ବିଦାୟୀ ବର୍ଷର ଶେଷ ଦିନ, ଏବଂ ନୂଆବର୍ଷର ପ୍ରଥମ ଦିନକୁ ସମସ୍ତେ ଖୁସିରେ ଅତିବାହିତ କରିବା ପାଇଁ ଇଚ୍ଛାପ୍ରକାଶ କରିଥାନ୍ତି । ବି-ଟାଉନର କିଛି ଚର୍ଚ୍ଚିତ ଯୋଡିକୁ ନେଇ ସେମିତି କିଛି ଖବର ଏବେ ଶୁଣିବାକୁ ମିଳିଛି । ଦୀପିକା, ଏବଂ ରଣବୀରଙ୍କୁ ବଲିଉଡ ଇଣ୍ଡଷ୍ଟ୍ରିର ସବୁଠୁ ଅଧିକ ହଟ୍ ଏବଂ ରୋମାଂଟିକ୍ ଯୋଡି ଭାବରେ ନିଆଯାଇଥାଏ ।
Kanak News is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ଏବେ ଏମାନଙ୍କ ବିଷୟରେ ଏହା ଶୁଣିବାକୁ ମିଳୁଛି ଯେ ସେମାନେ ବର୍ଷର ଶେଷଦିନ ମଧ୍ୟ ଏକାଠି କାଟିନଥିଲେ, କି ନୂଆବର୍ଷରେ ମଧ୍ୟ ସେମାନଙ୍କୁ ଏକାଠି ଦେଖିବାକୁ ମିଳିବନି ।
ଦୁଇଜଣଙ୍କୁ ୨୫ଡିସେମ୍ବରରେ ଶେଷଥର ପାଇଁ ଏକାଠି ଦେଖିବାକୁ ମିଳିଥିଲା । ବର୍ଷର ଶେଷଦିନରେ ମଧ୍ୟ ସେମାନଙ୍କୁ ମୁମ୍ବାଇରେ ଅଲଗା ଅଲଗା ଦେଖିବାକୁ ମିଳିଥିଲା । ରଣବୀର ଏବଂ ଦୀପିକା କ୍ରିସମାସ୍ ସେଲିବ୍ରେସନ ପାଇଁ ଦୁବାଇ ଯାଇଥିଲେ ।
କିନ୍ତୁ ନୂଆବର୍ଷ ପୂର୍ବରୁ ସେମାନେ ଦୁଇଜଣ ମୁମ୍ବାଇ ଫେରିଆସିଥିବାର ମଧ୍ୟ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ଏହି ଦୁଇ ଚର୍ଚ୍ଚିତ ଅଭିନେତା ଏବଂ ଅଭିନେତ୍ରୀଙ୍କ ମଧ୍ୟରେ ଗତ କିଛିଦିନ ହେଲା କୈାଣସି କାରଣରୁ ଅନବନ ଚାଲିଛି ବୋଲି ଚର୍ଚ୍ଚା ମଧ୍ୟ ଚାଲିଛି । କିନ୍ତୁ ଏ ବିଷୟରେ ଦୁଇଜଣଙ୍କ ଠାରୁ କୈାଣସି ସନ୍ତୋଷଜନକ ଉତର ମିଳିପାରିନି ।