ପାକିସ୍ତାନର ପୂର୍ବତନ କ୍ରିକେଟରଙ୍କ ସିନେମାରେ ନଜର ଆସିବେ ସଞ୍ଜୟ ଦତ୍ତ !

37

ଖୁବ୍ ଶୀଘ୍ର ସିନେମା ଜଗତରେ ପାଦ ରଖିବାକୁ ଯାଉଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ରମୀଜ ରାଜା । ଆଉ ପୁଣି ରମୀଜଙ୍କ ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିବେ ବିଲିଉଡ ଅଭିନେତା ସଞ୍ଜୟ ଦତ୍ତ ।

ଖବର ମୁତାବକ, କ୍ରିକେଟ୍ ମାଧ୍ୟମରେ ଆତଙ୍କବାଦୀଙ୍କୁ ଶେଷ କରାଯିବା ଉପରେ ରମୀଜଙ୍କ ସିନେମାର କାହାଣୀ ଅଧାରିତ । ଯଦିଓ ଏହି ସିନେମା ପାଇଁ କିଏ ନାୟିକା ହେବେ ଏନେଇ କିଛି ସ୍ଥିର କରାଯାଇ ନାହିଁ । ତେବେ ଏହି ସିନେମାରେ ଏକ୍ସସନ୍ ଓ ସନପେନ୍ସ ଦେଖିବାକୁ ମିଳିବ ବୋଲି ଶୁଣିବାକୁ ମିଳିଛି ।