ନେତା ହରାଇଲେ ଜାତି ! ଅଲଗା ଜାତିରେ ଭଉଣୀଙ୍କୁ ବାହା ଦେବା ଯୋଗୁଁ ବାସନ୍ଦ ହେଲେ ପ୍ରଦୀପ ମାଝୀ

85

କନକ ବ୍ୟୁରୋ : ଜାତିବାଦରୁ ବାଦ୍ ପଡିଲେନି ସାଂସଦ । ଜାତିରୁ ବାସନ୍ଦ ହେଲେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ତାଙ୍କ ପରିବାର । ନେତାଙ୍କୁ ବାସନ୍ଦ କରିଛନ୍ତି ଅଖିଳ ଭାରତୀୟ ଭତରା ସମାଜ । ପ୍ରଦୀପ ମାଝୀଙ୍କ ଭଉଣୀକୁ ଉଚ୍ଚ ଜାତିରେ ବିବାହ କରିବା ଅଭିଯୋଗରେ ତାଙ୍କୁ ସମାଜ ବାସନ୍ଦ କରିଛି ।

ଭତରା ସମାଜ ପକ୍ଷରୁ କୁହାଯାଇଛି, ମାଝୀ ପରିବାର ଆଦିବାସୀ ହିସାବରେ ସମସ୍ତ ସରକାରୀ ସୁବିଧା ସୁଯୋଗ ପାଇ ବିଭିନ୍ନ ପଦ ପଦବୀରେ ରହିଛନ୍ତି । କିନ୍ତୁ ତାଙ୍କ ପରିବାର ଝିଅଙ୍କୁ କାହିଁକି ଅନ୍ୟ ଜାତିରେ ବିବାହ କରିଛନ୍ତି । ସମାଜ ପକ୍ଷରୁ ପଚରା ଯାଇଛି କଣ ତାଙ୍କ ସମାଜରେ ପୁଅ ନାହାଁନ୍ତି? ନା ଆଉ କିଛି?

ନବରଙ୍ଗପୁର ବିଧାୟକ ମନୋହର ରାନ୍ଧାରୀଙ୍କୁ ମଧ୍ୟ ପୂର୍ବରୁ ଏହି ଜାତିବାଦ ମାମଲାରେ ବାସନ୍ଦ କରିଥିଲା ସମାଜ । ସେହିପରି କିଛି ଦିନ ପୂର୍ବରୁ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଜାତିବାଦ ପାଇଁ ସମାଜ ତାଙ୍କୁ ବାସନ୍ଦ କରିଥିଲା । ଯାହା ଚର୍ଚ୍ଚାରେ ବିଷୟ ପାଲଟିଥିଲା ।