କୁମ୍ଭମେଳାରେ ବୁଡ଼ ପକାଇବେ ପ୍ରିୟଙ୍କା ଗାନ୍ଧୀ ! ପ୍ରୟାଗରାଜରେ ଶାହି ସ୍ନାନ କରି ଆରମ୍ଭ କରିବେ ରାଜନୈତିକ ଯାତ୍ରା

119

କନକ ବ୍ୟୁରୋ : କୁମ୍ଭମେଳାରେ ବୁଡ଼ ପକାଇ ରାଜନୈତିକ ଯାତ୍ରା ଆରମ୍ଭ କରିବେ ପ୍ରିୟଙ୍କା ଗାନ୍ଧୀ । ଫେବୃଆରୀ ୪ ମୌନୀ ଅମାବାସ୍ୟା ଅବସରରେ ପ୍ରିୟଙ୍କା ପ୍ରୟାଗରାଜ କୁମ୍ଭମେଳାରେ ଶାହୀ ସ୍ନାନ କରିବାର କାର୍ଯ୍ୟକ୍ରମ ରହିଥିବା କୁହାଯାଉଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁଯାୟୀ ପ୍ରିୟଙ୍କା, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ କୁମ୍ଭରେ ବୁଡ଼ ପକାଇବେ ଓ ଏହାପରେ ପୂର୍ବ ୟୁପି ପାଇଁ ପ୍ରଚାର ଆରମ୍ଭ କରିବେ ।

ସେହିଦିନ ଲକ୍ଷ୍ନୌରେ ପ୍ରିୟଙ୍କା ଓ ରାହୁଲ୍ ପ୍ରେସମିଟ କରିବାର କାର୍ଯ୍ୟକ୍ରମ ରହିଛି । ଗତ ବିଧାନସଭା ନିର୍ବାଚନଗୁଡ଼ିକରେ କୋହଳ ହିନ୍ଦୁବାଦ ନୀତି ଆପଣାଇ ରାହୁଲ ଗାନ୍ଧୀ ଏହାର ଲାଭ ପାଇଥିବା ଦେଖିବାକୁ ମିଳିଥିଲା । ତେଣୁ ଏହାକୁ ପ୍ରିୟଙ୍କା ବି ଆପଣାଇବେ ବୋଲି ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଛି । ପୂର୍ବ ୟୁପିର ପ୍ରଭାରୀ ଦାୟିତ୍ୱ ପାଇଛନ୍ତି ପ୍ରିୟଙ୍କା ।