ରଜ ଅବସରରେ ରିଲିଜ ହେଲା ବିଶିଷ୍ଠ କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ନୂଆ ରଜଗୀତ !

58

କନକ ବ୍ୟୁରୋ : ରଜ ଅବସରରେ ରିଲିଜ ହୋଇଛି ବିଶିଷ୍ଠ କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ନୂଆ ରଜଗୀତ । ଗାଁ ଜୀବନରେ ରଜ ବେଶ୍ ଗୁରୁତ୍ୱ ରଖେ । ଓଡିଆ କୁଆଁରୀଟିଏ ଏହି ଉତ୍ସବର ପ୍ରତୀକ୍ଷାରେ ରହିଥାଏ । ବିଶିଷ୍ଟ ଗୀତିକାର ଦେବଦାସ ଛୋଟରାୟଙ୍କ ଗୀତକୁ ସଂଗୀତରେ ସଜେଇଛନ୍ତି ଓମ ପ୍ରକାଶ ମହାନ୍ତି । ସୁନ୍ଦର ଭାବେ ଗୀତଟିକୁ ଉପସ୍ଥାପନ କରାଯାଇଥିବା ବେଳେ ୟୁଟ୍ୟୁବରେ ରିଲିଜ ହୋଇଛି ସୁସ୍ମିତାଙ୍କ ଏହି ଗୀତ ।