ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ଭେଟିଲେ ରାହୁଲ ଗାନ୍ଧୀ ! ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରିବୁଝିବା ସହ କଲେ ଆରୋଗ୍ୟ କାମନା

212

କନକ ବ୍ୟୁରୋ : ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ଭେଟିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାଫେଲ ଡିଲ ବିବାଦକୁ ନେଇ ସବୁବେଳେ ପାରିକରଙ୍କୁ ଘେରିଆସୁଥିବା ରାହୁଲ ଗାନ୍ଧି ଆଜି ପାରିକରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିଛନ୍ତି । ରାହୁଲ, ପାରିକରଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଭେଟିବା ପରେ ରାହୁଲ ଗାନ୍ଧି ଟୁଇଟ କରି ସୂଚନା ଦେବା ସହ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲ  ଲେଖିଛନ୍ତି । ଏଥିସହ ପାରିକର ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି କାମନା କରିଛନ୍ତି । ସଂସଦ ଶୀତକାଳୀନ ଅଧିବେସନ ସମୟରେ ରାହୁଲ ଗାନ୍ଧି ରାଫେଲ ଡିଲ ବିବାଦରେ ପାରିକରଙ୍କ ନାଁ ନେଇ ହଙ୍ଗାମା କରିଥିଲେ ।

ମନୋହର ପାରିକର୍ ଏବେ ପର୍ଯ୍ୟନ୍ତ ଦିଲ୍ଲୀ, ମୁମ୍ବାଇ, ଆମେରିକାରେ ଚିକିତ୍ସା କରାଇ ସାରିଛନ୍ତି । ଗତ ବର୍ଷ ୧୪ ଡିସେମ୍ବରରେ ସେ ହସପିଟାଲରୁ ଡିସଚାର୍ଜ ହୋଇଥିଲେ ଏବଂ ପୁଣି ଥରେ ଗୋଆର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ଅସୁସ୍ଥତା ସତ୍ୱେ ପାରିକର ତାଙ୍କ ଦାୟିତ୍ୱ ସୂଚାରୁରୁପେ ତୁଳାଉଥିବାର ଅନେକ ସମୟରେ ଦେଖାଯାଇଛି । ଏବେ କିଛି ଦିନ ପୂର୍ବରୁ ହିଁ ମନୋହର ପାରିକରଙ୍କୁ ଏକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ।

https://www.google.com

ସୂଚନାଯୋଗ୍ୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଛତିଶଗଡ଼ ରାୟପରୁରୁ ଗୋଆ ପହଞ୍ଚିଛନ୍ତି । ସେଠାରେ ସେ କଂଗ୍ରେସ ବିଧାୟକଙ୍କ ସହ ସାକ୍ଷାତ କରିଛନ୍ତି । ଆଉ ଏହାପରେ ସେ ମନୋହର ପାରିକରଙ୍କୁ ସାକ୍ଷାତ କରିଛନ୍ତି ।