ହୋଲି ପାଇଁ ରେଡିଓ ଚକଲେଟ ଆଣି ଦେଇଛି ଏକ ଚକଲେଟ ସଂଗୀତ । ହୋଲି ରେ ରିଲିଜ ହେବ ଏହି ଗୀତ ।

35

ରେଡିଓ ଚକଲେଟ ସାରା ଓଡିଶାର ପ୍ରିୟ ଏଫ ଏମ ଚ୍ୟାନେଲ । ସାରା ଓଡିଶାବାସୀ ଏହି ଚ୍ୟାନେଲକୁ ପସନ୍ଦ କରିଥିବାରୁ ଆଜି ଏକ ଶୀର୍ଷସ୍ତରରେ ନିଜର ଅଧିକାରତ୍ୱ ବିସ୍ତାର କରିବାରେ ସକ୍ଷମ ହୋଇପାରିଛି । ସେହିଭଳି ଏଥର ହୋଲିରେ ଚକଲେଟ ରେଡିଓ ଆଣି ଦେଇଛି ଏକ ଚକଲେଟ ସଂଗୀତ । ଯାହା ଆପଣଙ୍କ ହୋଲିର ମଜାକୁ କରିଦେବ ଦ୍ୱିଗୁଣିତ । ଏହି ସଂଗୀତରେ ଆପଣଙ୍କ ମନକୁ ମତୁଆଲା କରିବା ପାଇଁ କଣ୍ଠଦାନ ଦେଇଛନ୍ତି ସୁମଧୁର କଣ୍ଠଶିଳ୍ପୀ ଯଶସ୍ୱିନୀ । ଏହି ସଂଗୀତରେ ମ୍ୟୁଜିକ ଦେଇଛନ୍ତି ବିଶ୍ୱସ୍ୱରୂପ ଏବଂ ଗୀତିକାର ହେଉଛନ୍ତି ଯତିନ୍ଦ୍ର ପ୍ରଧାନ ।