ଖୋଲିଲା କମ୍ପ୍ରୋମାଇଜ୍ ପଛର କାହାଣୀ : ପପୁଙ୍କ ସହ ୧୫ଲକ୍ଷ ଟଙ୍କାରେ ଡିଲ୍ କରିଥିଲେ ନାବାଳିକାଙ୍କ ବାପା

22

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପପୁ ପମପମଙ୍କ ବିରୋଧରେ କାଷ୍ଟିଂ କାଉଚ୍ ମାମଲାରେ ଆସିଛି ନୂଆ ମୋଡ । ଖୋଲିଲା କମ୍ପ୍ରୋମାଇଜ୍ ପଛର କାହାଣୀ । ମାମଲା ରଫାଦଫା କରିବାକୁ ହୋଇଥିଲା ଡିଲ୍ । ପପୁଙ୍କ ବିରୋଧରେ ଅଭିଯୋଗ ଆଣିଥିବା ନାବାଳିକାର ବୟାନ ରେକର୍ଡ କରିଥିବା ସିଡବ୍ଲୁସି ସଦସ୍ୟା ଅନୁପମା ରଥ କନକ ନ୍ୟୁଜରେ ରଖିଛନ୍ତି ଚାଂଚଲ୍ୟକର ତଥ୍ୟ । କହିଛନ୍ତି , ମାମଲା ଚପାଇଦେବାକୁ ନାବାଳିକାଙ୍କ ବାପାଙ୍କୁ ୧୫ଲକ୍ଷ ଟଙ୍କାରେ ଡିଲ୍ କରିବାକୁ ଚେଷ୍ଟା କରାଯାଇଥିଲା । ଏହି କଥା ବୟାନ ଦେବାବେଳେ ନାବାଳିକା ଜଣକ ଶିଶୁ କଲ୍ୟାଣ କମିଟି ସଦସ୍ୟା ନିରୁପମା ରଥଙ୍କୁ କହିଥିଲେ । ଗତକାଲି କୋର୍ଟରେ କମ୍ପ୍ରୋମାଇଜ୍ ପିଟିସନ୍ ଦାଖଲ କରିଥିଲେ ପୀଡିତାଙ୍କ ବାପା । ପୀଡିତା ନାବାଳିକା ଜଣକ କୋର୍ଟରେ ପପୁ , ତାଂକୁ ଅସଦାଚରଣ କରିଛନ୍ତି ବୋଲି ବୟାନ ଦେବା ପରେ ହଠାତ୍ ତାଂକ ବାପା କମ୍ପ୍ରୋମାଇଜ୍ ପିଟିସନ୍ ଦାଖଲ କରିବା ନେଇ ପ୍ରଶ୍ନ ଉଠିଥିଲା । କମ୍ପ୍ରୋମାଇଜ୍ ପିଟିସନରେ ନାବାଳିକାଙ୍କ ବାପା କହିଥିଲେ, ପପୁଙ୍କ ସହ ତାଂକ ପରିବାରର ଆପୋଷ ବୁଝାମଣା ହୋଇସାରିଛି । ଏହି କମ୍ପ୍ରୋମାଇଜ୍ ପିଟିସନ୍ ବିଭିନ୍ନ ମହଲରେ ସନ୍ଦେହର ବାତାବରଣ ସୃଷ୍ଟି କରିଥିଲା । ଆଉ ଏବେ ଖୋଲିଛି ଏହି କମ୍ପ୍ରୋମାଇଜ୍ ପିଟିସନର ଗୁମର କଥା ।

ଏହା ସହ କମ୍ପ୍ଲେନ୍ ପରେ କମ୍ପ୍ରୋମାଇଜ୍ : ପପୁଙ୍କ ସହ ମିମାଂସା କରିବାକୁ ସତ୍ୟପାଠ ଦାଖଲ କଲେ ପୀଡିତାଙ୍କ ବାପା