ସୋସିଆଲ ମିଡିଆରେ ଛାତ୍ରୀଙ୍କ ଫଟୋ ଅଶ୍ଳୀଳ ଭାବେ ପୋଷ୍ଟ ମାମଲା : କ୍ରାଇମବ୍ରାଂଚ ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

23

କନକ ବ୍ୟୁରୋ : ରମାଦେବୀ ଛାତ୍ରୀଙ୍କ ଫଟୋକୁ ସୋସିଆଲ ମଡିଆରେ ଅଶ୍ଳୀଳ ଭାବେ ପୋଷ୍ଟ ମାମଲାର ତଦନ୍ତ କରିବ କ୍ରାଇମବ୍ରାଂଚ । କ୍ରାଇମବ୍ରାଂଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ଏହି ଘଟଣାରେ ଅଭିଯୁକ୍ତକୁ ତୁରନ୍ତ ଗିରଫ ସହ କ୍ରାଇମବ୍ରାଂଚ ତଦନ୍ତ ଦାବିରେ ତିନି ମହିଳା ମହାବିଦ୍ୟାଳୟର ଛାତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ତଦନ୍ତ ନିର୍ଦେଶ ଦିଆଯାଇଛି ।

ଛାତ୍ର ବିଜେଡି ସଭାପତି ବ୍ୟମୋକେଶ ରାୟଙ୍କ ନେତୃତ୍ୱରେ ରମାଦେବୀ, ଶୈଳବାଳା ଓ କମଳା ନେହରୁ ମହିଳା ମହାବିଦ୍ୟାଳୟର ଛାତ୍ରୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଅଭିଯୋଗ ଜଣାଇଥିଲେ । ଛାତ୍ରୀ ମାନଙ୍କ ଫଟୋକୁ କେହି ଦୁବୃର୍ତ ସୋସିଆଲ ମିଡିଆରେ ଅପଲୋଡ କରି ସେମାନଙ୍କୁ ଦେହଜୀବୀ ଭାବେ ଚିତ୍ରଣ କରିଥିଲା । ଏନେଇ ସହୀଦ ନଗର ଥାନାରେ ମାମଲା ରୁଜୁ ହୋଇଛି । ଆଇଟି ଆକ୍ଟରେ ମାମଲା ରୁଜୁ କରି କମିସନରେଟ ପୋଲିସ ତଦନ୍ତ ଛାନଭିନ୍ କରୁଛି । ଆରୋହି କ୍ରିଏସନ ପେଜରେ ରମାଦେବୀ ବିଶ୍ୱବିଦ୍ୟାଳୟର ୬୦ରୁ ଅଧିକ ଛାତ୍ରୀଙ୍କ ଫଟୋ ଅପଲୋଡ ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –