କନକ ବ୍ୟୁରୋ : ଚୋରକୁ ବାନ୍ଧି ନିର୍ଧୁମ ଛେଚା । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଜଗନ୍ନାଥପୁର ଗାଁରେ । ଗତକାଲି ବିଳମ୍ବିତ ରାତିରେ ଗାଁର ଶରତ ଜେନାଙ୍କ ଘରୁ ଗ୍ରୀଲ କାଟି ୩ ଜଣ ଚୋରି କରୁଥିଲେ । ଏହି ସମୟରେ ଗାଁଲୋକେ ଜଣକୁ କାବୁ କରିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଅନ୍ୟଦୁଇଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଧରାପଡିଥିବା ଚୋରକୁ ଲୋକେ ବାନ୍ଧି ନିର୍ଧୁମ ମାଡମାରିଛନ୍ତି । ପୋଲିସ ଘଟଣାସ୍ଥଳରେ ପଂହଚି ଚୋରକୁ ଉଦ୍ଧାର କରି ଥାନାରେ ଅଟକ ରଖିଛି । ଚୋରା ଜିନିଷ ଓ ମାରଣାସ୍ତ୍ର ଜବତ ହୋଇଛି । ଦେଖନ୍ତୁ ଏହି ଭିଡିଓ –