ଦୁଷ୍କର୍ମକାରୀକୁ ଦଣ୍ଡ ! ଦେଖନ୍ତୁ କେଉଁ ଦେଶରେ କଣ ରହିଛି ଆଇନ୍

340

ଦୁଷ୍କର୍ମ ଏକ ଜଘନ୍ୟ ଅପରାଧ । ଯାହାର ଭୟଙ୍କର ପ୍ରଭାବରେ ଗୋଟିଏ ନୀରିହ ଜୀବନ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥାଏ । ଏହି ଜଘନ୍ୟ ଅପରାଧ ପାଇଁ ଅପରାଧୀକୁ ଦଣ୍ଡ ମିଳିଥାଏ ସତ ହେଲେ କେତେକ କ୍ଷେତ୍ରରେ ଅପରାଧ ଆଗରେ ଦଣ୍ଡ କିନ୍ତୁ କମ୍ ପଡିଯାଇଥାଏ । ତେବେ ସବୁ ଦେଶରେ ସମାନ ଦଣ୍ଡ ବ୍ୟବସ୍ଥା ନଥାଏ । ଏବେ ନଜର ପକାନ୍ତୁ ଏପରି ଅପରାଧୀ ମାନଙ୍କ ପାଇଁ କେଉଁ ଦେଶରେ କିପରି ରହିଛି ଦଣ୍ଡ ବିଧାନ ।

ଇରାନ୍ : ଇସଲାମିକ୍ ନିୟମ ଅନୁଯାୟୀ, ଗୋଟିଏ ଦୁଷ୍ମର୍ମ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡ ହି ଉପଯୁକ୍ତ ଶାସ୍ତି । ତେଣୁ ଏଠାରେ ଦୁଷ୍କର୍ମକାରୀକୁ ମୃତ୍ୟୁ ଦଣ୍ଡ ଦିଆଯାଇଥାଏ । ଏପରିକି ଅନ୍ୟ ଅପରାଧ ପାଇଁ ମଧ୍ୟ ମୃତ୍ୟୁ ଦଣ୍ଡ ଦିଆଯାଇଥାଏ । କିଛି ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବା ବେଳେ ଅନ୍ୟ କେତେକଙ୍କୁ ମୃତ୍ୟୁ ହେବା ଯାଏ ପଥର ମରାଯାଇଥାଏ ।

ଆଫଗାନିସ୍ତାନ : ଏଠାରେ ମଧ୍ୟ ଦୁଷ୍କର୍ମକାରୀକୁ ଦଣ୍ଡ ଦେବା ପାଇଁ ଇସଲାମିକ୍ ଲ’ ଅନୁସରଣ କରାଯାଇଥାଏ । ଅଭିଯୁକ୍ତକୁ ଫାଶୀ ଦିଆଯାଇଥାଏ ନଚେତ୍ ଗୁଳି କରି ମାରି ଦିଆଯାଇଥାଏ । ତେବେ ଏଠାରେ ଅପରାଧର ୪ ଦିନ ଭିତରେ ଦଣ୍ଡ ଦେବାର ଆଇନ୍ ରହିଛି ।

ଚାଇନା : ଚାଇନାର ନିୟମ ଅନ୍ୟ ଦେଶ ଠାରୁ ଖୁବ୍ କଠୋର । ତେବେ ବେଳେ ନୀରିହ ଲୋକ ମଧ୍ୟ ଏହାର ଶିକାର ହୋଇଥାନ୍ତି । ଏଠାକାର ନିୟମ ଅନୁଯାୟୀ, ଅଭିଯୁକ୍ତର ମେରୁଦଣ୍ଡରେ ଗୁଳି କରି ମାରି ଦିଆ ଯାଇଥାଏ । ଏପରିକି ଅଭିଯୁକ୍ତକୁ ନଂପୁଶକ କରାଯିବାର ଆଇନ୍ ମଧ୍ୟ ରହିଛି ଏଠାରେ ।

ଉତ୍ତର କୋରିଆ : ଏଠାରେ ପୀଡିତାକୁ ସାଙ୍ଗେ ସାଙ୍ଗେ ନ୍ୟାୟ ଦିଆଯାଇଥାଏ । ଅର୍ଥାତ୍ ଅପରାଧ ଘଟିବା ପରେ ପରେ ହି ଅପରାଧୀକୁ ଗୁଳି କରି ଦିଆଯାଏ । ଅପରାଧୀର ମୁଣ୍ଡ କିମ୍ବା ଗୁପ୍ତାଙ୍ଗକୁ ଗୁଳି କରାଯାଇଥାଏ ଏଠାରେ ।

