ରାସନ କାର୍ଡ ମାୟାରେ ଷ୍ଟାର ଅଭିନେତ୍ରୀ

42

ବି-ଟାଉନର ଚାରିଜଣ ଅଭିନେତ୍ରୀଙ୍କୁ ନେ ଏବେ ଜୋର ଧରିଛି ଚର୍ଚ୍ଚା । ଫୁଡ ଏବଂ ସିଭିଲ ସପ୍ଲାଇ ଡିପାର୍ଟମେଂଟର ଏକ ଅନ ଲାଇନ ୱେବ ସାଇଟର ଏହି ଖବରକୁ ନେ ଏବେ ଚର୍ଚ୍ଚା । ଦୀପିକା ପାଦୁକୋନ, ରାଣୀ ମୁଖାର୍ଜୀ, ଜ୍ୟାକଲିନ ଫର୍ଣ୍ଣାଡିସ୍ , ଏବଂ ସୋନାକ୍ଷୀ ସିହ୍ନାଙ୍କ ନାଁରେ ଜାରି ହୋଛି ରାସନ କାର୍ଡ , ଏବଂ ସେମାନେ ସମସ୍ତେ ବିବାହିତ ବୋଲି ଏଥିରେ ଦର୍ଶାଇଛନ୍ତି । ଏଠି ତିଆରି ହୋଥିବା ରାସନ କାର୍ଡରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସାଧାରଣ ବର୍ଗରେ ଅର୍ନ୍ତଭୂକ୍ତ କରିଥିବା ବେଳେ ଆଉ ତିନି ଜଣ ଅଭିନେତ୍ରୀଙ୍କୁ ପଛୁଆ ବର୍ଗର ବୋଲି ଦର୍ଶାଯାଇଛି ।

ଆହୁରି ମଧ୍ୟ ଏକ ଗୁରୁତର କଥା ସାମ୍ନାକୁ ଆସିଛି। ଏଥରେ ସମସ୍ତଙ୍କର ବାର୍ଷିକ ଆୟ ୧୮,୦୦୦ ବୋଲି ଦର୍ଶାଯାଇଛି। ସାହେବଗ୍ୟାଙ୍ଗର କିଛି ସମାଜସେବୀ ଏହି ଦୁର୍ନୀତି ବିରୋଧରେ ଅଭିଯୋଗ ଆଣିଥିଲେ , ଫୁଟ ଆଣ୍ଡ ସିଭିଲ ସପ୍ଲାଇ ଡିର୍ପାଟମେଂଟର ଅନ ଲାଇନ ୱେବ ସାଇଟର ତଥ୍ୟକୁ ଆଧାର କରି ସେମାନେ ଏହି ଅଭିଯୋଗ ଆଣିଥଲେ ।

ସାଧାରଣତଃ ବିପିଏଲ ଏବଂ ଏପିଏଲ କାର୍ଡ ସରକାରଙ୍କ ତରଫରୁ ଜାରି ହୋଇଥାଏ ଗରିବ ଲୋକଙ୍କ ସୁବିଧା ପାଇଁ , କିନ୍ତୁ କିଛି ଲୋକଙ୍କ ବେପାରୁଆ ମନୋଭାବ ଯୋଗୁଁ ବଲିଉଡର କିଛି ନାମୀ ଦାମୀ ଅଭିନେତ୍ରୀଙ୍କ ନାଁରେ ରାସନ କାର୍ଡ ଇସ୍ୟୁ ହୋଇଛି । କିନ୍ତୁ ବାସ୍ତବ ଚିତ୍ର କିଛି ଅଲଗା ,କାରଣ ଯେଉଁମାନେ ସତରେ ସୁବିଧା ପାଇବା କଥା ସେମାନେ ଏଥିରୁ ବଂଚିତ ହେଉଛନ୍ତି । ଏମିତି କିଛି ଘଟଣାକୁ ଆଧାରକରି ଅଭିଯୋଗ ଆଣିଥିବା ସମାଜସେବୀ ଗଣ ରାସନକାର୍ଡ ତଆରି କରଥିବା ରାସନଦୋକାନୀ ବିରୋଧରେ ସ୍ୱର ଉତୋଳନ କରିଛନ୍ତି ।