କନକ ବ୍ୟୁରୋ : କଟକ ସିଡିଏରେ ଆଇନଜୀବୀଙ୍କ ଘରୁ ଲୁଟ୍ । ସିଡିଏ ୧୧ ନମ୍ବରରେ ଥିବା ହାଇକୋର୍ଟର ଆଇନଜୀବୀ ରମେଶ ରଥଙ୍କ ଘରର ଗ୍ରିଲ ତାଡି ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ବହୁ ସୁନା ଅଳଙ୍କାର ସହ ଘରେ ଥିବା ନଗଦ ଟଙ୍କା ଚୋରି ହୋଇ ଯାଇଛି । ଆଇନଜୀବୀ ରମେଶ ରଥଙ୍କ ପତ୍ନୀ ଢେଙ୍କାନାଳ ଜିଲ୍ଲାରେ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି । ଦୁଇ ତିନି ହେଲା ସେମାନେ ବାହାରେ ଥିବାରୁ ଘରେ ତାଲା ପଡିଥିଲା । ଏହାର ସୁଯୋଗ ନେଇ ଗ୍ରିଲ ତାଡି ଲୁଟ କରିଛନ୍ତି ଦୁର୍ବୃତ୍ତ । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତନାଘନା ଆରମ୍ଭ କରିଛି ।
କଟକ : ଘରର ଗ୍ରିଲ ତାଡି ସିଡିଏରେ ଆଇନଜୀବୀଙ୍କ ଘରୁ ଲୁଟ୍
/kanak/media/post_attachments/wp-content/uploads/2017/03/vlcsnap-2017-03-27-12h06m41s185.png)