ସଲମାନ୍ ମୋର ସ୍ୱାମୀ! ଏହି ଅଭିନେତ୍ରୀ କଲେ ଦାବି

41

sampoornaଆଉ ବ୍ୟାଚେଲର୍ ନାହାଁନ୍ତି ସଲମାନ୍ ଖାନ୍। ବଙ୍ଗୀୟ ଅଭିନେତ୍ରୀ ସଂପୂର୍ଣ୍ଣା ଲାହିରୀଙ୍କୁ ବିବାହ କରିସାରିଛନ୍ତି ଭାଇଜାନ୍ । ଆଉ ଏକଥା ନିଜେ କହିଛନ୍ତି ସଂପୂର୍ଣ୍ଣା । ପ୍ରକୃତ କଥା ହେଲା ସଂପୂର୍ଣ୍ଣା ଏକ ସାକ୍ଷାତକାରରେ କହିଛନ୍ତି ସେ ସଲମାନଙ୍କୁ ଖୁବ୍ ଭଲ ପାଆନ୍ତି । ଏବଂ ଦବଙ୍ଗ୍ ଖାନଙ୍କୁ ମନେ ମନେ ନିଜ ସ୍ୱାମୀ ଭାବରେ ଗ୍ରହଣ କରିସାରିଛନ୍ତି ।

ତେବେ ସଲମାନଙ୍କ ସହ ନିଜ ନାଁ ଯୋଡି ଲୋକଲୋଚନକୁ ଆସିବାର ଏହା ସଂପୂର୍ଣ୍ଣାଙ୍କ ଷ୍ଟଂଟ୍ ବୋଲି କୁହାଯାଉଛି । ସଂପୂର୍ଣ୍ଣା ଆନେକ ବଙ୍ଗାଳୀ ଧାରାବାହିକ ସହ କିଛି ସିନେମାରେ ଅଭିନୟ କରି ସାରିଛନ୍ତି । ଏହା ସହ ସେ ‘ବିଗ୍ ବସ୍’ ର ବଙ୍ଗାଳୀ ସଂସ୍କରଣରେ ମଧ୍ୟ ନଜର ଆସିଛନ୍ତି ।