ବିଦାୟ ନେଲା ୧୮-ଉଇଁଲା ୨୦୧୯ ନୂଆ ସୂର୍ଯ୍ୟ । ପ୍ରଥମ ନୂଆ ବର୍ଷକୁ ସ୍ୱାଗତ କଲା ନ୍ୟୁଜିଲାଣ୍ଡ । ରଙ୍ଗୀନ ଆଲୋକମାଳାରେ ଝଲସିଲା ଅକଲାଣ୍ଡର ସ୍କାଏ ଟାୱାର

99

କନକ ବ୍ୟୁରୋ: ବିଦାୟ ନେଇଛି ୨୦୧୮ । ନୂଆ ଆଶା ଓ ସମ୍ଭାବନା ସହ ଆସିଛି ୨୦୧୯ । ତେବେ ନୂଆବର୍ଷକୁ ପ୍ରଥମେ ସ୍ୱାଗତ କରାଯାଇଛି ନ୍ୟୁଜିଲାଣ୍ଡରେ । ନ୍ୟୁଜିଲାଣ୍ଡର ଅକଲାଣ୍ଡ ସହରରେ ବେଶ ଧୁମଧାମରେ ବର୍ଷ ୨୦୧୯କୁ ସ୍ୱାଗତ କରାଯାଇଛି । ନୂଆବର୍ଷର ଆଗମନ ସହ ଅକଲାଣ୍ଡ ସହରରେ ଥିବା ସ୍କାଏ ଟାୱାର ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଛି । ଆଉ ସେଠି ଉପସ୍ଥିତ ଥିବା ହଜାର ହଜାର ଲୋକ ପରସ୍ପରକୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ସ୍ଥାନୀୟ ସମୟ ଠିକ୍ ରାତି ୧୨ଟାକୁ ଅପେକ୍ଷା କରି ଚାହିଁ ରହିଥିଲେ ସମସ୍ତେ ।

ସ୍କାଏ ଟାୱାର ନିକଟରେ ସମୟ ଅବଗଣନା କରୁଥିଲେ ହଜାର ହଜାର ଲୋକ । ଆଉ ଯେତେବେଳେ ରାତି ୧୨ଟା ହେଲା ଆତସବାଜୀ ଓ ଆଲୋକମାଳାରେ ଝଲସି ଉଠିଥିଲା ପୁରା ସହର । ସ୍କାଏ ଟାୱାର ସମେତ ନିକଟରେ ଥିବା ବ୍ରିଜ୍ ଏବଂ ବଡ ବଡ ବିଲ୍ଡିଂରୁ ଚିତ୍ର ସଂପୂର୍ଣ୍ଣ ବଦଳି ଯାଇଥିଲା ରଙ୍ଗାରଙ୍ଗ ଆଲୁଅ ଭିତରେ । ଇଏ ହେଉଛି ସେହି ଜିରୋ ନାଇଟ୍ ସେଲିବ୍ରେସନ୍ ସମୟର ମନୋରମ ଦୃଶ୍ୟ । ନ୍ୟୁଜିଲାଣ୍ଡ ହେଉଛି ବିଶ୍ୱର ପ୍ରଥମ ଦେଶ, ଯେଉଁଠି ପ୍ରଥମେ ଆସେ ନୂଆବର୍ଷ ।

ନ୍ୟୁଜିଲାଣ୍ଡ ଭଳି ଅଷ୍ଟ୍ରେଲିଆରେ ବି ବେଶ ଧୁମଧାମରେ ନୂଆବର୍ଷକୁ ସ୍ୱାଗତ କରାଯାଇଛି । ସିଡନୀ ସହରରେ ରଙ୍ଗାରଙ୍ଗ ଆତସବାଜୀ ଏବଂ ଆଲୋକମାଳା ଭିତରେ ନୂଆ ବର୍ଷ ସ୍ୱାଗତ ନେଇଛି । ସିଡନୀର ଅପେରା ହାଉସ୍ ନିକଟରେ ଜିରୋ ନାଇଟ୍ ସେଲିବ୍ରେସନର ଆୟୋଜନ ହୋଇଛି । ଯେଉଁଥିରେ ହଜାର ହଜାର ଲୋକ ଉପସ୍ଥିତ ରହି ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି । ସ୍ଥାନୀୟ ସମୟ ଅନୁସାରେ ଠିକ୍ ୧୨ଟାରେ ବାଣ ଓ ଆଲୋକମାଳା ଭିତରେ ଅତି ମନୋରମ ଦୃଶ୍ୟ ଦେଖିବାକୁ ମିଳିଛି ।

ଇମାର୍ ଟାୱାରେ ଏକତ୍ରିତ ହୋଇଥିଲେ ହଜାର ହଜାର ଜନତା । ସମସ୍ତେ ଅପେକ୍ଷା କରିଥିଲେ ବର୍ଷ ୨୦୧୯କୁ । ପୁରୁଣା ବର୍ଷ ୨୦୧୮କୁ ବିଦାୟ ଜଣାଇବା ସହ ଜିରୋ ନାଇଟ୍ ପାଳନ ପାଇଁ ପୁରା ଦୁବାଇ ସହର ଉକ୍ରଣ୍ଠାର ସହ ଆପେକ୍ଷା କରିଥିଲେ । ଘଂଟା କଂଟା ୧୨ଟା ଛୁଇଁବା ପରେ ସୁନ୍ଦର ଆଲୋକମାଳାରେ ରଙ୍ଗୀନ ହୋଇଥିଲା ଦୁବାଇର ଇମାର ଟାୱାର । ରଙ୍ଗ ବେରଙ୍ଗର ଆଲୋକମାଳାରେ ନୂଆ ବର୍ଷକୁ ରଙ୍ଗୀନ କରିଥିଲେ ଦୁବାଇ ବାସୀ ।