ମୂଷା ଗାତ ପାଇଁ ୨୯ କୋଟି ! ମୂଷା ଗାତ ଖୋଜିବା ପାଇଁ ୨୯ କୋଟି ଟଙ୍କାର ମେସିନ କିଣିଲା ରେଳ ବିଭାଗ,ଜାଣନ୍ତୁ ଏହା ପଛର କାରଣ କଣ

133

ଭାରତୀୟ ରେଳ ବିଭାଗ ଏବେ ମୂଷା ଗାତ ଖୋଜିବାରେ ବ୍ୟସ୍ତ ରହୁଛି । ଏଭଳି କଥା ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଥିବ ନିଶ୍ଚୟ କିନ୍ତୁ କଥାଟା ସତ । ଏଠାରେ ସୂଚନାଯୋଗ୍ୟ ଯେ, ଏବେ ରେଳବିଭାଗ ଜିପିଆର ଜ୍ଞାନକୌଶଳ ଯୋଗେ ରେଳ ଟ୍ରାକ ତଳେ ଥିବା ମୂଷା ଓ ଅନ୍ୟାନ୍ୟ ଛୋଟ ଛୋଟ ଜୀବଜନ୍ତୁଙ୍କ ଗାତ ଖୋଜୁଛି । କାରଣ ବର୍ଷା ଋତୁରେ ଏହି ସବୁ ମୂଷା ଗାତରେ ପାଣି ଭରିଯିବା ଫଳରେ ରେଳ ଟ୍ରାକ ତଳୁ ମାଟି ଧଷିବା ଆରମ୍ଭ ହୋଇଥାଏ । ଫଳରେ ରେଳ ଦୁର୍ଘଟଣାର ଆଶଙ୍କା ଦେଖା ଯାଇଥାଏ । ତେଣୁ ଏହାକୁ ରୋକିବାକୁ ରେଲୱେ ଏକ ନୂଆ ଜ୍ଞାନକୌଶଳ ଆପଣାଇଛି ।

ରେଳ ବିଭାଗର ଏକ ଅଧିକାରୀଙ୍କ ସୂଚନା ମୁତାବିକ, ରେଳ ଟ୍ରାକ ତଳେ ଥିବା ମୂଷାଗାତ ଖୋଜିବା ପାଇଁ ରେଲୱେ ୨୯ କୋଟି ଟଙ୍କା ଖର୍ଚ୍ଚ କରିଛି । ୨୯ କୋଟି ମୂଲ୍ୟରେ ରେଳ ବିଭାଗ ୧୬ଟି ଅତ୍ୟାଧୁନିକ ରାଡାର ମେସିନ କିଣିଛି । ଏହି ମେସିନ ସାହାର୍ଯ୍ୟରେ ପ୍ରତିଦିନ ୧୬୦ କିଲୋମିଟର ପର୍ଯ୍ୟନ୍ତ ସର୍ଚ୍ଚ କରାଯାଇପାରିବ । ସର୍ଚ୍ଚ ସମୟରେ ଟ୍ରାକ ତଳେ ଥିବା ମୂଷା ଗାତ, ସୁଡଙ୍ଗକୁ ଖୋଜିବାରେ ଏହି ଅତ୍ୟାଧୁନିକ ରାଡାର ସାହାଯ୍ୟ କରିଥାଏ ।

ଅତ୍ୟାଧୁନିକ ରାଡାର ଗାତ ଓ ସୁଡଙ୍ଗର ସ୍କାନ କରିବା ପରେ ରେଳ ବିଭାଗକୁ ଏହାର ଅବସ୍ଥିତି ଜଣାଇଥାଏ । ଏବେ ରେଲୱେ ପାଖରେ ମୋଟ ୧୬ଟି ଅତ୍ୟାଧୁନିକ ରାଡାର ରହିଛି । ଏହାପୂର୍ବରୁ ରେଳ ବିଭାଗ ଭଟିଣ୍ଡା, ଲକ୍ଷେ୍ନø ସମେତ ଅନ୍ୟ କିଛି ସ୍ଥାନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମୂଷା ମାରୁଥିଲା । ଏଥିରେ ମୂଷା ତ ମଲେ ସତ କିନ୍ତୁ ମୂଷା ଗାତ ବନ୍ଦ ନ ହେବା ଫଳରେ ରେଳ ଦୁର୍ଘଟଣା ଲଗାତାର ହେଉଥିଲା । ଏଥି ଯୋଗୁଁ ରେଲୱେ କୋଟି କୋଟି ଟଙ୍କା ନଷ୍ଟ ହେବା ଫଳରେ ରାଡାର ସିଷ୍ଟମ କିଣିଥିଲା ରେଳବିଭାଗ । ୨୦୧୬-୧୭ ଆର୍ଥିକ ବର୍ଷରେ ରେଳୱେ ବରେଲୀ ଜଙ୍କସନରେ ମୂଷା ମାରିବା ପାଇଁ ୩ ଲକ୍ଷ ଟଙ୍କାର ଟେଣ୍ଡର କରିଥିବା ବେଳେ ମଧ୍ୟପ୍ରଦେଶରେ ମଧ୍ୟ ୪ ଲକ୍ଷ ଟଙ୍କାର ଟେଣ୍ଡର କରିଥିଲା । ତେବେ ମୂଷା ମରିବା ତ ଦୂରର କଥା ବରଂ ଏହାପରେ ମୂଷାଙ୍କ ସଂଖ୍ୟା ଅଧିକ ବୃଦ୍ଧି ପାଇଥିଲା ।