କିଏ ହେବ ଟିମ ଇଣ୍ଡିଆର ସଙ୍କଟମୋଚନ : ଜୋହାନ୍ସବର୍ଗରେ ସମ୍ମାନ ରକ୍ଷା କରିବାକୁ କୋହଲିଙ୍କ ପାଇଁ ରହିଛି ଶେଷ ସୁଯୋଗ

57

-ବର୍ଷ ଆରମ୍ଭରୁ ନିରାଶ କଲା ଟିମ ଇଣ୍ଡିଆ
-କିଏ ହୋଇପାରିବ ବିଦେଶରେ ଟିମ ଇଣ୍ଡିଆର ସଙ୍କଟମୋଚନ
-ପୂଜାରା ଆସିଥିଲେ ୱିକେଟ ଫୋପାଡିବାକୁ
-ଘର ଭିତରେ ଦଳ ହିରୋ ହେଲେ ବାହାରେ ଜିରୋ

୨୦୧୭ ବର୍ଷଟି ଟିମ ଇଣ୍ଡିଆ ପାଇଁ ଥିଲା ଏକ ସଫଳତାର ବର୍ଷ । ୨୦୧୭ର ଖେଳାଯାଇଥିବା ସିରିଜ ସମସ୍ତ ମ୍ୟାାଚରେ ସଫଳତା ହାସଲ କରିଥିଲା ବିରାଟ ବାହିନୀ । ସେ ଟେଷ୍ଟ ହେଉ ଅବା ଦିନିକିଆ କି ଟି-ଟ୍ୱେଂଟି ସମସ୍ତ ଫମାର୍ଟରେ ଟିମ ଇଣ୍ଡିଆ ହାସଲ କରିଥିଲା ଅନେକ ବିରଳ କିର୍ତିମାନ । ତେବେ ଚଳିତବର୍ଷ ଆରମ୍ଭରୁ ହିଁ ଝୁଂଟିଲା ବିରାଟ ବାହିନୀ । ଅଧିନାୟକ ଭାବେ କୋହଲି ପ୍ରଥମ ଥର ପାଇଁ ହାରିଛନ୍ତି ଟେଷ୍ଟ ଶୃଙ୍ଖଳା । ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଟିମ ଇଣ୍ଡିଆ ୩ଟି ଟେଷ୍ଟ ମ୍ୟାଚରୁ ୨ଟିରେ ପରାଜୟ ବରଣ କରିବା ସହିତ ସିରିଜକୁ ହାତଛଡା କରିଛି । ବ୍ୟାଟିଂ ବିଭାଗରେ ଆମ ଦଳ ସବୁଠାରୁ ଶକ୍ତିଶାଳୀ ହେଲେ ଏହାକୁ ଭୁଲ ପ୍ରମାଣିତ କରିଦେଲେ ପ୍ରୋଟିଆସର ବୋଲର ମାନେ ।

ମାପଚୁପ ଓ ଶୃଙ୍ଖଳିତ ବୋଲି ଆଗରେ ହାର ମାନିଲେ ଭାରତୀୟ ବ୍ୟାଟ୍ସମ୍ୟାନ । ପ୍ରଥମ ଟେଷ୍ଟ ଖେଳାଯାଇଥିଲା କେପଟାଉନରେ । ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ହେଲେ ବ୍ୟାଟ୍ସମ୍ୟାନଙ୍କ ଦାୟିତ୍ୱହୀନ ବ୍ୟାଟିଂ ଯୋଗୁଁ ଦଳ ୨୧୬ ରନ ଚେଜ୍ ନକରିପାରି ପରାଜୟବରଣ କଲା ଦଳ । ଟିମରେ ଥିଲେ ଗବର ଭାବେ ପରିଚିତ ଶିଖର ଧାୱନ । ହିଟ ମ୍ୟାନ ରୋହିିତ ଏବଂ ଅଧିନାୟକ କୋହଲି । ଅନେକ ଷ୍ଟାର ଖେଳାଳି ଥିବା ସତ୍ୱେ ବ୍ୟାଟିଂ ବିଭାଗ ସମ୍ପୂର୍ଣ ଭୁସୁଡିଯାଇଥିଲା । ଆଉ ଦାୟିତ୍ୱହୀନତା ବ୍ୟାଟିଂ ପାଇଁ ପ୍ରଥମ ମ୍ୟାଚରେ ପରାଜୟବରଣ କରିଥିଲା ବିରାଟ ବ୍ରିଗେଡ । ନଜର ପକାଇବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ଉପରେ । ଅନେକ ଆଶା ଭରସା ଓ ବିଶ୍ୱାସ ରହିଥିଲା ବିରାଟ ବାହିନୀ ଉପରେ । ଦଳ କେପଟାଉନର ବଦଲା ସେଂଚୁରିଆନରେ ନେବ ହେଲେ ସବୁ ଭୁଲ ପ୍ରମାଣିତ ହେଲା । ସେଇ ସମାନ ଅବସ୍ଥା ମଧ୍ୟ ଘଟିଥିଲା ଦ୍ୱିତୀୟ ଟେଷ୍ଟରେ । ବୋଲରଙ୍କ ଆଧିପତ୍ୟ ହେଲେ ବ୍ୟାଟିଂରେ ତ୍ରୁଟି ।

