‘ସିଷ୍ଟର ଶ୍ରୀଦେବୀ’ ସିନେମା ପାଇଁ ଗୀତ ଗାଇଲେ ର’ ଷ୍ଟାର ଋତୁରାଜ !

283

ତରଙ୍ଗରେ ରଜ ଚିତ୍ର ‘ସିଷ୍ଟର ଶ୍ରୀଦେବୀ’ ପାଇଁ ର’ ଷ୍ଟାର ଋତୁରାଜ ମହାନ୍ତି ଏବେ ଓଡିଶାରେ । ବାବୁଶାନଙ୍କ ଫିିମେଲ ଗେଟଅପକୁ ନେଇ ‘ସିଷ୍ଟର ଶ୍ରୀଦେବୀ’ ଚର୍ଚ୍ଚାରେ ଥିବାବେଳେ ର’ ଷ୍ଟାର ଋତୁରାଜଙ୍କ ଉପସ୍ଥିତି ମଧ୍ୟ ଚିତ୍ରଟିକୁ ଆହୁରି ଚର୍ଚ୍ଚିତ କରିଛି । ଅନେକ ହିନ୍ଦୀ ଗୀତ ଗାଇ ନିଜକୁ ପ୍ରତିଷ୍ଠିତ କରି ସାରିଥିିବା ଋତୁରାଜ ପ୍ରଥମ ଥର ପାଇଁ ଓଡିଆ ଚିତ୍ରରେ ପ୍ରଚ୍ଛଦପଟ ଗାୟକ ଭାବେ ପ୍ରବେଶ କରିଛନ୍ତି ତରଙ୍ଗ ପ୍ରଡକ୍ସନର ରଜ ଚିତ୍ର ଜରିଆରେ ।

ଅତୀତରେ ତରଙ୍ଗ ଟିମ ସହ ଋତୁରାଜଙ୍କ ବନ୍ଧନ ଆରମ୍ଭ ହୋଇଥିଲା ତରଙ୍ଗ ମ୍ୟୁଜିକର ବ୍ରାଣ୍ଡ ଆମ୍ବାସଡର ଭାବେ । ଏବେ ତରଙ୍ଗ ସିନେମା ପ୍ରଡକ୍ସନ ‘ସିଷ୍ଟର ଶ୍ରୀଦେବୀ’ ସହ ଯୋଡା ହୋଇଛି ତାଙ୍କ ଜୀବନର ପ୍ରଥମ ଓଡିଆ ଚଳଚିତ୍ର ଗୀତ ‘ଡାର୍ଲି ତୁ ମୋ ଠାରୁ କାଇଁ ନେଲୁ ଅଲବିଦା’ । ଗୀତଟିକୁ ଗାଇବା ଅବସରରେ ସେ ତାଙ୍କର ସଫଳତା ପାଇଁ ଓଡିଶାର ସମସ୍ତ ସଙ୍ଗୀତପ୍ରେମୀ ଯଥେଷ୍ଟ ସ୍ନେହ ଓ ଶ୍ରଦ୍ଧା ରହିଛି ବୋଲି ସ୍ୱୀକାର କରିଛନ୍ତି ।