ବେକାର ଅଛନ୍ତି, ଚାକିରୀ ଖୋଜୁଛନ୍ତି କି ? ରେଳ ବିଭାଗ ଦେଉଛି ୮୯,୦୦୦ ନିଯୁକ୍ତି, ଜାଣନ୍ତୁ କଣ ରହିଛି ଶିକ୍ଷାଗତ ଯୋଗ୍ୟତା

40

ଭାରତୀୟ ରେଳବାଇ ପକ୍ଷରୁ ବିଶ୍ୱର ଏକ ବୃହତ୍ତମ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯିବା ସମ୍ପର୍କରେ ଘୋଷଣା କରାଯାଇଛି । ଏହି ନିଯୁକ୍ତି ପ୍ରକ୍ରିୟା ଗ୍ରୁପ ସି ଲେବୁଲ-୧ (ତତ୍କାଳୀନ ଗ୍ରୁପ-ଡି) ଏବଂ ଲେବୁଲ -୨ ଶ୍ରେଣୀରେ ୮୯,୪୦୯ ପଦବୀ ପାଇଁ ହେବ । ଗ୍ରୁପ ସି ଲେବୁଲ-୨ ପଦବୀ ପରି ସହାୟକ ଲୋକୋ ପାଇଲଟ (ଏଏଲପି) ଟେକନିସିଆନ (ଫିଟର, କ୍ରେନ ଡ୍ରାଇଭର, କମାର, ବଢ଼େଇ) ଏବଂ ଗ୍ରୁପ ସି ଲେବୁଲ-୧ (ତତ୍କାଳୀନ ଗ୍ରୁପ-ଡି) ଅଧୀନସ୍ଥ ଟ୍ରାକ ମେଂଟେନର, ପଏଂଟ୍ସମ୍ୟାନ, ହେଲ୍ପର, ଗେଟମ୍ୟାନ, କୁଲି ଆଦି ପଦବୀ ପାଇଁ ଅନଲାଇନ ଆବେଦନ ଆମନ୍ତ୍ରିତ କରାଯାଇଛି ।

ନିଯୁକ୍ତି ଅଭିଯାନ ସେହି ଆବେଦନକାରୀମାନଙ୍କ ପାଇଁ ଉନ୍ମୁକ୍ତ ଯେଉଁମାନେ କି ଗ୍ରୁପ ସି ଲେବୁଲ-୧ ପଦ ପାଇଁ ଦଶମ ଏବଂ ଆଇଟିଆଇ ପାଶ କରିଥିବେ ଏବଂ ଗ୍ରୁପ ସି ଲେବୁଲ-୨ର ଲୋକୋ ପାଇଲଟ (ଏଏଲପି) ଟେକନିସିଆନ ପଦବୀ ପାଇଁ ଦଶମ ଓ ଆଇଟିଆଇ ଅଥବା ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିବେ କିମ୍ବା ଇଞ୍ଜିନିୟରିଂରେ ସ୍ନାତକ ହୋଇଥିବେ ଓ ରେଳ ବିଭାଗରେ ଭର୍ତ୍ତି ହେବାକୁ ଚାହୁଁଥିବେ ।

ରେଳ ମନ୍ତ୍ରଣାଳୟ ୧୮-୨୮ ବର୍ଷ ଆୟୁବର୍ଗର ଗ୍ରୁପ ସି ଲେବୁଲ -୨ ଶ୍ରେଣୀ ପାଇଁ ଅଧିସୂଚନା ପ୍ରକାଶ କରିଛି, ଯେଉଁମାନେ କି ଦଶମ ଶ୍ରେଣୀ ପାଶ କରିଛନ୍ତି ଏବଂ ସେମାନଙ୍କ ପାଖରେ ଔଦ୍ୟୋଗିକ ପ୍ରଶିକ୍ଷଣ ପ୍ରମାଣ ପତ୍ର (ITI)) ରହିଛି ଅଥବା ସେମାନେ ଇଞ୍ଜିନିୟରିଂରେ ଡିପ୍ଲୋମା କିମ୍ବା ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ଗ୍ରୁପ ସି ଲେବୁଲ-୧ (ତତ୍କାଳୀନ ଗ୍ରୁପ ଡି) ପଦବୀ ପାଇଁ ଅଧିସୂଚନା ଆଶାୟୀମାନଙ୍କ ପାଇଁ ଜାରି କରାଯାଇଛି ଯେଉଁମାନେ କି ୧୮-୩୧ ବର୍ଷର ଆୟୁବର୍ଗର ହୋଇଥିବେ ଏବଂ ଦଶମ ପାଶ କରିଥିବେ ଓ ସେମାନଙ୍କ ପାଖରେ ଔଦ୍ୟୋଗିକ ପ୍ରଶିକ୍ଷଣ ପ୍ରମାଣପତ୍ର (ITI) ଥିବ । ଏହି ଅଧିସୂଚନା ଆରଆରବିର ୱେବସାଇଟରେ ଉପଲବ୍ଧ କରାଯାଇଛି ।

ଗୁରୁତ୍ୱପୂର୍ଣ୍ଣ ତାରିଖ:
ରେଳ ବିଭାଗ ନିଯୁକ୍ତି ଗ୍ରୁପ ସି ଲେବୁଲ-୨ ବିଜ୍ଞପ୍ତି ପ୍ରକାଶ: ଫେବୃଆରୀ ୩
ରେଳ ବିଭାଗ ନିଯୁକ୍ତି ଗ୍ରୁପ ସି (ଲେବୁଲ-୨) ଅନଲାଇନ ଆବେଦନ ପତ୍ର ଗ୍ରହଣ ଆରମ୍ଭ: ଫେବୃଆରୀ ୩
ଆବେଦନ ପତ୍ର ଗ୍ରହଣ ଶେଷ: ମାର୍ଚ୍ଚ ୫
କମ୍ପ୍ୟୁଟର ଆଧାରିତ ଦକ୍ଷତା ପରୀକ୍ଷଣ: ଏପ୍ରିଲ, ମେ’
ରେଳ ବିଭାଗ ନିଯୁକ୍ତି ଗ୍ରୁପ ସି (ଲେବୁଲ ୧) ବିଜ୍ଞପ୍ତି ପ୍ରକାଶ: ଫେବୃଆରୀ ୧୦
ରେଳ ବିଭାଗ ନିଯୁକ୍ତି ଗ୍ରୁପ ସି (ଲେବୁଲ-୧) ଅନଲାଇନ ଆବେଦନ ପତ୍ର ଗ୍ରହଣ ଆରମ୍ଭ: ଫେବୃଆରୀ ୧୦
ରେଳ ବିଭାଗ ନିଯୁକ୍ତି ଗ୍ରୁପ ସି (ଲେବୁଲ-୧) ଅନଲାଇନ ଆବେଦନ ପତ୍ର ଗ୍ରହଣ ଶେଷ: ମାର୍ଚ୍ଚ ୧୨
କମ୍ପ୍ୟୁଟର ଆଧାରିତ ଦକ୍ଷତା ପରୀକ୍ଷଣ: ଏପ୍ରିଲ – ମେ’