କ୍ରିକେଟ ଇତିହାସରେ ରାହୁଲ ଦ୍ରାବିଡ ଦି – ୱାଲ ଭାବେ ଯେତିକି ପରିଚିତ ସେତିକି ମଧ୍ୟ ସଂଙ୍କଟମୋଚକ ଭାବେ ଜଣାଶୁଣା । ହେଲେ ଏବେ କିଏ ହେବ ଦଳ ପାଇଁ ସଙ୍କଟ ମୋଚନ । କୁହାଗଲା ଦ୍ରାବିଡଙ୍କ ଜାଗା ପୁଜାରା ନେବେ ଏବଂ ପୁଜାରା ମଧ୍ୟ ସଫଳ ହେଲେ । କିନ୍ତୁ ଭାରତ ବାହାରେ ଏବଂ ଏହି ୨ଟି ଟେଷ୍ଟରେ ୪ଟି ଇନିଂଙ୍ଗସରେ ପୁଜାରା ୪୯ରନ କରିଥିଲେ । ୨ୟ ଟେଷ୍ଟର ୨ଟି ଇନିଂସ୍ରେ ପୁଜାରା ରନଆଉଟ ହୋଇଥିଲେ । ଗୁରୁତ୍ୱପୂର୍ଣ ମ୍ୟାଚରେ ଜଣେ ଆଗଧାଡିର ବ୍ୟାଟ୍ସମ୍ୟାନ ରନ ଆଉଟ ହେବା ଦୁଃଭାଗ୍ୟଜନକ । ଲାଗୁଥିଲା ବ୍ୟାଟିଂ ତ ନୁହେଁ ସତେ ଯେପରି ସେ ୱିକେଟ ଫୋପାଡିବାକୁ ଆସିଥିଲେ । ହିଟ ମ୍ୟାନ ରୋହିତ ଶର୍ମା କ୍ରିଜରେ ଜମି ଆସୁଥିବା ବେଳେ ଖେଳିଥିଲେ ଦାୟିତ୍ୱହୀନ ସଟ୍ ଯାହାଫଳରେ ଶସ୍ତାରେ ଦଳ ଏକ ୱିକେଟ ହରାଇବସିଥିଲା । କୋହଲି ପ୍ରଥମ ଇନିଙ୍ଗସରେ ଖେଳିଥିଲେ ଆକର୍ଷଣୀୟ ଶତକୀୟ ପାରି ହେଲେ ଦ୍ୱିତୀୟ ଇନିଙ୍ଗସରେ ଦକ୍ଷିଣଆଫ୍ରିକାର ଡେବ୍ୟୁ ମ୍ୟାନ ଲୁଙ୍ଗି ଏନଜିଡି ତାଙ୍କୁ ଏଲବିଡବଲ୍ଲୁ କରିଥିଲେ । କହିବାକୁ ଗଲେ ୭ଜଣ ବ୍ୟାଟ୍ସମ୍ୟାନଙ୍କୁ ନେଇ ପଡିବାକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ କିନ୍ତୁ ସମସ୍ତ ଖେଳାଳି ଫେଲ ମାରିଥିଲେ । ଯେଉଁପ୍ରକାର ଖେଳ ଦେଶ ଭିତରେ ଭାରତ ଖେଳୁଛି ,କହିବା ବାହୁଲ୍ୟ ଯେ ଘରେ ଆମେ ହିରୋ , ହେଲେ ବାହାରେ ପ୍ରଦର୍ଶନ ନିରାଶ ଜନକ ।

ସାମ୍ବାଦିକ ସମ୍ମିଳନୀ ରେ ଚିଡିଗଲେ ଅଧିନାୟକ । ସାମ୍ବାଦିକଙ୍କ୍ ପ୍ରଶ୍ନରେ କୋହଲି କହିଲେ ଯେ ଆପଣ କୁହନ୍ତୁ ଚୁଡାନ୍ତ ଏକାଦଶରେ କେଉଁ ୧୧ଜଣ ଖେଳିବେ ଓ ଆମେ ସେହି ଟିମକୁ ଖେଳାଇବୁ । ସିରିଜର ଅନ୍ତିମ ମ୍ୟାଚ ଖେଳାଯିବ ଜାନୁଆରୀ ୨୪ ରେ । ଦେଖିବାକୁ ରହିଲା ମ୍ୟାଚରେ କେଉଁ ବ୍ୟାଟ୍ସମ୍ୟାନ ଙ୍କୁ ବସାଯାଇ କାହାକୁ ଖେଳାଯାଉଛି । ଜୋହାନ୍ସବର୍ଗରେ ସମ୍ମାନ ରକ୍ଷା କରିବାକୁ କୋହଲିଙ୍କ ପାଇଁ ରହିଛି ଶେଷ ସୁଯୋଗ ।