ଅଟଳଙ୍କୁ ଏମ୍ସ ହସ୍ପିଟାଲର ଡାକ୍ତରମାନେ ଶ୍ରଦ୍ଧାଞ୍ଜଳି ଦେଉଥିବାର ଫଟୋ ହେଲା ଭାଇରାଲ । ଜାଣନ୍ତୁ ଏହା ପଛରେ କଣ ରହିଛି ସତ୍ୟତା ।

72

ଆମ ଗହଣରେ ଆଉ ନାହାନ୍ତି ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଯିଏ ସଦାସର୍ବଦା ଲୋକଙ୍କ ହିତ ପାଇଁ ତାଙ୍କ ଜୀବନକୁ ଉତ୍ସର୍ଗକୃତ କରିଥିଲେ ତାଙ୍କ ବିୟୋଗରେ ଭାଙ୍ଗିପଡିଛି ସମଗ୍ର ଦେଶ । ଅନେକ ସ୍ଥାନରେ ବାଜପେୟୀଙ୍କ ସ୍ମୃତିକୁ ସାଇତି ରଖିବା ପାଇଁ ଭିନ୍ନ ଭିନ୍ନ ପ୍ରୟାସ କରାଯାଉଛି । ଏଥି ସବୁ ମଧ୍ୟରେ ଏପରି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ କୁହାଯାଇଛି ଦେଖ କିଭଳି ଭାବେ ଏମ୍ସର ଡାକ୍ତରମାନେ ବାଜପେୟୀଙ୍କ ପାର୍ଥିବ ଶରୀର ସାମ୍ନାରେ ହାତ ବନ୍ଦ କରି ଛିଡା ହୋଇ ଶ୍ରାଦ୍ଧାଞ୍ଜଳି ଦେଉଛନ୍ତି । ଏହି ଫଟେ ଏତେ ଭାଇରାଲ ହୋଇଥିଲା କି ଏହାକୁ ବିଶ୍ୱାସ କରି ଏକ ନାମି ଦାମି ମିଡିଆ ହାଉସ ଏହା ଉପରେ ଏକ ଷ୍ଟୋରି ଲେଖି ଦେଇଥିଲେ ଏବଂ ପରେ ଏହି ଫଟୋ ମିଛ ବୋଲି ଜାଣିବା ପରେ ସେ ତାଙ୍କ ଭୁଲକୁ ସୁଧାରି ନେଇଛନ୍ତି ।

କଣ ଥିଲା ଫଟୋର ରହସ୍ୟ

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋକୁ ଯାଞ୍ଚ କରିବା ପରେ ଏହାର ପଛର ସତ୍ୟତା ଜଣା ପଡିଥିଲା । ଏହି ଫଟୋରେ ଥିବା ଡାକ୍ତର ଏମ୍ସ ହସ୍ପିଟାଲର ଦାକ୍ତର ନଥିଲେ କି ଏହି ଫଟୋ ଭାରତର ମଧ୍ୟ ନଥିଲା । ଭାଇରାଲ ହୋଇଥିବା ଫଟୋ ଚୀନର ଥିଲା, ଯେଉଁଥିରେ ନଭେମ୍ବର ୨୨ ତାରିଖ ୨୦୧୨ରେ ଜଣେ ୧୭ ବର୍ଷ ପିଲାର ମୃତ୍ୟୁ ହସ୍ପିଟାଲରେ ହୋଇଯାଇଥିଲା । ଏବଂ ତାର ଚିକିତ୍ସା କରୁଥିବା ଡାକ୍ତରମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିଲେ । କାରଣ ମୃତ୍ୟୁବରଣ କରିଥିବା ପିଲାଟି ତାର ସାରା ଶରୀରକୁ ଦାନ କରିଦେଇଥିଲା । ଏତେ କମ ବୟସରେ ଏପରି ଚିନ୍ତାଧାରା ଏବଂ ମହାନ କାର୍ଯ୍ୟ ପାଇଁ ଡାକ୍ତରମାନେ ମୃତ୍ୟୁବରଣ କରିଥିବା ପିଲାଟିକୁ ହାତ ଯୋଡି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ଚୀନର ଏହି ଫଟୋକୁ ବାଜପେୟୀଙ୍କ ନାମରେ ଯୋଡି ସୋସିଆଲ ମିଡିଆରେ ଏତେ ଭାଇରାଲ କରାଯାଥିଲା କି ଯାହାର ସତ୍ୟତା ନଜାଣି ଏକ ମିଡିଆ ହାଉସ ଏହା ଉପରେ ଏକ ଷ୍ଟୋରି ଲେଖିଦେଇଥିଲେ ଏବଂ ପରେ ସଂଶୋଧନ କରିଥିଲେ ।