ଭୁବନେଶ୍ୱରରେ ଆସନ୍ତାକାଲି ଠାରୁ ଆରମ୍ଭ ହେବ ପ୍ରାନ୍ତୀୟ ଆର୍ଯ୍ୟ ମହାସମ୍ମିଳନୀ

33

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ବିରାଟ ପ୍ରାନ୍ତୀୟ ଆର୍ଯ୍ୟ ମହାସମ୍ମିଳନୀ ଭୁବନେଶ୍ୱର ହିନ୍ଦୀ ରାଷ୍ଟ୍ରଭାଷା ପଡିଆ ଠାରେ ଅନୁଷ୍ଠିତ ହେବ । ଉଦଘାଟନ କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଏହି ସମ୍ମିଳନୀରେ ଯୋଗ ପ୍ରାଣାୟାମ, ବେଦପାରାୟଣ ଯଜ୍ଞ, ରାଷ୍ଟ୍ରରକ୍ଷା ସମ୍ମିଳନୀ, ବେଦ ସମ୍ମିଳନୀ, ମାତୃସମ୍ମିଳନୀ ଓ ସାଙ୍ଗଠନିକ ଆଲୋଚନା ଆଦି ଅନୁଷ୍ଠିତ ହେବ । ଏହା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ।