଜେପି । ନିରାଶ ହୋଇ ରାହୁଲ ଏପରି ମିଥ୍ୟା ଆରୋପ ଲଗାଉଥିବା କେନ୍ଦ୍ରମନ୍ତ୍ରୀ ରବିଶଙ୍କର କହିଛନ୍ତି ।