ରୟାଲ ରୋମାନସ୍

111

ବି୍ରଟେନ ରାଜ ଦମ୍ପତି ପ୍ରିନ୍ସ ୱିଲିୟମ ଓ କେଟ୍ ମିଡଲଟନ ଇତିମଧ୍ୟରେ ଭାରତ ଗସ୍ତରେ ଆସିଛନ୍ତି  । ରାଜ ଦମ୍ପତି ସାତ ଦିନିଆ ଗସ୍ତରେ ଆସି ଭାରତ ବ୍ୟତୀତ ନେପାଳ ଯିବେ  । ରାଜ ଦମ୍ପତିଙ୍କୁ ମୁମ୍ବାଇରେ ଭବ୍ୟ ସ୍ୱାଗତ କରାଯାଇଛି  । ଗସ୍ତ ସୂଚୀରେ ଏକାଧିକ ଆମୋଦଦାୟକ ଜିନିଷ ଦେଖିବାକୁ ମିଳିଛି  । ପ୍ରିନ୍ସ ଓ କେଟ୍ ଭାରତ ରହଣିକୁ ସ୍ମରଣୀୟ କରିବାକୁ ଦେଶର ମାନ୍ୟଗଣ୍ୟ ବ୍ୟକ୍ତିତ୍ୱଙ୍କ ସହ ସମୟ ବିତାଇ ଛନ୍ତି  । ଏପରିକି ବଲିଉଡ୍ ପାର୍ଟିରେ ମଧ୍ୟ ଯୋଗ ଦେଇ ଚକିତ କରିଛନ୍ତି ଦେଶର ଚର୍ଚ୍ଚିତ ସିନେଷ୍ଟାର ମାନଙ୍କୁ  । ରାଜ ଦମ୍ପତିଙ୍କର ଏହି ଗସ୍ତକୁ ନେଇ ଏବେ ସାଧାରଣରେ ଚାଲିଛି ଚର୍ଚ୍ଚା  । ରାଜ ଦମ୍ପତିଙ୍କ ପାଇଁ ମୁମ୍ବାଇରେ ଥିବା ହୋଟେଲ୍ ତାଜକୁ ସ୍ୱତନ୍ତ୍ର ଭାବେ ସଜ୍ଜିତ କରା ଯାଇଥିଲା  । ସୂଚନାଯୋଗ୍ୟ ୧୯୧୧ ମସିହାରେ ବି୍ରଟେନର ତକ୍ରାଳୀନ ରାଜା ପଂଚମ ଜର୍ଜ ଓ ରାଣୀ ମ୍ୟାରି ଏହି ହୋଟେଲରେ ରହିଥିଲେ  । ଏହି ଚର୍ଚ୍ଚିତ ରାଜକୀୟ ଗସ୍ତକୁ ନେଇ ଦେଖିବା ସ୍ପେଶାଲ ରିପୋର୍ଟ ରୟାଲ୍ ରୋମାନ୍ସ  ।

           Prince-William-Kate-Middleton-Wedding-Pictures

ମଇଦାନ୍ରେ ରୟାଲ୍ କପୁଲ୍  । ବ୍ୟାଟ୍ ଧରିଛନ୍ତି ବ୍ରିଟେନ୍ ଯୁବରାଣୀ କେଟ୍ ମିଡ଼ିଲଟନ୍  । ମଇଦାନରେ କେଟ୍ଙ୍କୁ ଗାଇଡ୍ କରିବାକୁ ଅଛନ୍ତି ରନ୍ ମେସିନ୍ ସଚିନ୍ ତେନ୍ଦୁଲକର୍  । ୱିକେଟରକ୍ଷଣ ପାଇଁ ତୈୟାର୍ ଦିଲ୍ଲୀପ୍ ଭେଙ୍ଗସରକାର  । ଯୁବରାଣୀଙ୍କ ବ୍ୟାଟିଂ ପରେ ଯୁବରାଜଙ୍କ ପାଳି  । ପ୍ରିନ୍ସ ୱିଲିୟମ୍ ଦେଖାଉଛନ୍ତି ବ୍ୟାଟିଂ ଜଲୱା  । ମୁମ୍ବାଇର ଓଭାଲ ପାର୍କରେ ରୟାଲ ଦମ୍ପତିଙ୍କର କ୍ରିକେଟ ପ୍ରେମ ।