ସାଉଦି ଆରବିୟା : ଏହି ଇସଲାମିକ୍ ଦେଶରେ ଅପରାଧୀକୁ ଯେମିତି ଦଣ୍ଡ ଦିଆଯାଇଥାଏ ତାହା ଶୁଣିଲେ ଲୋମ ଟାଙ୍କୁରି ଉଠେ । ଏଠାରେ କେବଳ ଦୁଷ୍କର୍ମକାରୀ ନୁହେଁ ହତ୍ୟା, ଡ୍ରଗ୍ସ ଏବଂ ଡକାୟତି ଭଳି ଅପରାଧରେ ଜଡିତ ଅପରାଧୀଙ୍କୁ ମଧ୍ୟ କଠୋର ଦଣ୍ଡ ମିଳିଥାଏ । ଏଠାରେ ଅପରାଧୀକୁ ଦଣ୍ଡ ଦେବା ପୂର୍ବରୁ ନିଶା ଦିଆଯାଏ । ତା ପରେ ସର୍ବ ସମ୍ମୁଖରେ ଆଣ୍ଠେଇବା ପରେ ମୁଣ୍ଡ କାଟିଦିଆଯାଏ ।

ଋଷିଆ : ଏହି ମାମଲାରେ ଅନ୍ୟ ଦେଶ ତୁଳନାରେ ଋଷିଆର ଆଇନ୍ ଖୁବ୍ କୋହଳ । ପୀଡିତାର ବୟସ ଯଦି ୧୮ ବର୍ଷ ତଳକୁ ହୋଇଥାଏ ଏବଂ ଦୁଷ୍କର୍ମ ପରେ ତାର କୌଣସି ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ହୋଇଥାଏ ତେବେ ଅଭିଯୁକ୍ତକୁ ୪ରୁ ୧୦ବର୍ଷ ଜେଲ୍ ଦଣ୍ଡ ମିଳିଥାଏ । ଦୁଷ୍କର୍ମ ପରେ ଯଦି ପୀଡିତା ମୃତ୍ୟୁବରଣ କରେ ତେବେ ଅଭିଯୁକ୍ତକୁ ୮ରୁ ୧୫ବର୍ଷ ଜେଲ୍ ଦଣ୍ଡ ମିଳିଥାଏ । ସେହିପରି ପୀଡିତାର ବୟସ ଯଦି ୧୪ବର୍ଷ ତଳକୁ ହୋଇଥାଏ ଏବଂ ସେ ଦୁଷ୍ମର୍ମ ପରେ ମୃତ୍ୟୁ ବରଣ କରେ ତେବେ ଅଭିଯୁକ୍ତକୁ ୧୨ରୁ ୨୦ବର୍ଷ ଜେଲ୍ ହୋଇଥାଏ ।
ଭାରତ : ୨୦୧୩ ନିର୍ଭୟା କେସ୍ ପରେ ଭାରତରେ ଦୁଷ୍କର୍ମକୁ ବଡ ଅପରାଧ ହିସାବରେ ଧରାଯାଇଛି । ଏହି କେସ୍ ପରେ ପାର୍ଲିଆମେଂଟରେ ଆଂଟି ରେପ୍ ବିଲ୍ ମଧ୍ୟ ପାସ୍ ହୋଇଛି । ଭାରତୀୟ ଆଇନ୍ ଅନୁଯାୟୀ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ କିମ୍ବା ଫାଶୀ ମିଳିଥାଏ ।

ନରୱେ : ଏଠାରେ ଦୁଷ୍କର୍ମକାରୀକୁ ଅତି ବେଶୀରେ ୪ରୁ ୧୫ ବର୍ଷ ଯାଏଁ ଜେଲ୍ ହୋଇଥାଏ ।

ୟୁଏସଏ : ଏଠାରେ ଦୁଇ ପ୍ରକାର ନିୟମ ପ୍ରଚଳିତ ଅଛି । ଷ୍ଟେଟ୍ ଲ’ ଏବଂ ଫେଡେରାଲ୍ ଲ’ । ଆଉ ଦଣ୍ଡ ମଧ୍ୟ ଅପରାଧ ଅନୁଯାୟୀ ମିଳିଥାଏ । ଦୁଷ୍କର୍ମ ମାମଲାରେ ଅତିବେଶୀରେ ୩୦ବର୍ଷ ଜେଲ୍ ହୋଇଥାଏ ।

ଫ୍ରାନ୍ସ : ଫ୍ରାନ୍ସ ଏମିତି ଏକ ଦେଶ ଯେଉଁଠାରେ ଏପରି ଅପରାଧକୁ ସହଜରେ ଗ୍ରହଣ କରାଯାଏ ନାହିଁ । ସାଧାରଣତଃ ଦୁଷ୍କର୍ମ ଅଭିଯୁକ୍ତକୁ ୧୦ବର୍ଷ ଜେଲ୍ ହୋଇଥାଏ । କିନ୍ତୁ ଯଦି ପୀଡିତା ମୃତ୍ୟୁବରଣ କରେ ତେବେ ୩୦ବର୍ଷ ଜେଲ୍ ହୋଇଥାଏ ।

ଇସ୍ରାଏଲ୍ : ଏଠାରେ ଦୁଷ୍କର୍ମକାରୀ ୪ରୁ ୧୬ବର୍ଷ ଯାଏଁ ଜେଲ୍ ଦଣ୍ଡ ମିଳିଥାଏ ।

ଇଜ୍ପିଟ୍ : ଏଠାରେ ଦୁଷ୍କର୍ମକାରୀ ମୃତ୍ୟୁ ଦଣ୍ଡ ମିଳିଥାଏ ।