ନକ୍ସଲଙ୍କ ଗୁଳିରେ ଦୁଇ ଗୋଡକୁ ହରାଇ ମଧ୍ୟ ହାର୍ ମାନିନଥିଲେ ଏହି ବୀର ଯବାନ୍ ! ଆସନ୍ତୁ ଜାଣିବା କିଏ ଏହି ବୀର ଯବାନ୍ । 

52

ନକ୍ସଲଙ୍କ ନଅଟି ଗୁଳିର ଶିକାର ହୋଇ ମଧ୍ୟ ପୁନର୍ବାର ଡ୍ୟୁଟି ଜଏନ୍ କରିଥିବା ସିଆରପିଏଫ୍ ଯବାନ୍ ଚେତନ ଚିତାଙ୍କ ଦୁଃସାହସିକ ଯାତ୍ରା ବିଷୟରେ ତ ଆପଣ ନିଶ୍ଚୟ ଜାଣିଥିବେ । ଏବେ ଆଉ ଜଣେ ଯବାନଙ୍କ ଜୀବନୀ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ନକ୍ସଲଙ୍କ ଗୁଳିର ଶିକାରରେ ନିଜର ଦୁଇ ଗୋଡକୁ ହରାଇ ମଧ୍ୟ ସୁସ୍ଥ ହେବା ପରେ ଡ୍ୟୁଟିରେ ପୁନଃ ଜଏନ୍ କରିବା ଭଳି ନିଷ୍ପତ୍ତି ନେଇଥିଲେ ।

ଛତିଶଗଡର ବସ୍ତର ଜିଲ୍ଲାରେ କୋବରା ୨୦୮ ବାଟାର୍ଲିୟାନରେ  କନେଷ୍ଟବଳ ପୋଷ୍ଟରେ କାର୍ଯ୍ୟରତ ଥିବା ରାମଦାସଙ୍କ ଜୀବନୀ ଶୁଣିଲେ ଯେ କେହି ବି ତାଙ୍କୁ ସାବାସ୍ ଯବାନ୍ କହି ଉଠିବେ । ଘଟଣା ହେଉଛି ୨୯ ନଭେମ୍ବର ୨୦୧୭ ତାରିଖର । ସବୁଦିନ ଭଳି ଉକ୍ତ ଦିନ ମଧ୍ୟ କମାଣ୍ଡୋ ମାନଙ୍କ ଗୋଟିଏ ଟିମ୍ ବସ୍ତରର ଜଙ୍ଗଲରେ ପେଟ୍ରୋଲିଙ୍ଗରେ ଥିଲେ । ଉକ୍ତ ସ୍ଥାନଟି ନକ୍ସଲ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଗୁଳିବାରୁଦର ଶବ୍ଦ ପ୍ରତିଦିନ ସେଠାରେ ଶୁଭିଥାଏ । ସେଦିନ ମଧ୍ୟ ଏଭଳି ଏକ ଅଘଟଣ ଘଟିଥିଲା ଯବାନ୍ ରାମଦାସଙ୍କ ଜୀବନରେ । ନକ୍ସଲଙ୍କ ଗୁଳିର ଶିକାର ହୋଇଥିବା ରାମଦାସଙ୍କ ଜୀବନ ସଙ୍କଟରେ ଥିବାବେଳେ ତାଙ୍କୁ ଅନ୍ୟ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା ଏବଂ ପରେ ହେଲିକେପ୍ଟର ସାହାଯ୍ୟରେ ରାୟପୁର ଡାକ୍ତରଖାନାକୁ ନିଆଯାଇଥିଲା ।

ରାମଦାସଙ୍କ ଦୁଇ ଗୋଡ ଏବଂ ବାମ ହାତରେ ଗଭୀର ଆଘାତ ଲାଗିଥିଲା ଯାହାଦ୍ୱାରା ତାଙ୍କୁ ନିଜ ଗୋଡ ମଧ୍ୟ ହରାଇବାକୁ ପଡିଥିଲା । କିନ୍ତୁ ଦୁଇଗୋଡକୁ ହରାଇ ମଧ୍ୟ ରାମଦାସ ନିଜ ଆତ୍ମବିଶ୍ୱାସ ହରାଇ ନଥିଲେ । ସେ ସୁସ୍ଥ ହେବା ପରେ ପୁନଶ୍ଚ ଡ୍ୟୁଟି ଜଏନ୍ କରିଥିଲେ । ତାଙ୍କ ଗୋଡରେ ଏବେ କୁତ୍ରିମ ଗୋଡ ଲଗାଯାଇଛି । ତାଙ୍କ ପତ୍ନୀ ଏବଂ ଯବାନ୍ ସାଥି ରାମଦାସଙ୍କ ଆତ୍ମବିଶ୍ୱାସ ବଢାଇବାରେ ତାଙ୍କୁ ସହାୟତା କରିଥିଲେ ।