ପୁଲୱାମା ଆତଙ୍କୀ ହମଲାକୁ ନେଇ ସର୍ବଦଳୀୟ ବୈଠକ ପରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବୟାନ । କହିଲେ, ସାରା ଦେଶରେ ଆତଙ୍କବାଦ ପ୍ରତି ବ୍ୟାପିଛି ଆକ୍ରୋଶ

ତୋମାର କହିଲେ, ନିଣ୍ଣାୟକ ସ୍ଥିତିରେ ପହଚିଂଛି ଆତଙ୍କବାଦ ବିରୋଧରେ ଲଢେଇ

213

କନକ ବ୍ୟୁରୋ: ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ନୂଆ ଦିଲ୍ଲୀରେ ଚାଲିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ବୈଠକ ପରେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜାନାଥ ସିଂହ କହିଛନ୍ତି , ଆତଙ୍କବାଦୀ ହମଲା ପରେ ସାରା ଦେଶରେ ଆତଙ୍କବାଦଙ୍କ ପ୍ରତି ଆକ୍ରୋଶ ବ୍ୟାପିଛି ସେହିପରି ସଂସଦୀୟ ବ୍ୟାପାର ମନ୍ତ୍ରୀ ଦେଶ ଏବେ ଆତଙ୍କବାଦକୁ ନେଇ ନିଣ୍ଣାୟକ ସ୍ଥିତିରେ ପହଚିଂଛି । ହମଲାକୁ ଗୁରୁତର ସହ ନେଇଛୁ । ଜାତୀୟ ଏକତା, ସଂହତି କ୍ଷୁର୍ଣ୍ଣକାରୀଙ୍କ ପ୍ରତି କଠୋର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସାଂସଦ ବ୍ୟାପାର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ।

ସେହିପରି ଗୁଲାମନବୀ ଆଜାଦ କହିଛନ୍ତି, ସମଗ୍ର ଦେଶ ଏବେ ଦୁଃଖରେ ମ୍ରିୟମାଣ । ସମସ୍ତଙ୍କ ମଧ୍ୟରେ ଆକ୍ରୋଶ ଭରିରହିଛି । ସରକାରଙ୍କ ସହ କଂଗ୍ରେସ ରହିଥିବା ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ କହିଛନ୍ତି । ଗୃହମନ୍ତ୍ରୀ ରାଜନାଥଙ୍କ ସିଂଙ୍କ ଅଧକ୍ଷତାରେ ବୈଠକରେ ବିଭିନ୍ନ କଂଗ୍ରେସର ଗୁଲାମନବୀ ଆଜାଦ୍, ଏନସିପି ନେତା ଶରଦ ପାୱାର, ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, ରାମବିଳାଶ ପାଶୱାନ, ସଞ୍ଜୟ ରାଉତଙ୍କ ସମେତ ଅଧିକାଂଶ ରାଜନୈତିକ ଦଳର ନେତା ବୈଠକରେ ସାମିଲ ହୋଇଥିଲେ ।

ସେପଟେ, ମହରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଲୱାମା ଆକ୍ରମଣ ନେଇ ଅଭିଭାଷଣ କରିଛନ୍ତି । ସହିଦଙ୍କ ବଳିଦାନ ବେକାର ହେବାକୁ ଦିଆଯିବନି । ପାକିସ୍ତାନ ଆତଙ୍କବାଦର ଅନ୍ୟନାମ ବୋଲି କହିଛନ୍ତି ମୋଦି । ଦୋଷୀ ଯେଉଁଠି ବି ଲୁଚିଲେ ତାକୁ ଛଡାଯିବନି । ସିଆରପିଏଫର ଆକ୍ରୋଶକୁ ଦେଶ ବୁଝୁଛି । ଯେକୌଣସି କାର୍ଯ୍ୟାନୁଷ୍ଠାନ ପାଇଁ ସେନାକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି । ଯବାନଙ୍କ ଉପରେ ଭରସା ରଖନ୍ତୁ, ଧୌର୍ଯ୍ୟ ରଖନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।