ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରୀଙ୍କର ତିନି ମୂର୍ତ୍ତି ସର୍ବପ୍ରଥମେ ଗଙ୍ଗବଂଶୀୟ ମହାରାଜା ଚୋଡଗଙ୍ଗଦେବ ବଡ ଦେଉଳର ଦକ୍ଷିଣ ପାଶ୍ୱର୍ରେ ପୂର୍ବରୁ ଥିବା ନୃସିଂହ ମନ୍ଦିରରେ ସ୍ଥାପନା କରିଥିଲେ । ସେହି ହସ୍ତ ପଦଯୁକ୍ତ ତିନି ପ୍ରସ୍ତର ବିଗ୍ରହଙ୍କ ଆରାଧାନା ଲାଗି ନୃସିଂହ ମନ୍ଦିରରେ ସ୍ଥାନ ଅଭାବ ହେତୁ ଚୋଡଗଙ୍ଗ ଦେବ ବଡ ଆକାରରେ ଆଉ ଗୋଟିଏ ମନ୍ଦିର କରିବାକୁ ଶୁଭ ଦେଇଥିଲେ । ତେଣୁ ତାଙ୍କ ପରବର୍ତ୍ତୀ ରାଜାମାନଙ୍କ ଅଭିଲେଖରେ ବଡଦେଉଳର ନିର୍ମାତା ଚୋଡଗଙ୍ଗ(ଗଙ୍ଗେଶ୍ୱର) ବୋଲି ଲେଖାଯାଇଛି । ବାସ୍ତବରେ ସେ ନିଜେ ମନ୍ଦିରର ନିର୍ମାଣ କରିଥିଲେ ମଧ୍ୟ ଶେଷ କରିପାରି ନଥିଲେ । ପରେ ତାଙ୍କର ଉତ୍ତରାଧିକାରୀ ଗଙ୍ଗରାଜାମାନେ ବହୁ ଜଟିଳ ରାଜନୈତିକ ବ୍ୟାପାରରେ ଜଡିତ ହୋଇଥିବାରୁ ପ୍ରାୟ ୯୦ ବର୍ଷ ପର୍ଯ୍ୟନ୍ତ ଦେଉଳ ନିର୍ମାଣ କରାଯାଇ ପାରିନଥିଲା ।

କେତେକ ଅଭିଲେଖରୁ ପ୍ରମାଣିତ ହୋଇଛି ଯେ, ମହାରାଜା ଅନଙ୍ଗ ଭୀମ ଦେବ(୩ୟ)ଙ୍କ ରାଜତ୍ୱ କାଳରେ ୧୨୩୦ ଖ୍ରୀଷ୍ଟାଦ୍ଦରେ ବଡ ଦେଉଳର ପ୍ରତିଷ୍ଠା ସମ୍ପନ୍ନ ହେଲା । ସେତେ ବେଳେ ସେଥିରେ ହସ୍ତପଦ ଯୁକ୍ତ ସେପରି ତିନି ପ୍ରସ୍ତର ମୂର୍ତ୍ତି ମଧ୍ୟ ପ୍ରତିଷ୍ଠା ଲାଭ କରିଥିଲେ । କିନ୍ତୁ ପ୍ରତିଷ୍ଠିତ ପ୍ରସ୍ତର ମୂର୍ତ୍ତିଙ୍କୁ ତାଙ୍କ ଆସନରୁ ଉଠାଇ ଅନ୍ୟତ୍ର ସ୍ଥାପନ କରିବା ଶାସ୍ତ୍ର ବିରୋଧ ହେବାରୁ ଯାତ୍ରା ଉତ୍ସବ ମାନଙ୍କରେ ତାଙ୍କ ବିଜୟ ପ୍ରତିମାକୁ ବିମାନରେ ବୋହି ନେବାର ବ୍ୟବସ୍ଥା ସେତେବେଳେ ପ୍ରଚଳିତ ଥିବା ଅନୁମୟ । ଏ ଦୃଷ୍ଟିରୁ ଆମ୍ଭେ କଳ୍ପନା କରିପାରୁ ଯେ ମହାରାଜା ଅନଙ୍ଗଭୀମଦେବଙ୍କ ରାଜତ୍ୱ କାଳରେ ରଥଯାତ୍ରା ପୁରୀରେ ପ୍ରଚଳିତ ହୋଇ ନଥିଲା । କିମ୍ବା ଯ ଦି ସେପରି କୈାଣସି ଯାତ୍ରା ହେଉନଥିଲା । କିମ୍ବା ଯହି ସେପରି କୈାଣସି ଯାତ୍ରା ହେଉନଥିଲା, ତେବେ ଉତ୍ସବ – ପ୍ରତିମାଙ୍କୁ ବିମାନରେ ନେବା ଆଣିବା ସମ୍ଭବ ହୋଇପାରେ ।

ଏ ପରିପ୍ରେକ୍ଷୀରେ ବିଚାର କଲେ ଜଣାଯାଉଛି ଯେ, ପୁରୀରେ ରଥାଯାତ୍ରା ଖ୍ରୀ : ତ୍ରୟୋଦଶ ଶତାଦ୍ଦୀ ପୂର୍ବରୁ ଆରମ୍ଭ ହୋଇ ନଥିଲା । ତେଣୁ ସତାନନ୍ଦଙ୍କ ସ୍ମୃତି କିମ୍ବା ଶମ୍ବୁକର ବାଜପେୟୀ ଓ ତାଙ୍କ ପୁତ୍ର ବିଦ୍ୟାକର ବାଜପେୟୀଙ୍କ ସ୍ମୃତି ଗ୍ରନ୍ଥରେ କୃଷି ଜନ୍ମାଷ୍ଟମୀ, ବଳଭଦ୍ର ଜୟନ୍ତି, କୁମାର ପୂର୍ଣ୍ଣିମା ପ୍ରଭୃତି ଉତ୍ସବ ମାନଙ୍କରେ ଉଲ୍ଲେଖ ନଥିଲା ସୁଦ୍ଧା ଉକ୍ରଳର ପ୍ରସିଦ୍ଧ “ରଥତ୍ସୋବ”ର ନାମ ଉଲ୍ଲେଖ ନାହିଁ । ତେଣୁ ଦ୍ୱାଦଶ ଶତାଦ୍ଦୀ କିମ୍ବା ତ୍ରୟୋଦଶୀ ଶତାଦ୍ଦୀରେ ରଥୋତ୍ସବ ଅନୁଷ୍ଠିତ ହେଉଥିବା ସଙ୍କେତ ଆମେ ପାଇ ନାହୁଁ । ସ୍ଥୂଳରେ କହିବାକୁ ଗଲେ, ପ୍ରସ୍ତର ବିଗ୍ରହ ପରିବର୍ତ୍ତେ ଯେଉଁ ସମୟରେ ହସ୍ତପଦବିହୀନ ଦାରୁ ପ୍ରତିମାକୁ ଶ୍ରୀ ମନ୍ଦିରରେ ସ୍ଥାପମ କରାଗଲା । ସେ ସମୟଠାରୁ ପୁରୀରେ ରଥଯାତ୍ରା ପ୍ରଚଳିତ ହୋଇଥିବା ସମ୍ଭବ । କାରଣ ଦାରୁ ବିଗ୍ରହ ମାନଙ୍କୁ ଆସନରୁ ଉଠାଇ ରଥରେ ବିଜେ କରାଇ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ନଅ ଦିନ ପର୍ଯ୍ୟନ୍ତ ରଖି ସେଠାରୁ ଫେରି ଆଣିବା ସମ୍ଭବ ହେଲା । ବଡ ଦେଉଳରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ତାଳଧ୍ୱଜ ରଥରେ ଶ୍ରୀବଳଭଦ୍ରଙ୍କୁ, ଦେବଦଳନ ରଥରେ ମା ସୁଭଦ୍ରାଙ୍କୁ ଓ ନନ୍ଦିଘୋଷରେ ପ୍ରଭୁ ଜଗନ୍ନାଥଙ୍କୁ ବିଜେ କରାଇ ସେହି ରଥ ଗୁଡିକୁ ବଡ ଦାଣ୍ଡରେ ଚଳାଇ ଯାତ୍ରା ଆରମ୍ଭ କରିବା ସମ୍ଭବ ହେଲା ।

ଆଷାଢ ମାସର ଠିକ୍ ପୂର୍ବଦିନ ଠାକୁର ମାନଙ୍କ ସ୍ନାନ ଉତ୍ସବ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ସମ୍ପନ୍ନ ହୁଏ । ତା ପର ଦିନ ଠାରୁ ପନ୍ଦର ଦିନ ଠାକୁରମାନେ ଅନବସର ଗମ୍ଭୀରାରେ ତାଟି ବଢାହୋଇ ପତି ମହାପାତ୍ରଙ୍କ ତତ୍ତ୍ୱବଧାନରେ ରହନ୍ତି । ସେତେବେଳେ ତାଙ୍କର ଜ୍ୱର ହୋଇଥାଏ ବୋଲି ଦଇତାପତିମାନେ ତାଙ୍କୁ ଦଶମୂଳ ପାଚନ ମଧ୍ୟ ଦେଇଥାଆନ୍ତି । ଅନବସରରେ ଥିବା ବେଳେ କେହି ହେଲେ ଅନ୍ୟଲୋକ ସେହି ତାଟି ଘେରା ଗମ୍ଭୀରା ଭିତରକୁ ଯାଇ ପାରିବେ ନାହିଁ । ଦଇତାପତିଙ୍କ ଜାତି ସମ୍ଭନ୍ଧରେ କୁହାଯାଇଛି ଯେ, ସେମାନେ ଜରାଶବର(ସୁଦ୍ଧ ଶବର) ତେଣୁ ସେମାନେ ଶ୍ରୀଜଗନ୍ନାଥଙ୍କୁ ତାଙ୍କ ପରିବାରର ଜଣେ ବୋଲି ବିଶ୍ୱାସ କରନ୍ତି ।

ପନ୍ଦର ଦିନ ପରେ ଆଷାଢ ଶୁକ୍ଳ ପ୍ରତିପଦାଠାରୁ ଠାକୁରମାନଙ୍କ ନବଯୈାବନ ଦର୍ଶନ ବା ନେତ୍ରୋଉତ୍ସବ ସମ୍ପନ୍ନ ହେବା ବିଧି ରହିଛି । ଶୁକ୍ଳ ଦ୍ୱତୀୟା ତିଥିରେ ଶ୍ରୀଗୁଣ୍ଡିଚା ରଥଯାତ୍ରା ନିମନ୍ତେ ତିନି ମୂର୍ତ୍ତି ତିନି ରଥରେ ସ୍ଥାପନା କରାଯାଏ । ଆଗରୁ କୁହାଯାଇଛି ଯେ ତାଳଧ୍ୱଜ ରଥରେ ଶ୍ରୀ ବଳଭଦ୍ର, ଦେବଦଳନ ରଥରେ ଦେବୀ ସୁଭଦ୍ରା ଏବଂ ନନ୍ଦିଘୋଷ ରଥରେ ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଯାଏ । ଶ୍ରୀ ଜଗନ୍ନାଥଙ୍କ ରଥରେ ଦେବତା ରୂପେ ବରାହ, କୃଷ୍ଣ, ନୃସିଂହ, ରାମ, ନାରାୟଣ ପ୍ରତିମା ତାଙ୍କ ପଛରେ ସ୍ଥାପିତ ହୋଇଥାଆନ୍ତି ।

