ଶୁଷ୍କ ତ୍ୱଚା ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ଉପାୟ

36

ଶୁଷ୍କ ତ୍ୱଚା ପାଇଁ ଚିନ୍ତିତ କି ? ଶୁଷ୍କ ତ୍ୱଚାଯୁକ୍ତ ପାଇଁ ଏହି ପ୍ରାକୃତିକ ଉପାୟରେ ଆପଣ ସୌନ୍ଦର୍ଯ୍ୟ ରକ୍ଷା କରିପାରିବେ ।

– କଞ୍ଚାକ୍ଷୀରକୁ ତୁଳାରେ ଭିଜାଇ ମୁହଁକୁ ଭଲଭାବେ ପରିଷ୍କାର କରନ୍ତୁ । କଞ୍ଚାକ୍ଷୀର ଶୁଷ୍କ ତ୍ୱଚା ପାଇଁ କ୍ଲିଂଜରର କାମ କରିଥାଏ ।

– ଲହୁଣୀ ଏକ ଚାମଚ, ଅଲିଭ୍‌ ଅଏଲ୍‌ ଦୁଇ ଚାମଚ ସହିତ ଦୁଇ ବୁନ୍ଦା କ୍ଷୀରକୁ ମିଶାଇ ମୁହଁରେ ମାଲିସ୍‌ କଲେ ତ୍ୱଚା ସୁନ୍ଦର ଦିଶିଥାଏ ।

– ଆଲମଣ୍ଡକୁ କ୍ଷୀରରେ ବାଟି ପେଷ୍ଟ୍‍ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ମୁହଁରେ ଲଗାଇଲେ ଶୁଷ୍କ ତ୍ୱଚା ଅଧିକ କାନ୍ତିମୟ ହୋଇଉଠେ।

– ଅଳ୍ପ କ୍ଷୀରରେ ଟିକେ ବଟା ହଳଦୀକୁ ମିଶାଇ ତାହାକୁ ଭଲଭାବରେ ଆପଣଙ୍କ ମୁହଁରେ ମାଲିସ୍‌ କରନ୍ତୁ ।ଏହାପରେ ଗୋଲାପ ଜଳରେ ମୁହଁକୁ ପୋଛି ଥଣ୍ଡାପାଣିରେ ଥୋଇ ନିଅନ୍ତୁ ।

– ମୁହଁରେ କେଇବୁନ୍ଦା ଗ୍ଲିସେରିନ୍‌ ବା ଆଲମଣ୍ଡþ ଅଏଲ୍‌ ମିଶାଇ ମୁହଁରେ ମାଲିସ୍‌ କଲେ ମଧ୍ୟ ଶୁଷ୍କ ତ୍ୱଚା ଉଜ୍ଜଳ ଦିଶିଥାଏ ।

– କମଳା ଚୋପାକୁ ଶୁଖାଇ ତାହାର ଗୁଣ୍ଡ କରି ରଖନ୍ତୁ । ଏକ ଚାମଚ କମଳା ଚୋପା ଗୁଣ୍ଡରେ ଫୁଟା କ୍ଷୀର ଏକ ଚାମଚ ଓ ଅଲିଭ୍‌ ଅଏଲ୍‌ ଦୁଇ ବୁନ୍ଦା ମିଶାଇ ଏକ ପେଷ୍ଟ୍‍ ତିଆରି କରନ୍ତୁ । ଏହାପରେ ତା’କୁ ମୁହଁରେ ଲଗାଇ ଦିଅନ୍ତୁ ଏବଂ ଶୁଖିଗଲା ପରେ ଭଲ କରି ମସାଜ୍‌ କରନ୍ତୁ । ଏହାପରେ ଓଦା ତୁଳାରେ ମୁହଁ ପରିଷ୍କାର କରନ୍ତୁ ।