ରିଜର୍ଭ ବ୍ୟାଙ୍କ ଦେଲା ସାଂଘାତିକ ତଥ୍ୟ । ବ୍ୟାଙ୍କରେ ଜମା କରାଯାଇଥିବା ୧୦୦ ଟଙ୍କା ମଧ୍ୟରୁ କେବଳ ୩୦ ଟଙ୍କା ହିଁ ସୁରକ୍ଷିତ

50

ପିଏନବି ସହ ଅନ୍ୟ କିଛି ବ୍ୟାଙ୍କରେ ହୋଇଥିବା ମହାଘୋଟାଲା ମଧ୍ୟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ନିଜ ରିପୋର୍ଟରେ ଏକ ବଡ ଖୁଲାସା କରିଛି । ଆରବିଆଇ ନିଜ ରିପୋର୍ଟରେ କହିଛି ଯେ, ଡିସେମ୍ବର ୨୦୧୭ ପର୍ଯ୍ୟନ୍ତ ବ୍ୟାଙ୍କ ଗୁଡିକରେ ମୋଟ୍ ୧୦୩ ଲକ୍ଷ କୋଟି ଟଙ୍କା ଜମା କରାଯାଇଛି, ଯେଉଁଥିରୁ ମାତ୍ର ୩୦.୫୦ ଲକ୍ଷ କୋଟି ଟଙ୍କା ହିଁ ସୁରକ୍ଷିତ ଅଟେ ।

୧୦୦ଟଙ୍କାରେ ମାତ୍ର ୩୦ଟଙ୍କା ହିଁ ସୁରକ୍ଷିତ :
ଆରବିଆଇର ଏହି ରିପୋର୍ଟ ଜାରି ହେବା ପରେ ଜଣାପଡିଛି ଯେ, ପ୍ରତ୍ୟେକ ବ୍ୟାଙ୍କରେ ଗ୍ରାହକଙ୍କର କେବଳ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହିଁ ସୁରକ୍ଷିତ ରହିଛି । ଅର୍ଥାତ ଯଦି ଆପଣଙ୍କର ବ୍ୟାଙ୍କରେ ଆକାଉଣ୍ଟ ଅଛି, ଆଉ ସେଥିରେ ଆପଣ ୧୦୦ ଟଙ୍କା ଜମା କରିଛନ୍ତି, ତେବେ ସେଥିରୁ ମାତ୍ର ୩୦ ଟଙ୍କା ହିଁ ସୁରକ୍ଷିତ । ଏଭଳି ସ୍ଥିତିରେ ଯଦି ବ୍ୟାଙ୍କ ଦେବାଳିଆ ହୁଏ ତେବେ ଜମା କରାଯାଇଥିବା ୧୦୦ ଟଙ୍କା ମଧ୍ୟରୁ ବଳକା ୭୦ ଟଙ୍କା ବୁଡି ଯିବ ।

କଣ ରହିଛି ଆରବିଆଇ ର ନିୟମ ?
ଆରବିଆଇ ପକ୍ଷରୁ ଜମାକାରୀଙ୍କୁ ତାଙ୍କର ଜମା କରାଯାଇଥିବା ରାଶିରେ ମିଳୁଥିବା ସୁଧ ଉପରେ କିଛି ନିୟମ କରାଯାଇଛି । ଡିପୋଜିଟ୍ ଇନସୁରାନ୍ସ ଏଣ୍ଡ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେଶନ (ଡିଆଇସିଜିସି) ନାମରେ କରାଯାଇଥିବା ଏହି ନିୟମ ଅନୁସାରେ ବ୍ୟାଙ୍କରେ ଆପଣଙ୍କ ଦ୍ୱାରା ଜମା କରାଯାଇଥିବା ରାଶି ମଧ୍ୟରୁ କେବଳ ୧ ଲକ୍ଷ ଟଙ୍କାର ଇନସୁରାନ୍ସ ସୁରକ୍ଷିତ ଅଟେ । ଏହି ନିୟମ ସମସ୍ତ ପ୍ରକାର ବ୍ୟାଙ୍କ ଖାତା ପାଇଁ ଲାଗୁ କରାଯାଇଛି । ବ୍ୟାଙ୍କରେ ରଖାଯାଇଥିବା ଆପଣଙ୍କର ସମସ୍ତ ଟଙ୍କା ମଧ୍ୟରୁ କେବଳ ୧ ଲକ୍ଷ ଟଙ୍କା ସୁରକ୍ଷିତ ଅଟେ । ଅର୍ଥାତ ଯଦି ବ୍ୟାଙ୍କ କେବେ ଦେବାଳିଆ ହୁଏ ତେବେ ଆପଣଙ୍କର ଜମା କରାଯାଇଥିବା ସମସ୍ତ ଅର୍ଥ ରାଶି ମଧ୍ୟରୁ କେବଳ ୧ ଲକ୍ଷ ଟଙ୍କାର ଡିପୋଜିଟ୍ ହିଁ ସୁରକ୍ଷିତ ରହିବ । ବାକି ଟଙ୍କା ଆପଣଙ୍କର ବୁଡିଯିବ ।

ସମସ୍ତ ବ୍ୟାଙ୍କରେ ଲାଗୁ ହେବ ଏହି ନିୟମ :
ଆରବିଆଇର ଏହି ନିୟମ ସମସ୍ତ ବ୍ୟାଙ୍କରେ ଜାରି କରାଯାଇଛି । ବିଦେଶୀ ବ୍ୟାଙ୍କ କମ୍ପାନୀ ଯାହାକୁ କି ଆରବିଆଇ ପକ୍ଷରୁ ଲାଇସେନ୍ସ ଦିଆଯାଇଛି, ସେ ସମସ୍ତ ବ୍ୟାଙ୍କରେ ମଧ୍ୟ ଏହି ନିୟମ ଜାରି କରାଯାଇଛି । ଏହି ଦୃଷ୍ଟିରୁ, ପିଏନବି ଏହି ମହାଘୋଟାଲା ପରେ ଦେବାଳୟ ହେବାର ଦ୍ୱାରରେ ଛିଡା ହୋଇଛି ।ଯଦି କେନ୍ଦ୍ର ସରକାର ନିଜ ତରଫରୁ ଏହି କ୍ଷତିପୂରଣ ନକରନ୍ତି, ତେବେ ପିଏନବି ଦେବାଳିଆ ହୋଇଯିବ । ଯଦିଓ ଏହା ଏକ ପବ୍ଲିକ ସେକ୍ଟର, କିନ୍ତୁ ଏହାର ଦାୟିତ୍ୱ କେନ୍ଦ୍ର ସରକାରଙ୍କ ପାଖରେ ଅଛି ।