୨୩ ଫୁଟର ଅଜଗର ପେଟରେ ମହିଳା! ଅଜଗରର ପେଟ ଚିରିବା ପରେ ବାହାରିଲା ମହିଳାଙ୍କ ମୃତଦେହ

48

ଅଜଗର ପେଟରେ ମହିଳା । କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏଭଳି ଏକ ଘଟଣା ଇଣ୍ଡୋନେସିଆରେ ଦେଖିବାକୁ ମିଳିଛି । ଇଣ୍ଡୋରନେସିଆରେ ଅଜଗର ପେଟରୁ ଉଦ୍ଧାର କରାଗଲା ମହିଳାଙ୍କ ମୃତଦେହ ।ଇଣ୍ଡୋନେସିଆରେ ଜଣେ ୫୪ବର୍ଷିୟ ମହିଳାଙ୍କ ମୃତଦେହ ୭ଫୁଟ୍ ଲମ୍ବା ଅଜଗର ପେଟରୁ ମିଳିବା ପରେ ସ୍ଥାନୀୟ ଅଞ୍ଚଳରରେ ଆତଙ୍କ ଖେଳି ଯାଇଛି । ଗତ ଗୁରୁବାର ଦିନ ନିଜ ବଗିଚାର ତଦାରଖ କରିବା ପାଇଁ ଯାଇ ଅଜଗରର ଶିକାର ହୋଇଥିଲେ । ବହୁ ଖୋଜାଖୋଜି ପରେ ନମିଳିବାରୁ ଘରଲୋକ ପୋଲିସରେ ଖବର ଦେଇଥିଲେ । ପରେ ସେହି ବଗିଚାରୁ ଏକ ଅଜଗର ପେଟରୁ ମହିଳାଙ୍କ ଶବକୁ ଉଦ୍ଧାର କରାଯାଇଥିଲା ।

ସୂଚନା ଅନୁଯାୟୀ, ଗୁରୁବାର ଦିନ ମହିଳା ଜଣକ ବଗିଚାର ତଦାରଖ କରିବାକୁ ଯାଇ ଘରକୁ ନଫେରିବାରୁ ପରିବାର ଲୋକ ଚିନ୍ତାରେ ପଡିଯାଇଥିଲେ । ବହୁ ଖୋଜାଖୋଜି ପରେ ମହିଳାଙ୍କ ଖୋଜଖବର ମିଳିନଥିଲା । ତେବେ ପରିବାର ଲୋକେ ପ୍ରାୟ ୧୦୦ ଜଣ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ମହିଳାଙ୍କୁ ପୁଣିଥରେ ଖୋଜିବା ଆରମ୍ଭ କରି ଦେଇଥିଲେ । ତେବେ ଶୁକ୍ରବାର ଦିନ ପରିବାର ଲୋକଙ୍କ ସମେତ ସ୍ଥାନୀୟ ବାସିନ୍ଦ ସେହି ବଗିଚାକୁ ଖୋଜିବା ପାଇଁ ଯାଇଥିଲେ, ଯେଉଁଠି ମହିଳାଙ୍କୁ ଅଜଗର ନିଜର ଶିକାର ବନାଇଥିଲା । ମହିଳାଙ୍କୁ ଖୋଜୁଥିବା ବେଳେ ଲୋକମାନଙ୍କ ଆଖିରେ ପଡିଥିଲା ବିଶାଳକାୟ ୨୩ ଫୁଟର ଏକ ଅଜଗର । ସାପ ମହିଳାଙ୍କୁ ଗିଳିଥିବା ସନ୍ଦେହ କରି ଲୋକମାନେ ଅଜଗରକୁ ମାରି ତାର ପେଟକୁ ଫାଡିଥିଲେ । ଯେଉଁଥିରୁ ମିଳିଥିଲା ମହିଲାଙ୍କ ମୃତ ଦେହ ।

ପୋଲିସଙ୍କ କହିବା ଅନୁଯାୟୀ, ଅଜଗର ସେଠାରୁ ୩୦ ମିଟର ଦୁରରୁ ମିଳିଥିଲା, ଯେଉଁଠି ମହିଳାଙ୍କ ଚପଲ ଏବଂ ଛୁରି ପଡିଥିଲା । ପୋଲିସ ଏହା ମଧ୍ୟ କହିଛି ମହିଳାଙ୍କ ବଗିଚା ଯେଉଁଠାରେ ଅବସ୍ଥିତ, ସେ ସ୍ଥାନକୁ ସାପଙ୍କ ଘର ବୋଲି କୁହାଯାଏ । ସେଠାରେ ବହୁ ପରିମାଣରେ ଅଜଗର ଏବଂ ଅନ୍ୟାନ୍ୟ ବଡ ସାପ ବାସ କରନ୍ତି । ଯାହା ଫଳରେ ମହିଳା ବଗିଚାକୁ ଯାଇ ଅଜଗରର ଶିକାର ହୋଇଥିଲେ ।