କେନ୍ଦୁଝର ୪୯ ନମ୍ବର ଜାତୀୟରେ ଜଳିଗଲା ଚଳନ୍ତା ଟ୍ରକ ! ନିଆଁ ଲାଗିବାର କାରଣ ଅସ୍ପଷ୍ଟ

87

କନକ ବ୍ୟୁରୋ : ଜଳିଗଲା ଚଳନ୍ତା ଟ୍ରକ । କେନ୍ଦୁଝର ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର କ୍ଷୀରେଇଟାଙ୍ଗରୀରେ ଜଳିଗଲା ଟ୍ରକ । ଆଜି ଭୋର ପ୍ରାୟ ୩ଟା ସମୟରେ ଏକ ପାଉଡର ବୋଝେଇ ଟ୍ରକ ମୁମ୍ବାଇରୁ କୋଲକାତା ଯାଉଥିବା ସମୟରେ କୌଣସି କାରଣରୁ ହଠାତ ନିଆଁ ଲାଗିଯାଇଥିଲା । ଗାଡିରୁ ଧୁଆଁ ବାହାରୁଥିବା ଦେଖି ଟ୍ରକ ଡ୍ରାଇଭର ଏବଂ ହେଲପର ଗାଡିରୁ ଡେଇଁପଡି ନିଜ ଜୀବନ ବଂଚାଇଥିଲେ । ବିଳମ୍ବରେ ଦମକଳବାହିନୀ ଆସି ନିଆଁକୁ ଆୟତ କରିଥିଲେ । ଘଟଣାରେ କେହି ମୃତାହତ ହୋଇନାହାନ୍ତି । ନିଆଁ ଲାଗିବାର କାରଣ ଜଣାପଡିନାହିଁ । ଦୀର୍ଘ ସମୟ ଧରି ଟ୍ରକଟି ରାସ୍ତାରେ ଜଳୁଥିବାରୁ ସଂପୃକ୍ତ ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଅନଯାୟୀ, ଗତକାଲି ରାତିରେ ଏକ ୧୨ ଚକିଆ ଟ୍ରକ୍ କୋଲକାତାରୁ କୌଣସି ଏକ ପାଉଡ଼ର ଲୋଡ଼ିଂ କରି ମୁମ୍ବାଇ ଅଭିମୁଖେ ୪୯ ନମ୍ବର ଜାତୀୟ ରାଜପଥ ଦେଇ ଯାଉଥିଲେ । ତେବେ ରାତି ପ୍ରାୟ ୩ଟା ବେଳେ ଟ୍ରକ୍ଟି ଖିରିଇଟାଙ୍ଗିରି ଛକ ନିକଟରେ ଯାଉଥିବା ବେଳେ ହଠାତ ଏଥିରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଜାଣି ଡ୍ରାଇଭର ଟ୍ରକ୍ ଅଟକାଇ ହେଲ୍ପର ସହିତ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ । ଏ ସମ୍ପର୍କରେ ସୂଚନା ପାଇ ତୁରୁମୁଙ୍ଗା ଥାନା ପୁଲିସ ଓ ଦମକଳାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ତେବେ ନିଆଁ କିପରି ଲାଗିଲା ତାହା ଜଣାପଡ଼ିନାହିଁ । ପୁଲିସ ଘଟଣାର ତଦନ୍ତ ଚଳାଇଛି ।