ଏହି ତେଲକୁ ସେବନ କରିବା ହୋଇପାରେ ଘାତକ ! ଏହାକୁ ଦୂରେଇବାକୁ ଚେଷ୍ଟା କରନ୍ତୁ

69

ଆଜିକାଲିର ଜୀବନଶୈଳୀ ଓ ଚାପଗ୍ରସ୍ତ ଜୀବନରେ ଶରୀରର ଯତ୍ନ ନେବା ଆବଶ୍ୟକ ହୋଇପଡିଛି । ଏପରି ସ୍ଥିତିରେ ଆପଣ କ’ଣ ଖାଉଛନ୍ତି ତାହା ବିଷୟରେ ସଚେତନ ରହିବା ଅତ୍ୟନ୍ତ ଆବଶ୍ୟକ । ଯଦି ଆପଣ ସୋରିଷ ତେଲର ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ସଚେତନ ରହିବା ଜରୁରୀ ଅଟେ । ଅନେକ ଭାରତୀୟ ପରିବାରରେ ନିୟମିତ ରୂପେ ସୋରିଷ ତେଲକୁ ଖାଇବାରେ ବ୍ୟବହାର କରାଯାଏ । ତେବେ ଏହାକୁ ନେଇ ହୋଇଥିବା ଏକ ଗବେଷଣାରୁ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଗବେଷଣାରୁ ଜଣାପଡିଛି ଯେ ଯଦି ପ୍ରତ୍ୟେକ ଦିନ ୨ ଚାମଚ ସୋରିଷ ତେଲ ଖାଇବାରେ ବ୍ୟବହାର କରାଯାଏ ତେବେ ସ୍ମରଣ ଶକ୍ତି ଏବଂ ଶିଖିବାର କ୍ଷମତା ଉପରେ ପ୍ରଭାବ ପଡିଥାଏ ।

ଗବେଷଣାରୁ ଜଣାପଡିଛି ଯେ ସୋରିଷ ତେଲ ଆଲଜାଇମରରେ ପୀଡିତ ବ୍ୟକ୍ତିଙ୍କର ଓଜନ ବଢାଇବାରେ ସାହାଯ୍ୟ କରିଥାଏ । ମୂଷା ଉପରେ ହୋଇଥିବା ଅଧ୍ୟୟନରୁ ଜଣାପଡିଛି ଯେ ଲମ୍ବା ସମୟ ଧରି ଭେଜିଟେବୁଲ ତେଲର ବ୍ୟବହାର ମସ୍ତିଷ୍କ ପାଇଁ କ୍ଷତିକାରକ । ଯଦିଓ ସୋରିଷ ତେଲକୁ ସ୍ୱାସ୍ଥ୍ୟକର ଖାଇବା ତେଲ କୁହାଯାଏ । କିନ୍ତୁ ମୂଷାମାନଙ୍କ ଉପରେ ହୋଇଥିବା ଅଧ୍ୟୟନରେ ଜଣାପଡିଛି ଯେଉଁ ମୂଷାମାନେ ସୋରିଷ ତେଲରେ ରନ୍ଧା ଯାଇଥିବା ଖାଦ୍ୟ ଖାଇଛନ୍ତି ସେମାନଙ୍କର ଓଜନ ଅନ୍ୟ ମୂଷାମାନଙ୍କ ତୁଳନାରେ ବୃଦ୍ଧି ଘଟିଛି ।

ଅଧ୍ୟୟନକର୍ତାଙ୍କ ମତରେ ଲଗାତାର ୬ ମାସ ପର୍ଯ୍ୟନ୍ତ ସୋରିଷ ତେଲ ଖାଇବା ଦ୍ୱାରା କାର୍ଯ୍ୟକ୍ଷମ ଲୋକମାନଙ୍କ ସ୍ମରଣ ଶକ୍ତିକୁ କ୍ଷତି ପହଁଚାଇଥାଏ । ଏହାସହ ଶିଖିବାର କ୍ଷମତା ମଧ୍ୟ ହ୍ରାସ ହୋଇଥାଏ । ଆମେରିକାରେ ଥିବା ପେଲସିଭେନିଆ ସ୍ଥିତ ଟେମ୍ପଲ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡୋମେନିକୋ ପ୍ରେଟିକୋଙ୍କ ମତରେ ସୋରିଷ ତେଲ ଏକ ଭେଜିଟେବୁଲ ତେଲ । କିନ୍ତୁ ଏହାକୁ ବ୍ୟବହାର କରିବା ପୂର୍ବର ସାବଧାନତା ଅବଲମ୍ବନ କରିବା ଜରୁରୀ ଅଟେ । ପ୍ରେଟିକୋ ଏହା ମଧ୍ୟ କହିଛନ୍ତି ଯେ ଗବେଷଣାରୁ ଜଣାପଢିଛି ସୋରିଷ ତେଲ ଅନ୍ୟ ତେଲ ଅପେକ୍ଷା ହିତକର ନୁହେଁ ।

( ସୌଜନ୍ୟ- ଜି ନ୍ୟୁଜ୍)