ଦୀର୍ଘଦିନର ବ୍ୟବଧାନ ପରେ ପରଦାକୁ ଫେରୁଛନ୍ତି ରବୀନା ଟଣ୍ଡନ

35

ମସ୍ତ ମସ୍ତ ଗର୍ଲ ରବୀନା ଟଣ୍ଡନ ଦୀର୍ଘ ୧୩ ବର୍ଷର ବ୍ୟବଧାନ ପରେ ବୋଲଡ୍ ପ୍ରସଙ୍ଗ ଉପରେ ଆଧାରିତ ଏକ ହିନ୍ଦୀ ସିନେମା ମାଧ୍ୟମରେ ଫେରୁଛନ୍ତି ପରଦାକୁ । ୨୦୦୩ ମସିହାରେ ସିନେମା “ସତା’ରେ ସମସ୍ତଙ୍କୁ ନିଜର ଅଭିନୟ ଦ୍ୱାରା ଚମକାଇ ପାରିଥିବା ରବୀନା ୨୦୦୪ ରେ ତାଙ୍କର ବିବାହ ପରେ ସିନେମା ପରଦାରୁ ଏକରକମ ସନ୍ୟାସ ନେଇଯାଇଥିଲେ ।

କିଛିକିଛି କାମ ସେହି ସମୟରେ ରବୀନା କରୁଥିଲେ ମଧ୍ୟ ସମସ୍ତଙ୍କ ଦୃଷ୍ଟିଗୋଚର ହୋଇପାରିନ’ଥିଲେ । କିନ୍ତୁ ଏବେ ନିଜର  ଅଭିନୟର ଚାତୁରୀ ନେଇ ପୁଣିଥରେ ପରଦାକୁ ଆସୁଛନ୍ତି ରବୀନା ।

 

ଦମନ’, “ସୁଲ’, “ସତା’ ଆଦି ସିନେମା କରି ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ରବୀନାଙ୍କର ଅଭିନୟ ଦେଖିବା ପାଇଁ ଦର୍ଶକ ଏବେ ଅପେକ୍ଷାରେ ଅଛନ୍ତି । ରବୀନାଙ୍କ ଅଭିନୀତ “ଦ-ମଦର’ର ଫାଷ୍ଟ୍ ଲୁକ ଏହାରି ଭିତରେ ପରଦାକୁ ଆସିଛି । “ଦ-ମଦର’ ୨୧ ଏପ୍ରିଲରେ ରିଲିଜ୍ ହେଉଛି । ଏହି ସିନେମାରେ ରବୀନାଙ୍କ ଅଭିନୟ ଖୁବ ଦମଦାର ହୋଇଛି ।

ଅସତର ସେୟଦ ନିର୍ଦ୍ଦେଶିତ “ଦ-ମଦର’ ସିନେମା ଏକ ଥ୍ରୀଲର ସିନେମା ଅଟେ । ଏହି ସିନେମାରେ ମଧୁର ଶୀତଲ ଖଳନାୟକର ଚରିତ୍ରରେ ନଜର ଆସିବେ ।

ସିନେମାର କାହାଣୀ ମହିଳା ମାନଙ୍କ ପ୍ରତି ହେଉଥିବା ହିଂସା, ଏବଂ ଦୁଷ୍କର୍ମ ଉପରେ ପର୍ଯ୍ୟବେସିତ । କାହାଣୀ ଗତିଶୀଳ ହେବା ସହିତ ମହିଳାଙ୍କୁ ନ୍ୟାୟ ଦେବା ସମ୍ବନ୍ଧରେ ମଧ୍ୟ ତଥ୍ୟ ରହିଛି । ରବୀନା ସିନେମା ବାବଦରେ କହିଛନ୍ତି ତାଙ୍କୁ ସିନେମାର କାହାଣୀ ବହୁତ ପସନ୍ଦ ଆସିଛି , ସେଥିପାଇଁ ସେ ଏହି ସିନେମା କରିବାପାଇଁ ସମ୍ମତି ପ୍ରକାଶ କରିଛନ୍ତି ।