ଶରଧାବାଲିର ନାମକରଣକୁ ନେଇ ପଢନ୍ତୁ କିଛି ତଥ୍ୟ !

42

ସିଂହଦ୍ୱାରରୁ ତିନି ରଥ ଟଣାହୋଇ ଶରଧାବାଲିରେ ପହଁଚନ୍ତି । ଶରଧାବାଲିରୁ ଆଡପମଣ୍ଡପକୁ ବିଜେ ହୁଅନ୍ତି । ଏଇ ଶରଧାବାଲିକୁ ନେଇ ଭକ୍ତଙ୍କ ମନରେ ଅନେକ କୌତୁହଳ । ଶରଧାବାଲି – ଅର୍ଥାତ୍ ପୂର୍ବରୁ ଏଠାରେ ଥିଲା ବାଲୁକା ଶଯ୍ୟା । ଏହି ବାଲୁକା ଶଯ୍ୟା ଧାରରେ ନଦୀଟିଏ ବହି ଯାଉଥିଲା । ନଦୀର ନାଁ ଶଙ୍ଖୁଆ ନଈ । ଅବଶ୍ୟ କେହି କେହି କୁହନ୍ତି ମାଳିନୀ ନଈ । ଏହି ନଈ ବଡଦାଣ୍ଡ ଓ ଗୁଣ୍ଡିଚା ମନ୍ଦିର ମଝିରେ ବହି ଯାଉଥିଲା ।

ରାଜା ନରସିଂହ ଦେବଙ୍କ ରଥଯାତ୍ରା ସମୟରେ ନଦୀ ଏପଟେ ତିନି ରଥ ଓ ନଦୀ ସେପଟେ ତିନି ରଥ ରହୁଥିଲେ । ଶ୍ରୀବିଗ୍ରହଙ୍କୁ ନଦୀ ପାର ହେବାକୁ ପଡୁଥିଲା । ଏକଥାରେ ଗଜପତି ନରସିଂହ ଦେବଙ୍କ ରାଣୀ ଶରଧାଦେବୀ ଘୋର କଷ୍ଟ ଅନୁଭବ କରୁଥିଲେ ।

ବହୁ କଷ୍ଟରେ ନଦୀକୁ ପୋତି ଦେବାକୁ ରାଣୀ ସମର୍ଥ ହେଲେ । ସେହି ଦିନଠାରୁ ରାଣୀ ଶରଧାଦେବୀଙ୍କ ନାମ ଅନୁସାରେ ଏହି ସ୍ଥାନର ନାଁ ଶରଧାବାଲି ହୋଇଥିବା କୁହାଯାଏ ।