ଏମି ଆୱାର୍ଡରେ ରେଡ୍ ଗାଉନରେ ନଜର ଆସିଲେ ପ୍ରିୟଙ୍କା

27

ଦେଶୀ ଗର୍ଲ ପ୍ରିୟଙ୍କା ଏବେ ଆମେରିକାରେ ଜଣେ ଖୁବ୍ ଜଣାଶୁଣା ସେଲିବ୍ରିଟି । ଟିଭି ଧାରାବାହିକ କ୍ୱାଣ୍ଟିକୋ ଏବଂ ହଲିଉଡ ସିନେମା ବେୱାଚ୍ ତାଙ୍କୁ ଆଣିଦେଇଛି ସଫଳତା । ଚଳିତବର୍ଷ ଅନୁଷ୍ଠିତ ହୋଇଥିବା ଏମି ଆୱାର୍ଡ ଉତ୍ସବରେ ପ୍ରିୟଙ୍କା ପହଁଞ୍ଚିଥିଲେ ଲାଲ୍ ପରୀ ସାଜି । ଡିଜାଇନର ରେଡ୍ ଗାଉନ ଏବଂ ବ୍ରାୟନ ଏଟବୁଡ୍ ପିନ୍ଧି ରେଡ୍ କାର୍ପେଟରେ ନିଜର ଜଲୱା ଦେଖାଇଥଲେ ପ୍ରିୟଙ୍କା । ରେଡ୍ ଗାଉନରେ ଖୁବ୍ ଆକର୍ଷଣୀୟ ଦେଖାଯାଉଥିବା ପ୍ରିୟଙ୍କ। ଇନଷ୍ଟାଗ୍ରାମରେ ନିଜର ଭିଡିଓ ଓ ଫଟୋ ପୋଷ୍ଟ କରିଛନ୍ତି ।