ଏସସିବିରେ ନୀଳଗିରି ଜଙ୍ଗଲରୁ ଉଦ୍ଧାର ଶିଶୁ କନ୍ୟା ! ଶରୀରରେ କମୁଛି ରକ୍ତର ପରିମାଣ, ବିଗୁଡୁଛି ସ୍ୱାସ୍ଥ୍ୟବସ୍ଥା

26

କନକ ବ୍ୟୁରୋ : କଟକ ବଡ ମେଡିକାଲରେ ନୀଳଗିରି ଜଙ୍ଗଲରୁ ଉଦ୍ଧାର ଶିଶୁକନ୍ୟା । ମା’ର ମୃତଦେହ ନିକଟରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ସ୍ୱାସ୍ଥ୍ୟବସ୍ଥା ବିଗୁଡୁଛି । ଜୟପୁର ନୀଳଗିରି ଜଙ୍ଗଲରୁ ଉଦ୍ଧାର ହୋଇଥିବା ଶିଶୁର ଶରୀରରେ କ୍ରମାଗତ ଭାବେ ରକ୍ତ କମୁଥିବା ବେଳେ ହେମୋଗ୍ଲୋବିନ୍ କମୁଥିବା ଜଣାପଡିଛି । ରାତି ତମାମ ଜଙ୍ଗଲ ଭିତରେ ଝିପି ଝିପି ବର୍ଷାରେ ଭିଜିଥିବାରୁ ତା ଶରୀରରେ ଇନଫେକ୍ସନ ବଢ଼ି ଯାଇଥିବା କହିଛନ୍ତି ଡାକ୍ତର । ପ୍ରାଥମିକ ପର୍ଯ୍ୟାୟରେ ଶିଶୁଟିକୁ କିଛି ପରିମାଣରେ ରକ୍ତ ଦିଆଯାଇଛି । ତେବେ ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ଆମ୍ବୁଲାନ୍ସ ଓ ସ୍ୱତନ୍ତ୍ର ଡାକ୍ତରୀ ଦଳ ସହ ଶିଶୁଟିକୁ ଏସସିବି ମେଡିକାଲକୁ ଅଣାଯାଇଛି ।