ମୁକେଶ ଆମ୍ବାନୀ ଆଉ ମାତ୍ର ଦୁଇ ଦିନ ପରେ ଦେଇ ପାରନ୍ତି ଜିଓ ବ୍ରଡ଼ବ୍ୟାଣ୍ଡ–ଡ଼ିଟିଏଚ୍ ଉପହାର !

46

ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମୁକେଶ ଆମ୍ବାନୀ ଆଉ ମାତ୍ର ଦୁଇ ଦିନ ପରେ ଜିଓ ଗ୍ରାହକଙ୍କୁ ଅନେକ ଅଫର ଉପହାର ସ୍ୱରୂପ ଦେଇପାରନ୍ତି । ମାଗଣା ସିମ୍ ଦେଇ ଦେଶ ସାରା ଟେଲିକମ ଦୁନିଆରେ ହଲଚଲ ସୃଷ୍ଟି କରିବା ପରେ ଆମ୍ବାନୀ ଆଉ ଏକ ପାଦ ଆଗକୁ ଯାଇ ଡିଟିଏଚ୍ ଓ ବ୍ରଡ଼ବ୍ୟାଣ୍ଡ ଉପଲବ୍ଧ କରୁଥଇବା କମ୍ପାନୀ ଉପରେ ଭାରି ପଡ଼ିପାରନ୍ତି । ଏହା ବ୍ୟତୀତ ଆମ୍ବାନୀ ୪ଜି ଟୋକ୍ନୋଲୋଜି କୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଫିଚର ଫୋନ ଆଣିବା ପାଇଁ ଘୋଷଣା ମଧ୍ୟ କରିପାରନ୍ତି । ଆସନ୍ତୁ ଆଲୋଚନା କିରବା ଆମ୍ବାନୀ ଆଉ କେଉଁ କେଉଁ ନୂଆ ଘୋଷଣା କରିପାରନ୍ତି ।

ଶସ୍ତା ଡାଟା ଯୋଜନା –
ଜିଓ ଲଞ୍ଚ ହେବା ସମୟରେ ୬ ମାସ ପର୍ଯ୍ୟନ୍ତ ମାଗଣା ଇଣ୍ଟରନେଟ୍ ସେବା ଦେବା ପରେ ଆମ୍ବାନୀ ଏହି ବର୍ଷ ଶସ୍ତା ଡ଼ାଟା ଯୋଜନା ଲଞ୍ଚ କରିବା ପାଇଁ ଅନେକ ଘୋଷଣା କରିପାରନ୍ତି । ଏହି ଯୋଜନା ୩୫୦ ଟଙ୍କା ଠାରୁ ମଧ୍ୟ କମ ହେବାର ସମ୍ବାବନା ରହିଛି । ଏହାସହ କମ୍ପାନୀ ପ୍ରଥମରୁ ଦେଉଥିବା ମାଗଣା ଡାଟା ଓ କଲିଂ ଜିଓ ସେବାକୁ ଶେଷ କରିବା ପାଇଁ ଘୋଷଣା ମଧ୍ୟ କରିପାରନ୍ତି ।

ଇନଟେକ୍ସ ତିଆରି କରୁଛି ସବୁଠାରୁ ଶସ୍ତା ୪ଜି ଫିଚର ଫୋନ୍-
ଆମ୍ବାନୀ ଜିଓର ସବୁଠାରୁ ଶସ୍ତା ୪ଜି ଫିଚର ଫୋନର ଘୋଷଣା ମଧ୍ୟ କରିପାରନ୍ତି । ଏହି ଫୋନର ମୂଲ୍ୟ ପାଖାପାଖି ୫୦୦ ଟଙ୍କା ହୋଇପାରେ । ମୋବାଇଲ କମ୍ପାନୀ ଇନଟେକ୍ସ ଏହି ଫୋନ ତିଆରି କରୁଛି । ଫୋନ ତିଆରି କରିବା ପାଇଁ ପାଖାପାଖି ଖର୍ଚ୍ଚ ହେଉଛି ୧୫୦୦ ଟଙ୍କା । ଏହି ଫୋନରେ ୨ ମେଗାପିକ୍ସେଲ କ୍ୟାମେରା ଓ ଟର୍ଚ୍ଚର ସୁବିଧା ରହିଛି ।

୩ ମାସ ପାଇଁ ମିଳିବ ମାଗଣା ୧୦ ଜିବି ବ୍ରଡ଼ବ୍ୟାଣ୍ଡ ଡାଟା –
ଆମ୍ବାନୀ ବାର୍ଷିକ ମିଟିଂରେ ଡିଟିଏଚ୍ ଓ ବ୍ରଡ଼ବ୍ୟାଣ୍ଡେ ସେବାକୁ ଲଞ୍ଚ କରିବା ପାଇଁ ଘୋଷଣା ମଧ୍ୟ କରିପାରନ୍ତି । ସୂତ୍ର ଅନୁସାରେ ଜିଓ ଏବେ ନିଜର ଫାଇବର ବ୍ରଡ଼ବ୍ୟାଣ୍ଡ ସେବାର ପରୀକ୍ଷା ମୁମ୍ବାଇ , ଦିଲ୍ଲୀ , ଅହମଦାବାଦ, ଜାମନଗର, ସୁରଟ ଓ ବଡ଼ୋଦରା ରେ କରୁଛିି । ଏହି ସହର ଗୁଡ଼ିକରେ ବ୍ରଡ଼ବ୍ୟାଣ୍ଡ ସେବା ୫ ମାସ ପାଇଁ ଏହି ସହର ଗୁଡ଼ିକରେ ମାଗଣାରେ ଉପଲବ୍ଧ କରାଇବ କମ୍ପାନୀ ।

ଏହି ବ୍ରଡ଼ବ୍ୟାଣ୍ଡ ସେବାରୁ ଟିଭି ଚ୍ୟାନେଲ ମଧ୍ୟ ଚାଲି ପାରିବ ବୋଲି ଶୁଣିବାପାଇଁ ମିଳୁଛି । କିନ୍ତୁ ଏନେଇ ଗ୍ରାହକଙ୍କୁୁ ଇନଷ୍ଟୋଲେସନ ସମୟରେ ୪୫୦୦ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡ଼ିବ । କମ୍ପାନୀ ଏହା ପରେ ୫୦୦ ଟଙ୍କାରେ ୬୦୦ ଜିବି ଡାଟା ଦେବ । ଏହାର ବେଗ ୧୦୦ ଏମବିପିଏସ ରହିବ, ଯାହା ଏବେ ପର୍ଯ୍ୟନ୍ତ କୌଣସି ବ୍ରଡ଼ବ୍ୟାଣ୍ଡ କମ୍ପାନୀର ବେଗ ନାହିଁ ।
       ସୌଜନ୍ୟ-ଅମରଉଜାଲା