   000_9i6nq    000_9i6tw

ରୟାଲ୍ କପୁଲ୍ର ବଲିଉଡ୍ କନେକ୍ସନ୍  । ବଲିଉଡ୍ ସିନେଷ୍ଟାରଙ୍କ ମେଳରେ ପ୍ରିନ୍ସ ୱିଲିୟମ୍ ଓ କେଟ୍ ମିଡ଼ିଲଟନ୍  । ପାର୍ଟିରେ ଦୁହିଁଙ୍କୁ ସ୍ୱାଗତ ଜଣାଇବାକୁ ଏକାଠି ହୋଇ ଯାଇଛି ପୂରା ମାୟାନଗରୀ  । ଯୁବରାଜ ଓ ଯୁବରାଣୀଙ୍କ ସ୍ୱାଗତରେ ଅଛନ୍ତି ଶାହରୁଖ୍, ଐଶ୍ୱର୍ଯ୍ୟା, ଅନୀଲ କପୁର୍, କରନ୍ ଜୋହରଙ୍କ ପରି ମାୟାନଗରୀର ଅନେକ ପରିଚିତ ସିନେ ସେଲିବ୍ରିଟି  । ଏହି ପାର୍ଟି ପୂର୍ବରୁ ୱିଲିୟମ୍ ଓ କେଟ୍ ଯାଇଥିଲେ ମୁମ୍ବାଇର ବାଗଙ୍ଗା ବସ୍ତି ଅଂଚଳ । ବାଗଙ୍ଗା ଜଳାଶୟରେ କଦଳୀ ପତ୍ରରେ ତିଆରି  ଡଙ୍ଗା ଭସାର ମଜା ନେଇଥିଲେ ଦମ୍ପତି  । ପାରମ୍ପରିକ ରୀତିରେ ସ୍ୱାଗତ କରାଯାଇଥିଲା ଦୁହିଁଙ୍କୁ  । ୨୬/୧୧ ଶହୀଦ୍ଙ୍କୁ ମଧ୍ୟ ଦମ୍ପତି ସମ୍ମାନ ଜଣାଇଥିଲେ ତାଜ୍ ପରିସରରେ  । ଗସ୍ତର ଅବଧି ଥିଲା ସ୍ୱଳ୍ପ  । ହେଲେ ସ୍ମରଣୀୟ ଥିଲା ପ୍ରତିଟି ମୁହୂର୍ତ  ।                                       öDuchess dazzles in a royal blue glittering number as the royal couple meet Bollywood's who's who at the gala dinner in Mumbai

କେଟ୍ ଓ ୱିଲିୟମ୍ଙ୍କ ପ୍ରେମକାହାଣୀ  । ସବୁବେଳେ ରହିଆସିଛି ଚର୍ଚ୍ଚାରେ  । ପ୍ରିନ୍ସ ୱିଲିୟମ୍ ହେଉଛନ୍ତି ପ୍ରିନସେସ୍ ଡାଏନା ଓ ପ୍ରିନ୍ସ ଅଫ୍ ୱେଲ୍ସଙ୍କ ପୁଅ  । ଉଭୟଙ୍କ ବିବାହ ବିଶ୍ୱର ଏକ ସର୍ବକାଳୀନ ଲୋକପ୍ରିୟ ଇଭେଂଟର ମାନ୍ୟତା ପାଇଥିଲା ୨୦୧୧ ମସିହାରେ  । ଦୁହିଁଙ୍କ ବିବାହ ଦିବସକୁ ସରକାରୀ ଛୁଟିଦିବସ ଭାବେ ଘୋଷଣା କରା ଯାଇଥିଲା  । ବ୍ରିଟେନରେ ପାଖାପାଖି ୫ ହଜାରରୁ ଅଧିକ ଷ୍ଟ୍ରିଟ୍ ପାର୍ଟି ଆୟୋଜିତ ହୋଇଥିଲା ଏହି ଅବସରରେ  । ଦୁହିଁଙ୍କ ବିବାହ ଦେଖିବାକୁ ରାସ୍ତାକଡ଼ରେ ଲକ୍ଷ ଲକ୍ଷ ଜନତା ଛିଡ଼ା ହୋଇ ରହିଥିଲେ  । ଟେଲିଭିଜନ ଜରିଆରେ ବିବାହକୁ ଦଶ ମିଲିୟନ୍ରୁ ଅଧିକ ଦର୍ଶକ ଏହାକୁ ଦେଖିଥିବାବେଳେ ୟୁଟ୍ୟୁବ୍ ଜରିଆରେ ଏହାକୁ ଦେଖିଥିଲେ ୭୨ ମିଲିୟନ୍ ବ୍ୟକ୍ତି  । ୨୦୧୧ ମସିହା ଏପ୍ରିଲ୍ ୨୯ ତାରିଖରେ ସମ୍ପନ୍ନ ହୋଇଥିଲା ଏହି ବହୁଚର୍ଚ୍ଚିତ ବିବାହ  । ତେବେ ବିବାହ ପଛରେ ଥିଲା ଏକ ସୁନ୍ଦର ପ୍ରେମକାହାଣୀ  ।

