ରାଜନୀତି କରିବେ ଦବଙ୍ଗ ଅଫିସର : ୧୦୦ରୁ ଅଧିକ ଏନକାଉଣ୍ଟରର ରେକର୍ଡ଼, ପୋଲିସ ଚାକିରି ଛାଡ଼ି ରାଜନୀତିରେ ଭାଗ୍ୟପରୀକ୍ଷା କରିବେ ପ୍ରଦୀପ ଶର୍ମା

270

କନକ ବ୍ୟୁରୋ : ରାଜନେତା ବନିବେ ଦବଙ୍ଗ ଅଫିସର । ଦିନେ ଅଣ୍ଡରୱାଲ୍ଡ ତାଙ୍କ ନାଁ ଶୁଣିଲେ ଭୟରେ ଥରହର ହେଉଥିଲା । ଆଉ ଆଗକୁ ଲାଞ୍ଚଖୋର ନେତା ଥରହର ହେବେ । ମହାରାଷ୍ଟ୍ରର ଏନକାଉଣ୍ଟର ସ୍ପେସାଲିଷ୍ଟ ପ୍ରଦୀପ ଶର୍ମା ଗତ ଗୁରୁବାର ପୋଲିସ ଚାକିରିରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଚାକିରି କାଳ ଭିତରେ ୧୦୦ରୁ ଅଧିକ ଅପରାଧୀଙ୍କର ଏନକାଉଣ୍ଟର କରିଛନ୍ତି । ଥାନେ କ୍ରାଇବ୍ରାଂଚରେ କାମ କରୁଥିବା ସମୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ କେସର ସମାଧାନ କରିଛନ୍ତି ।

ପୋଲିସ ଚାକିରିରୁ ରାଜନୀତି । ରାଜନୀତିରେ ପାଦ ଥାପିବା ପାଇଁ ଦବଙ୍ଗ ଅଫସରଙ୍କ ପ୍ରସ୍ତୁତି । ପ୍ରଦୀପ ଶର୍ମା ଥାନେ କ୍ରମାଇବ୍ରାଂଚରେ କାର୍ଯ୍ୟ କରୁଥିଲେ । ତେବେ ପୋଲିସ ଚାକିରିରୁ ସନ୍ୟାସ ନେଇ ସେ ରାଜନୀତରେ ନିଜ ଭାଗ୍ୟପରୀକ୍ଷା କରିବେ । ଆଗାମୀ ବିଧନାସଭା ନିର୍ବାଚନରେ ଶିବସେନା ଟିକେଟରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ପ୍ରଦୀପ ।

ପ୍ରଦୀପ ଶର୍ମା ୧୯୮୩ରେ ମହାରାଷ୍ଟ୍ର ପୋଲିସ ଯୋଗେ ଦଇଥିଲା । ତାଙ୍କ ବ୍ୟାଚରେ ଥଲେ ଆଉ ଦୁଇ ଜଣ ଧୁରନ୍ଧର ପୋଲିସ ଅଫସର । ଶହିଦ ବିଜୟ ସାଲସ୍କାର ଓ ପ୍ରଫୁଲ୍ଲ ଭୋସଲେ । ପ୍ରଦୀପ ଶର୍ମା, ପ୍ରଫୁଲ୍ଲ ଭୋସଲେ ଓ ଶହିଦ ବିଜୟ ଶାଳସ୍କର ମହାରାଷ୍ଟ୍ର ପୋଲିର ୧୯୮୩ ବ୍ୟାଚର ଥିଲେ । ତିିନି ଜଣଙ୍କ ନାଁ ଶୁଣିରେ ଭୟରେ ରଥହର ହେଉଥିଲେ ଅପରାଧୀ । ତେଣୁ ୧୯୮୩ ବ୍ୟାଚକୁ କିଲର ବ୍ୟାଚ୍ କୁହାଯାଉଥିଲା । ଏହି ବ୍ୟାଚର ଅଫିସରମାନେ ଦାଉଦ ଇବ୍ରାହିମ, ଛୋଟା ରାଜନ୍ ଓ ଅରୁଣ ଗୋୱଲି ପରି ଖତରନାକ ଅଣ୍ଡରୱାଲ୍ଡ ଗ୍ୟାଙ୍ଗର ୩୦୦ରୁ ଅଧିକ ମେମ୍ବରଙ୍କ ଏନକାଉଣ୍ଟର କରିଥିଲେ ।

୨୦୦୮ରେ ପ୍ରଦୀପ ଶର୍ମା ସସପେଣ୍ଡ ହୋଇଥିଲେ । ଏକଗ୍ୟାଙ୍କର ଗ୍ୟାଙ୍ଗର ମିଛି ଏନକାଉଣ୍ଟର ଅଭିଯୋଗରେ ତାଙ୍କୁ ସସପେଣ୍ଡ କରାଯାଇଥିଲା । ତେବେ କୋଟରେ କେସ ଜିତିବା ପରେ ସେ ୨୦୧୩ରେ ଚାକିରି କ୍ଷେତ୍ରକୁ ଫେରିଥିଲେ । ୨୦୧୭ରେ ପ୍ରଦୀପ ଶର୍ମ ଚର୍ଚ୍ଚାକୁ ଆସିଥିଲେ । ଦାଉଦ ଇବ୍ରାହିଙ୍କ ଭାଇ ଇକବାଲ କାସକରଙ୍କୁ ଗିରଫ କରି ସେ ଚର୍ଚ୍ଚାର ପରିଧିକୁ ଆସଥିଲେ । ତେବେ ପୋଲିସରୁ ରାଜନୀତ କ୍ଷେତ୍ରରେ ପାଦ ଥାପିବା ପରେ ତାଙ୍କ ସେ ଜନତାଙ୍କ ସେବାପାଇଁ କେଉଁ ପଦକ୍ଷେପ ନେଉଛନ୍ତି , ତା’ଉପରେ ସମସ୍ତଙ୍କ ଆଖି ରହିଲା ।