ପୁରୀ: ଆଇନଜୀବୀ ଚନ୍ଦନ ବେହେରା ହତ୍ୟାକାଣ୍ଡ ମାମଲାରେ ସ୍ତ୍ରୀ ସାଜିଲା ସଇତାନ

25

କନକ ବ୍ୟୁରୋ : ଶେଷରେ ସ୍ତ୍ରୀ ସାଜିଲା ସଇତାନ । ଆଉ ଭୁଲିଗଲା ସାତଜନମର ସଂପର୍କକୁ । ପୁରୀରେ ଆଇନଜୀବୀ ତଥା ହୋଟେଲ ମାଲିକ ଚନ୍ଦନ ବେହେରା ହତ୍ୟାକାଣ୍ଡ ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ଜିଲ୍ଲା ପୁଲିସ । ଗିରଫ ମାନଙ୍କ ମଧ୍ୟରେ ରହିଛନ୍ତି ମୃତ ଚନ୍ଦନଙ୍କ ସ୍ତ୍ରୀ ନିବେଦିତା ବେହେରା । ତେବେ ନିବେଦିତା ଏହି ହତ୍ୟାକାଣ୍ଡ ପଛରେ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ କହିଛି । ସମ୍ପତି ଲୋଭରେ ଲୋକ ଲଗାଇ ନିବେଦିତା ଚନ୍ଦନଙ୍କୁ ହତ୍ୟା କରିଥିବା ପୁଲିସ ସ୍ପଷ୍ଟ କରିଛି ।