ତ୍ରିବିକ୍ରମ, ହନୁମାନ ଓ ରୁଦ୍ର ରଥର ବାମପାଶ୍ୱର୍ରେ ରହିଥାଆନ୍ତି । ନନ୍ଦିଘୋଷର ଉଚ୍ଚତା ୫ ମିଟର । ସେଥିରେ ୧୬ ଟି ଚକ ଲାଗିଥାଏ । ନାଲି ଓ ହଳଦିଆ ପରଡାରେ ରଥଟି ଆଚ୍ଛାଦିତ ହୁଏ । ତାଳଧ୍ୱଜ ରଥର ଉଚ୍ଚତା ୧୩.୨ ମିଟର । ସେଥିରେ ୧୪ ଚକ ଥାଏ ଓ ରଙ୍ଗ ସବୁଜ ରଖାଯାଏ । ଦେବୀ ସୁଭଦ୍ରାଙ୍କ ରଥ ୧୨.୯ ମିଟର । ସେଥିରେ ୧୨ ଟି ଚକ ଥାଏ ।

ଶ୍ରୀ ଜଗନ୍ନାଥଙ୍କ ରଥ ଚାଳକ ମାଳତି । ସେଥିରେ ୪ଟି ଅଶ୍ୱ ରହିଛି । ସେମାନଙ୍କ ନାମ ରୁଚିକା, ମୋଚକ, ସୂକ୍ଷ୍ମ ଓ ଅମୃତ । ଶ୍ରୀ ବଳଭଦ୍ରଙ୍କର ଚାଳକ ସୁଦୁମ୍ନ । ସେଥିରେ ସ୍ଥିର, ସ୍ଥିତି, ଧୃତି, ସିଦ୍ଧି । ଦେବାଙ୍କ ରଥର ଚାଳକ ଅର୍ଜୁନ । ଅଶ୍ୱର ନାମ ଅଧର୍ମ, ଅଜ୍ଞାନ, ଅପରାଜିତା ଓ ଜ୍ୟୋତି । ଦକ୍ଷିଣ ଦ୍ୱାର ପାଳିଆ ପ୍ରତିହାରୀ, ସୁଆର ବଡୁ, ମୁଦୁଲି, ସୁଧ ସୁଆର, ମୁଦିରଥ, ପଣ୍ଡା, ପତି ମହାପାତ୍ର, ଦଇତାପତି, ପାଳିଆ ଖୁଣ୍ଟିଆ, ଚାଙ୍ଗଡା ମେକାପ, ବିମିନବଡୁ, ଘଣ୍ଟୁଆ, ଛତ୍ରଧାରୀ, କାହାଳିଆ, ବାଜାଦଳ, ବଣିଆ, ପୁରୀର ଗଜପତି ରାଜା, ଲେଙ୍କା, ପାଇକ, କୋଠ ସୁହାଁସିଆ ।

ରଥ ଉପରେ ଦଅଁ ମାନେ ବିଜେ ହେଲା ପରେ ପୁରୀର ଗଜପତି ରାଜା ତାଙ୍କ ସବାରୀରେ ତିନି ରଥକୁ ଯାଇ “ଛେରା ପହଁରା” ବିଧି ସମ୍ପାଦନ କରନ୍ତି । ତାଙ୍କ ସାଥୀରେ ଦୟଣାମାଳି, ଭଣ୍ଡାର ମେକାପ, ରାଜଗୁରୁ, ଘଟୁଆରୀ, ଗରାବଡୁ, ଚିତ୍ରକାର, ଯାତ୍ରା ଯୋଗାଣିଆ, ପତ୍ରୀବଡୁ, ଚଳିସୁ ମହାପାତ୍ର, ପଶପାଳକ, ଭୋଇ, ଦଇତାପତି, ମୁଦିରଥ ଆଦି ସେବକ ମାନେ ମଧ୍ୟ ତିନି ରଥ ଉପରକୁ ଯାଇଥାଆନ୍ତି । ତେବେ ଗଜପତି ନିଜେ ଛେରାପହଁରା କରିବାର ବିଧି ରହିଛି । କେତେକ ଗ୍ରନ୍ଥରେ ଲେଖାଯାଇଛି ଯେ, ବଡ ଦେଉଳ ଓ ଗୁଣ୍ଡିଚା ମଣ୍ଡପ ମଧ୍ୟରେ ଶାରଦା ନାମକ ଗୋଟିଏ କ୍ଷୁଦ୍ର ନଦୀ ପ୍ରବାହିତ ହୋଇଥିଲା । ତେଣୁ ଆଗରୁ ୬ ଟି ରଥ ତିଆରି କରାଯାଉଥିଲା । ସେତେବେଳେ ୬ ଟି ରଥ ତିଆରି କରିବା ଲାଗି ଅନେକ ଟଙ୍କା ଖର୍ଚ୍ଚ କରିବା ଲାଗି ପଡୁଥିଲା ।

ତେବେ ପରେ ଗଙ୍ଗବଂଶୀୟ ରାଜାଙ୍କ ସମୟରେ ଖ୍ରୀ : ୧୨୭୮ -୧୩୦୯ରେ ଛଅ ଟି ରଥ ପରିବର୍ତ୍ତେ ତିନୋଟି ରଥ ନିର୍ମାଣ କରାଗଲା । ତେବେ ସେଠାରେ ଥିବା ନଦୀର ବାଲିରେ ବଡଦାଣ୍ଡକୁ ପ୍ରସସ୍ଥ କରାଗଲା । ତେଣୁ ପରେ ତାହାର ନାମ ଶରଧା ବାଲି ରୂପେ ନାମ କରଣ କରାଗଲା । ତେବେ ଠାକୁରଙ୍କର ବାର ମାସରେ ତେର ଯାତ୍ରାରାର ଆୟୋଜନ କରାଯାଏ । ତେବେ ମହାଲକ୍ଷ୍ମୀଙ୍କ ସହ ବିବାହର ମଧ୍ୟ ଅତ୍ୟନ୍ତ ଆକର୍ଷଣ ହୋଇଥାଏ । ଏବେ ବି ପୁରୀରେ ଏହି ସମାରୋହ ଅତ୍ୟନ୍ତ ସମାରୋହରେ ହୋଇଥାଏ ।

ବାହୁଡା ଯାତ୍ରାପରେ ଠାକୁରମାନଙ୍କୁ ରଥ ଉପରେ ହିଁ ରଖାଯାଏ । ସେ ଦିନ ପ୍ରଭୁଙ୍କୁ ରାଜାଭିଷେକ ବେଶ କରାଯାଇ ସୁବର୍ଣ୍ଣ ଅଳଙ୍କାର ଲାଗି କରାଯାଏ । ତେଣୁ ଏହାକୁ ସୁନାବେଶ ବୋଲି ମଧ୍ୟ କହନ୍ତି । ଏହା ପରେ ଅଧର ପଣା ନୀତି ସରିଲା ପରେ ରତ୍ନବେଦୀକୁ ପ୍ରଭୁଙ୍କୁ ବିଜେ କରାଯାଏ । କିନ୍ତୁ ବଳଭଦ୍ର ଓ ସୁଭଦ୍ରାଙ୍କ ପହଣ୍ଡି ପରେ ମା ଲକ୍ଷ୍ମୀଙ୍କ ଦାସୀମାନେ ସିଂହଦ୍ୱାର ଶିଡିରୁ ବନ୍ଦ କରିଦିଅନ୍ତି । ସେମାନେ କହନ୍ତି, “ଲକ୍ଷ୍ମୀ ଠାକୁରାଣୀଙ୍କର ଆଜ୍ଞା ନହେଲେ ସେମାନେ କବାଟ ଖୋଲିବେ ନାହିଁ । ଜଗନ୍ନାଥ ଦ୍ୱାପ ଖୋଲିବାକୁ କାକୁତି ମିନତି ହୁଅନ୍ତି । ଉଭୟ ଦିଗରୁ କଥାବାର୍ତ୍ତାକୁ ବଚନିକା ବୋଲି କହନ୍ତି । ବହୁ ସମୟରେ ପରେ ଲକ୍ଷ୍ମୀଠାକୁରଣୀଙ୍କ ଦୟାରୁ ଦ୍ୱାର ଖୋଲାଯାଇଥାଏ ।
ଶ୍ରୀ ଜଗନ୍ନାଥଙ୍କ ଯଥା ବିହିତ ଭାବେ ଶ୍ରୀ ମନ୍ଦିର ଭିତର ଗମ୍ଭୀରା ରତ୍ନବେଦୀକୁ ନେବା ପରିବର୍ତ୍ତେ ତାଙ୍କୁ ଗରୁଡଙ୍କ ସମ୍ମୁଖରେ ଉତ୍ତରାଭ୍ିମୁଖି କରାଯାଇ ରଖାଯାଏ । ତାହା ପରେ ଲକ୍ଷ୍ମୀଠାକୁରାଣୀଙ୍କ ଉତ୍ସବ – ପ୍ରତିମାକୁ ଭଣ୍ଡାରଘରୁ ଆଣି ଶ୍ରୀ ଜଗନ୍ନାଥଙ୍କ ଆଗରେ ଦକ୍ଷିଣାଭିମୁଖ କରି ବିଜେ କରାଯାଏ । ପରସ୍ପର ଠାକୁର ଓ ଠାକୁରାଣୀ(ବର ଓ କନ୍ୟା) ଉଭୟେ ଉଭୟଙ୍କ ମୁଖ ଦେଖନ୍ତି । ଉଭୟଙ୍କ ଉପରାଣ ବସ୍ତ୍ରରେ ଗଣ୍ଠି ପଡେ ।

ଏହି ସମସ୍ତ ବିଧି ଶ୍ରୀ ଲକ୍ଷ୍ଣ ପଣ୍ଡାଙ୍କ ପୋଥିରେ ଲେଖାଯାଇଛି । ଶ୍ରୀ ଜଗନ୍ନାଥ ରଥରୁ ଚାର ଉପରକୁ ଓହ୍ଲାଇଲେ ଲକ୍ଷ୍ମୀଠାକୁରାଣୀ ମହାଜନ ହାତରେ ବିଜେ ହୋଇ ଦେବଦାସୀ ସହ ଭେଟ ମଣ୍ଡପଠାରେ ଖଟ – ଶେଯ ପକାଇଥିବା ଡମ୍ବରୁ ଉପରେ ବିଜେ କରନ୍ତି । ରଥରେ ଠାକୁରଙ୍କ ବନ୍ଦାପନା ହେଲେ ଭିତରକୁ ମହାପାତ୍ର ବନ୍ଦାପନା କରନ୍ତି । ଲକ୍ଷ୍ମୀ ଭଣ୍ଡାର ଘରକୁ ବିଜେ କରନ୍ତି । ଏହା ପରେ ଦେବଦାସୀ ଯାଇ ଶ୍ରୀ ଜଗନ୍ନାଥଙ୍କ ସିଂହ ଦ୍ୱାରକୁ ଆସିବା ପୂର୍ବରୁ ଦରଜା ବନ୍ଦ କରନ୍ତି ଓ ମହାପ୍ରଭୁ ସିଂହଦ୍ୱାରକୁ ଆସିବାପରେ ତାହା ଫିଟାଇ ଦିଅନ୍ତି । ତାହା ପରେ ଠାକୁରଙ୍କୁ ରତ୍ନ ସିଂହାସନ ଉପରେ ବିଜେ କରାଯାଏ । ଏହାହିଁ ରଥଯାତ୍ରାର ବିଧି ।