ଆଶା ଦେଲେ ଆଶା ଦିଦି ! ନିଜ ରକ୍ତ ଦେଇ ପ୍ରସୂତିଙ୍କ ଜୀବନ ବଂଚାଇଲେ ଆଶା କର୍ମୀ

53

କନକ ବ୍ୟୁରୋ: ଆଶା ଦେଲେ ଆଶାଦିଦି । ନିଜ ରକ୍ତ ଦେଇ ପ୍ରସୂତିଙ୍କ ଜୀବନ ବଂଚାଇଛନ୍ତି ଆଶାକର୍ମୀ । ରାୟଗଡ଼ା ମୁଖ୍ୟ ଡାକ୍ତରଖାନାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗତକାଲି କୋଲନରା ବ୍ଲକ ଧନୁଗୁଡ଼ା ଗାଁର ଉର୍ମିଲା ଖୋସଲାଙ୍କ ଗର୍ଭ ଯନ୍ତ୍ରଣା ଯୋଗୁଁ ଆଶା କର୍ମୀ ସୁମିତ୍ରା କରକରିଆ ତାଙ୍କୁ ରାୟଗଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ।

ତେବେ ଉର୍ମିଳା ରକ୍ତହୀନତାର ଶିକାର ଥିବା ଡାକ୍ତର ଜାଣିବାପରେ ତାଙ୍କୁ ‘ଏ’ ପଜିଟିଭ ରକ୍ତ ଆବଶ୍ୟକ ବୋଲି କହିଥିଲେ । ତେବେ ରାୟଗଡ଼ା ରକ୍ତଭଣ୍ଡାରରେ ରକ୍ତ ନଥିବାରୁ ମାନବିକତା ଦୃଷ୍ଟିରୁ ନିଜ ରକ୍ତ ଦେବାକୁ ଆଶାକର୍ମୀ ରାଜି ହୋଇଥିଲେ ।

ଆଶାକର୍ମୀ ଶେଷରେ ରକ୍ତ ଦେବାପରେ ମହିଳାଜଣକ ପ୍ରସବ କରାଇବାରେ ସକ୍ଷମ ହୋଇଥିଲେ । ସ୍ଥିତି ସୁଧାର ହେବାପରେ ଉର୍ମିଳା ଗୋଟିଏ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ପ୍ରଥମ ଥର ରକ୍ତ ପ୍ରଦାନ କରି ଦୁଇ ଦୁଇଟି ଜୀବନ ବଂଚାଇଥିବାରୁ ସମସ୍ତେ ଡାକ୍ତରଖାନାକୁ ଆଶାଦିଦିଙ୍କୁ ଦେଖିବା ପାଇଁ ଆସିଥିଲେ ।