ଶ୍ରୀକ୍ଷେତ୍ରରୁ ତୁଳସୀକ୍ଷେତ୍ର । ରାକ୍ଷୀ ପାଇଁ ପୁରୀ ଓ କେନ୍ଦ୍ରାପଡା ମଧ୍ୟରେ ସମ୍ପର୍କର ଡୋରୀ

163

ରାତି ପାହିଲେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଦିନଟିକୁ ଦେଶବ୍ୟାପୀ ଗଣ ପର୍ବ ଭଳି ପାଳନ କରାଯାଇଥାଏ । ଏହି ଦିନରେ ନିଜ ଭାଇ ହାତରେ ତା ଭଉଣୀ ରାକ୍ଷୀ ବାନ୍ଧି ଥାଏ । ଏବଂ ସଙ୍କଟମୋଚକ ଭଳି ଭଣଣୀର ସୁରକ୍ଷା ପାଇଁ ଭଉଣୀକୁ ପ୍ରତିଶୃତି ଦେଇଥାଏ ଭାଇ । ତେବେ ଏହି ରାକ୍ଷୀ ପୂର୍ଣ୍ଣିମା ଅନେକ ଯୁଗାବସାନ କାଳରୁ ପାଳନ ହୋଇ ଆସୁଛି । କିନ୍ତୁ ଏହି ଦିନରେ କେନ୍ଦ୍ରାପଡା ତୁଳସୀକ୍ଷେତ୍ର ଓ ପୁରୀ ଶ୍ରୀକ୍ଷେତ୍ର ମଧ୍ୟରେ ରହିଛି ଏକ ମଧୁର ସମ୍ପର୍କ ।

ଶ୍ରୀଜଗନ୍ନାଥ ସଂସ୍କୃତିରେ ତୁଳସୀକ୍ଷେତ୍ର ଓ ଶ୍ରୀକ୍ଷେତ୍ର ମଧ୍ୟରେ ଦୁଇଟି ପୌରାଣିକ ପରମ୍ପରା ରହିଛି । ପ୍ରଥମଟି ହେଲା ପ୍ରଳମ୍ବାସୁର ବଧ ନୀତି ଉଭୟ କେନ୍ଦ୍ରାପଡା ଓ ପୁରୀରେ ପାଳନ କରାଯାଏ । କାରଣ ବଡ ଭାଇ ବଳଭଦ୍ର ତଥା ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ପ୍ରଳମ୍ବାସୁରକୁ ବଧ କରିଥିବାରୁ ତାଙ୍କ ନିକଟକୁ ଶ୍ରୀକ୍ଷେତ୍ରରୁ ପାଟ ପଠାଇଥାନ୍ତି ମହାପ୍ରଭୁ ଜଗନ୍ନାଥ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭଣ୍ଡାର ମେକାପ ଏହି ପାଟଲୁଗା ଶ୍ରୀକ୍ଷେତ୍ରରୁ ତୁଳସୀକ୍ଷେତ୍ରକୁ ଆଣିଥାନ୍ତି ।

jagamohan issue , law minister core committee meetingସେହିଭଳି ପରମ୍ପରା ଅନୁସାରେ ତୁଳସୀକ୍ଷେତ୍ରରେ ବଡଭାଇ ବଳଦେବଜୀଉଙ୍କ ନିକଟକୁ ଭଣଣୀ ସୁଭଦ୍ରା ଶ୍ରୀକ୍ଷେତ୍ର ପୁରୀରୁ ପ୍ରତି ବର୍ଷ ରାକ୍ଷୀ ପଠାଇଥାନ୍ତି । ଯଦିଓ ଏଥିରେ ଶ୍ରୀମନ୍ଦିର ପ୍ରଶାସନର କୌଣସି ଭୂମିକା ନାହିଁ କିନ୍ତୁ ଏହା ଆଦି ଅନାଦି କାଳରୁ ପରମ୍ପରାରେ ପରିଣତ ହୋଇସାରିଛି । ସୂଚନା ମୁତାବକ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀବଳଦେବଙ୍କ ପାଇଁ ଯେଉଁ ପାଟରା ସମ୍ପ୍ରଦାୟ ରାକ୍ଷୀ ପ୍ରସ୍ତୁତ କରନ୍ତି, ସେହିମାନେ,କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ ପାଇଁ ମଧ୍ୟ ରାକ୍ଷୀ ପ୍ରସ୍ତୁତ କରିଥାନ୍ତି ।

ନିଖିଳ ଓଡିଶା ପାଟରା ସମାଜ ପକ୍ଷରୁ ପ୍ରସ୍ତୁତ ଏହି ଦୁଇଟି ରାକ୍ଷୀକୁ ସମାଜର କର୍ମକର୍ତ୍ତାମାନେ ସାଙ୍ଗରେ ଆଣି ଶ୍ରୀବଳଦେବଜୀଉ ମନ୍ଦିର ପରିଚାଳନା ଦେବୋତ୍ତର ବିଭାଗ ଅଧିକାରୀଙ୍କୁ ପ୍ରଦାନ କରିଥାନ୍ତି । ପରେ ଦେବୋତ୍ତର ବିଭାଗ ଏହି ରାକ୍ଷୀକୁ ବଳଦେବଜୀଉ ମନ୍ଦିର ଭଣ୍ଡାର ମେକାପଙ୍କୁ ପ୍ରଦାନ କରିଥାନ୍ତି । ଠିକ୍ ରାକ୍ଷୀ ପୂର୍ଣ୍ଣିମା ଦିନ ପ୍ରାତଃରୁ ରାକ୍ଷୀକୁ ଭଣ୍ଡାର ମେକାପ ମନ୍ଦିରର ସୁଭଦ୍ରା ବାଡଗ୍ରାହୀଙ୍କୁ ପ୍ରଦାନ କରିଥାନ୍ତି । ପରେ ପରେ ଶ୍ରୀବଳଦେବଙ୍କ ବାଡଗ୍ରାହୀ ଓ ଶ୍ରୀଗନ୍ନାଥ ବାଡଗ୍ରାହୀଙ୍କ ତତ୍ୱାବଧାନରେ ମନ୍ଦିର ପରିସରରେ ଶ୍ରୀଜୀଉମାନଙ୍କ ରକ୍ଷାବନ୍ଧନ ଉତ୍ସବ ପାଳନ ହୋଇଥାଏ ।