                        wills_2209320b

୨୦୦୧ ମସିହା  ।  ସେଂଟ୍ ଆଣ୍ଡ୍ରିଉରେ ପାଠ ପଢ଼ିବା ପାଇଁ ନାମ ଲେଖାନ୍ତି ୱିଲିୟମ୍  । ସାଧାରଣତଃ ସେଂଟ୍ ଆଣ୍ଡ୍ରିଉ ଶିକ୍ଷାନୁଷ୍ଠାନ ଅଧିକ ପରିଚିତ ଜୀବନସାଥୀ ସଂଧାନ କେନ୍ଦ୍ର ନାମରେ  । ସାଧାରଣ ଛାତ୍ର ପରି ସେଠାରେ ଚାଲେ ୱିଲିୟମ୍ଙ୍କ ଶିକ୍ଷାର୍ଥୀ ଜୀବନ  । ପ୍ରଫେସର୍ ମାନଙ୍କୁ କଡ଼ା ନିଦେ୍ର୍ଦଶ ଦିଆଯାଇଥାଏ ଗଣମାଧ୍ୟମରେ କୌଣସି କଥା ପ୍ରଘଟ ନ କରିବାକୁ  । କୁହାଯାଏ ୨୦୦୨ ମସିହାରେ ଏକ କଲେଜସ୍ତରୀୟ ଫ୍ୟାଶନ୍ ସୋରେ ପ୍ରଥମ ଦେଖା ହୁଏ ପ୍ରିନ୍ସ ୱିଲିୟମ୍ ଓ କେଟ୍ ମିଡ଼ିଲଟନ୍ଙ୍କର  । ଏହି ସୋରେ ଆକର୍ଷଣର କେନ୍ଦ୍ର ପାଲଟିଥାନ୍ତି କେଟ୍  । କେଟ୍ଙ୍କୁ ମନେ ମନେ ଭଲପାଇ ବସନ୍ତି ୱିଲିୟମ୍  । ସୋ ଶେଷ ହେବାପରେ ଏକ ପାର୍ଟିରେ ୱିଲିୟମ୍ ନିଜ ମନକଥା ପ୍ରକାଶ କରନ୍ତି କେଟ୍ଙ୍କୁ  । କେଟ୍ ସମ୍ମତି ପ୍ରକାଶ କରିବା ପରେ ସମୟକ୍ରମେ ପରସ୍ପରର ନିକଟତର ହୁଅନ୍ତି  । ପରିଶେଷରେ ରାଜ ପରିବାରର ନିଷ୍ପତି ଅନୁଯାୟୀ ହୁଏ ଦୁହିଁଙ୍କର ବିବାହ  । ବିବାହ ସାରା ବିଶ୍ୱ ପାଇଁ ପାଲଟେ ଏକ ଆକର୍ଷଣ  । ଏବେ ଏହି ରାଜ ଦମ୍ପତି ଭାରତ ଗସ୍ତରେ  । ଗସ୍ତର ପ୍ରତିଟି ପର୍ଯ୍ୟାୟରେ ଦେଖିବାକୁ ମିଳୁଛି ୱିଲିୟମ୍ ଓ କେଟ୍ଙ୍କର ଭାରତ ଓ ଭାରତୀୟଙ୍କ ପ୍ରତି ଅସୁମାରି ଭଲପାଇବା  । କେବେ ଫିଲ୍ଡରେ ତ ପୁଣି କେବେ ଆଉ କେଉଁଠି ଦୁହେଁ ବାଂଟିଛନ୍ତି ଓ ବଦଳରେ ପାଇଛନ୍ତି ଭଲପାଇବା  ।

kate-middleton-and-prince-william-65372_w1020h450c1cx345cy200

ଏବେ ଭାରତ ଗସ୍ତରେ ବ୍ରିଟେନ୍ର ଏହି ରାଜଦମ୍ପତି  । ଗସ୍ତସୂଚୀରେ ରହିଛି ଏକାଧିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ  । ଭାରତ ଗସ୍ତ ଶେଷ ହେବାପରେ ଦମ୍ପତି ନେପାଳ ଗସ୍ତରେ ଯିବେ  । ରାଜ ଦମ୍ପତିଙ୍କ ସ୍ୱାଗତରେ ବଲିଉଡ୍ ଇଣ୍ଡଷ୍ଟ୍ରି ଖୁସି ଜାହିର କରିଥିବା ବେଳେ ୱିଲିୟମ୍ ଓ କେଟ୍ ମଧ୍ୟ ଭାରତ ଓ ଭାରତୀୟଙ୍କ ପ୍ରତି ଭଲପାଇବାକୁ ପ୍ରଦର୍ଶିତ କରିଛନ୍ତି ସାଧାରଣରେ  । ଏବେ ଏହି ରୟାଲ୍ ରୋମାନ୍ସକୁ ନେଇ ଚର୍ଚ୍ଚା ଚାରିଆଡ଼େ  ।