ନେସଲେ କମ୍ପାନିର ଜବରଦସ୍ତ ଅଫର : ମ୍ୟାଗିର ୧୦ଟି ଖାଲି ପ୍ୟାକେଟ ଫେରାଇଲେ, ଗୋଟିଏ ମ୍ୟାଗି ପ୍ୟାକେଟ ମିଳିବ ଫ୍ରୀ !
ପ୍ଲାଷ୍ଟିକ ପ୍ରଦୂଷଣ ରୋକିବାକୁ ଏହି ଅଫର ଆରମ୍ଭ କରାଯାଇଛି । ଏବେ ଏହି ଯୋଜନାରେ ୨୫୦ ରିଟେଲରଙ୍କ ସହିତ କାମ କରୁଛି କମ୍ପାନି
ପଲିଥିନ ନଷ୍ଟକୁ ରୋକିବାକୁ ନେସଲେ କମ୍ପାନି ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛି । ମ୍ୟାଗି ପ୍ରସ୍ତୁତ କରୁଥିବା ନେସେଲେ କମ୍ପାନି ଏନେଇ ‘ମ୍ୟାଗି ରେପର୍ସ ରିଟର୍ଣ୍ଣ’ ଭଳି ଏକ ଯୋଜନା ଆରମ୍ଭ କରିଛନ୍ତି । ଯେଉଁଥିରେ ମାଗଣାରେ ମ୍ୟାଗି ପାଇପାରିବେ ଖାଉଟି । କିନ୍ତୁ ଏଥିପାଇଁ ଖାଉଟିଙ୍କୁ ଛୋଟିଆ କାମ କରିବାକୁ ପଡିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ସାଧାରଣ ଲୋକ ମାନେ ବଜାରରୁ ମ୍ୟାଗି କିଣିବା ପରେ ଏହାକୁ ପ୍ରସ୍ତୁତ କରି ଏହାର ଖୋଳ ବା ଜରି ଡଷ୍ଟବିନରେ ଫୋପାଡି ଦିଅନ୍ତି । କିନ୍ତୁ ଏବେ ଏହାକୁ ନ ଫୋପାଡି ଯଦି ଜମା କରି ରଖିବେ ତେବେ ମାଗଣାରେ ମ୍ୟାଗି ପାଇପାରିବେ । ନେସେଲେ କମ୍ପାନି ପକ୍ଷରୁ ଆରମ୍ଭ ହୋଇଥିବା ଅଫର ଅନୁଯାୟୀ, ଯେଉଁ ଗ୍ରାହକ ମାନେ ମ୍ୟାଗିର ୧୦ ଜରି ଖୋଳ ବା ରେପର୍ସ ଦେବେ ସେମାନଙ୍କୁ ଗୋଟିଏ ପ୍ୟାକେଟ ମ୍ୟାଗି ସମ୍ପୂର୍ଣ୍ଣ ଭାବେ ଫ୍ରିରେ ମିଳିବ । କମ୍ପାନ ଏବେ ଡେହରାଡୁନ ଓ ମସୁରୀରେ ପାଇଲଟ ପ୍ରୋଜେକ୍ଟ ଭାବେ ଏହି ଅଫରକୁ ଆରମ୍ଭ କରିଛନ୍ତି ।
ନେସେଲେ କମ୍ପାନିର କହିବା ଅନୁଯାୟୀ, ପ୍ଲାଷ୍ଟିକ ପ୍ରଦୂଷଣ ରୋକିବାକୁ ଏହି ଅଫର ଆରମ୍ଭ କରାଯାଇଛି । ଏବେ ଏହି ଯୋଜନାରେ ୨୫୦ ରିଟେଲରଙ୍କ ସହିତ କାମ କରୁଛି କମ୍ପାନି । ଏହି ଅଫରର ଆରମ୍ଭ କରିବାର ମୁଳ ଉଦ୍ଦେଶ୍ୟ ହେଉଛି, ଲୋକଙ୍କ ମନରେ ପ୍ଲାଷ୍ଟିକ ନଷ୍ଟ କରିବାକୁ ନେଇ ସଚେତନତା ସୃଷ୍ଟି କରିବା । ଚଳିତ ବର୍ଷ ମେ ମାସରେ ଗତି ଫାଉଣ୍ଡେସନ ନାମକ ଏକ ସଂସ୍ଥା ଏକ ରିପୋର୍ଟ ଜାରି କରିଥିଲା । ଯେଉଁଥିରେ ଦର୍ଶାଯାଇଥିଲା ଯେ, ମ୍ୟାଗି, ଫ୍ରୁଟି ଓ ପେପ୍ସେିକୋର ଚିପ୍ସ ଭଳି ବଡ ବଡ କମ୍ପାନିର ସାମଗ୍ରୀ ଯୋଗୁଁ ଅଧିକ ପ୍ଲାଷ୍ଟିକ ନଷ୍ଟ ହେବା ସହ ପ୍ରଦୂଷଣ ହେଉଛି ।