ରାଜୀବ ଗାନ୍ଧି ହତ୍ୟାକାରୀଙ୍କ ମତ୍ୟୁ ସମୟରେ ରାହୁଲ ଓ ପ୍ରିୟଙ୍କାକୁ ଦୁଃଖ ଲାଗିଥିବା କଥା ଏକ ସଭାରେ ପ୍ରକାଶ କଲେ ରାହୁଲ

35

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଗତକାଲି ଏକ ସଭାରେ ଯୋଗ ଦେବା ଅବସରରେ କହିଛନ୍ତି ଯେ, ଯେତେବେଳେ ମୋର ବାପା ରାଜୀବ ଗାନ୍ଧିଙ୍କ ହତ୍ୟାକାରୀଙ୍କ ମୃତ୍ୟୁ ସମୟରେ ମତେ ଓ ମୋର ଭଉଣୀକୁ ଭଲ ଲାଗିନଥିଲା ବୋଲି ରାହୁଲ କହିଛନ୍ତି । କାହିଁକି ନା ଯେଉଂ ହିଂସାରେ ସାମିଲ ଥିଲା ଓ ଯାହାର ଶିକାର ହୋଇଥିଲା ତାହାର ପ୍ରଭାବ ତାହାର ପିଲାମାନଙ୍କ ଉପରେ ପଡିଥିଲା ଓ ସେତେବେଳେ ତାହର ପିଲାମାନଙ୍କ ଉପରେ କି ପ୍ରକାର ପ୍ରଭାବ ପଡିଥିବା ସେହି ପିଲାଙ୍କ ସ୍ଥାନରେ ଥାଇ ସେମାନଙ୍କର କଷ୍ଟ ବୁଝିପାରିଛି ତେଣୁ ମୋତେ ମୋ ବାପାଙ୍କ ହତ୍ୟା ସମୟରେ ଯେପରି ଭାବରେ କଷ୍ଟ ହୋଇଥିଲା ସେକଥା ମୋର ମନେ ଅଛି । ତେଣୁ ତାଙ୍କ ପିଲାମାନଙ୍କୁ ମଧ୍ୟ କେତେ ପରିମାଣରେ କଷ୍ଟ ହୋଇଥିବା ତାହା ମତେ ଜଣା । ତେବେ ଏହି କଥା ରାହୁଲ ଗାନ୍ଧି ଏକ ସ୍କୁଲରେ ପିଲାମାନଙ୍କୁ ସମ୍ବୋଧନ ଅବସରରେ କହିଛନ୍ତି ରାହୁଲ ।

ଏହାସହ ରାହୁଲ କହିଛନ୍ତି ଯେ, ମୋର ଜେଜେମା ଇନ୍ଧିରା ଗାନ୍ଧି ଓ ପିତା ରାଜୀବ ଗାନ୍ଧିଙ୍କ ହତ୍ୟା କରାଯାଇଥିଲା । ତେଣୁ ହତ୍ୟା ହେବାପରେ ତାହର ପରିବାର ଉପରେ କିପରି ପ୍ରଭାବ ପଡିଥାଏ ତାହାକୁ ମୁଁ ଅଙ୍ଗେ ନିଭାଇଛି । ତେଣୁ ଏହା ମୋର ଅନୁଭବ ରୁ ମୁଁ କହୁଥିବା ରାହୁଲ କହିଛନ୍ତି । ତେଣୁ ମୋର ମତରେ ହିଂସାକୁ ଭୁଲିବା ପାଇଂ ହେଲେ କ୍ଷମାର ଆବଶ୍ୟକ । ଏହା ପରେ ଆପଣା ମାନେ ସମସ୍ତେ ଅନୁଭବ କରିପାରିବେ ଯେ, ପ୍ରକୃତରେ କଣ ହୋଇଥିଲା ଓ କଣ ହୋଇ ନଥଲା । ଏହାସହ ରାହୁଲ କହିଛନ୍ତି ପ୍ରଥମେ ଅନ୍ୟର କଥା ଶୁଣ ପରେ ଅହିଂସା ମାଧ୍ୟମରେ କାମ କର । ପ୍ରକୃତରେ ଏହା କରିବା ଦ୍ୱାରା ମତେ ଖୁସି ମିଳିଥାଏ ଓ ଏହାହିଁ ମୋର ତାକତ ବୋଲି ଶ୍ରୀ ଗାନ୍ଧି କହିଛନ୍ତି । ସେହିପରି ସେ କହିଛନ୍ତି ଯେ ୧୯୯୧ ମସିହାରେ ଯେତେବେଳେ ମୋର ବାପାଙ୍କୁ ହତ୍ୟା କରାଗଲେ ତାହ ପରେ ଅନେକ ସମସ୍ୟା ଦେଖାଯାଇଥିଲା ।

ଏହାସହ ରାହୁଲ କହିଛନ୍ତି ଯେ, ସେହି ହତ୍ୟାକାରୀଙ୍କ ମୃତ୍ୟୁ ସମୟରେ ମତେ ଖୁସି ଲାଗିଲା ନାହିଁ ତେଣୁ ମୁଁ ମୋର ଭଉଣୀକୁ ଫୋନ କଲି ଆଉ କହିଲି ମତେ ଜମାବି ଖୁସି ଲାଗୁନାହିଁ ତାହାର ମୃତ୍ୟୁରେ । ଏହା ଶୁଣି ମୋର ଭଉଣୀ ପ୍ରିୟଙ୍କା ମଧ୍ୟ ସମାନ ଭାବରେ କହିଥିଲେ ତୁମକୁ ନୁହେଁ ମତେ ମଧ୍ୟ ଖୁସି ଲାଗୁନାହିଁ କାରଣ ତାହର ମରିବା ପରେ ନିଜର କୁନିକୁନି ପିଲାମାନଙ୍କୁ କିପରି ଲାଗିବ ତାହା ଆମକୁ ଭଲଭାବରେ ଜଣା ତେଣୁ ଆମେ ମାନେ ଖୁସି ହୋଇ ପାରୁନାହାନ୍ତି । ତେବେ ଏପରି କହିବା ସମୟରେ ରାହୁଲ ଭାବବିହ୍ୱଲ ହୋଇ ପଡିଥିବା ଦେଖାଯାଇଥିଲା ।

 

ତେବେ ରାହୁଲ ଆତଙ୍କବାଦୀମାନଙ୍କର ଉହାହରଣ ଦେଇ କହିଥିଲେ ଯେ, ବର୍ତ୍ତମାନ ସମୟରେ ଯେପରି ଭାବରେ ଦେଶରେ ଆତଙ୍କବାଦ ସୃଷ୍ଟି ହେଉଛି ସେଥିପାଇଂ ଅନେକ ଲୋକମାନଙ୍କ ପ୍ରାଣ ଯାଉଛି । ତେଣୁ ସେମାନଙ୍କ ପରିବାର କଥା ଚିନ୍ତା କରିବାର ଆବଶ୍ୟକ ରହିଛି । ବର୍ତ୍ତମାନ କେନ୍ଦ୍ର ସରକାର ଏହା ଉପରେ ପଦକ୍ଷେପ ନେବାରେ ଆବଶ୍ୟକତା ରହିଛି । ତେବେ ରାହୁଲଙ୍କୁ ଏପରି କହିବାର ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ପ୍ରଶଂସା କରିଥିବା ଜଣାପଡିଛି ।